April 8, 2025

ସାହାରପଡାରେ ଶ୍ରୀରାମ ନବମୀ ପୂଜା ପାଳିତ 

Share

କେନ୍ଦୁଝର : (ରତି ରଞ୍ଜନ ମହାନ୍ତ ) କେନ୍ଦୁଝର ଜିଲ୍ଲା ସାହାରପଡା ମୁଖ୍ୟାଳୟରେ ହନୁମାନ ପିଣ୍ଡି କମିଟି ପକ୍ଷରୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଶ୍ରୀରାମ ନବମୀ ପୂଜା ମୋହତ୍ସବ ମହାଆଡ଼ମ୍ବରରେ ପାଳନ ହୋଇଯାଇଛି। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଅଗଣିତ ହିନ୍ଦୁଙ୍କର ଆରାଧ୍ୟ ଦେବତା ତେଣୁ ପୁର-ପଲ୍ଲୀଠାରୁ ଆରମ୍ଭ କରି ଭୁବନେଶ୍ୱର ଏବଂ ଦିଲୀ ପର୍ଯନ୍ତ ବଜରଙ୍ଗ ଦଳ ଏହି ଦିନକୁ ଅତ୍ୟନ୍ତ ଉତ୍ସାହର ସହ ପାଳନ କରିଥାଏ।

ସାହାରପଡା ହନୁମାନ ପିଣ୍ଡିରେ ରବିବାର ଦିନ ସଂକଳ୍ପରେ ପରୁ ମହାପାତ୍ର ଏବଂ କୈଳାସ ଚନ୍ଦ୍ର ମହାନ୍ତ ଥିବା ବେଳେ ପୁରହିତ ଜନ୍ମେଜୟ ଦାଶ ପୂଜା କାର୍ଯ୍ୟ ରୀତିନୀତି ଅନୁଯାଇ କରିଥିଲେ l ପୂଜା କରିବା ପାଇଁ ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମି ଥିଲା, ପୂଜା ଧାରୀ ମାନେ ମାନସିକ କରିବା ସହିତ ଶ୍ରୀ ରାମ ଓ ହନୁମାନ ଙ୍କୁ ଦର୍ଶନ କରିଥିଲେ l ଏହି ପିଣ୍ଡିରେ ବହୁ ଦିନରୁ ପୂଜା ହେଇ ଆସୁଥିବା ବେଳେ ପ୍ରତି ବର୍ଷ ଶ୍ରୀରାମ ଓ ହନୁମାନଙ୍କ ଝଣ୍ଡା ସହିତ ଆଖଡ଼ା କରି ବଜାର ପରିକ୍ରମା କରାଯାଇଥାଏ l

ଏହି ପୂଜାରେ ମୁନା ଦିଗାର, ବାବୁଲି ମହାନ୍ତ, ପ୍ରଲ୍ଲାଦ ମହାନ୍ତ, ଉମେଶ ମହାନ୍ତ, ହୃଷିକେଶ ମହାନ୍ତ, ଦିଲ୍ଲୀପ ମହାନ୍ତ, ଠାକୁରା ମହାନ୍ତ, ଦେବେନ୍ଦ୍ର ମହାନ୍ତ, କିଶୋର ମହାନ୍ତ, ସତିଶଚନ୍ଦ୍ର ବେହେରା, ଅନନ୍ତ ଚରଣ ରାଉତ ପ୍ରମୁଖଙ୍କ ସହ ଅନ୍ୟ କାର୍ଯ୍ୟକ୍ରତା ମାନେ ସମ୍ପୂର୍ଣ ସହଯୋଗ କରି ପୂଜା କାର୍ଯ୍ୟ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ l

ରବିବାର ସନ୍ଦ୍ୟାରେ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ କମିଟି ପକ୍ଷରୁ ଅର୍ଣ୍ଣ ପ୍ରସାଦ ବିତରଣ କାର୍ଯ୍ୟକ୍ରମ ରହିବା ବେଳେ ଶାନ୍ତି ସୁରକ୍ଷା ପାଇଁ ସାହାରପଡା ଫାଣ୍ଡି ଅଧିକାରୀ ପାର୍ତ ଓରାମ ଉପସ୍ଥିତ ଥିବା ବେଳେ ଅନ୍ୟ ପୋଲିସ ମାନଙ୍କ ସହଯୋଗ ରେ ପୂଜା କାର୍ଯ୍ୟକ୍ରମ ସମାପନ ହୋଇଥିଲା l

ସୋମବାର ସନ୍ଦ୍ୟାରେ ମହାବୀର ଆଖଡ଼ା ର ସହଯୋଗ କ୍ରମେ ସାହାରପଡା ହନୁମାନ ପିଣ୍ଡି ଠାରୁ ଝଣ୍ଡା ଧରି ବିଭିନ୍ନ ଖେଳ କରି ବଜାର ପରିକ୍ରମା କରି ବାବା ସର୍ବେଶ୍ୱର ମନ୍ଦିର ସମ୍ମୁଖରେ ଏହି ଶୋଭାଯାତ୍ରା ଶେଷ ହେବାର କମିଟି ପକ୍ଷରୁ ସୂଚନା ଦିଆଯାଇଛି l