May 10, 2026

ସମ୍ବଲପୁର ଓ ସଲଗ୍ନ ଅଞ୍ଚଳର ସଡକ ଓ ବ୍ରିଜର ଉନ୍ନତିକରଣ ପାଇଁ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ

IMG-20250407-WA0001
Share

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ରବିବାର ଅପରାହ୍ନରେ ଉତ୍ତରାଞ୍ଚଳ ରାଜସ୍ବ ଵିଭାଗୀୟ ଆୟୁକ୍ତ ଙ୍କ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର କେନ୍ଦ୍ରଶିକ୍ଷା ମନ୍ତ୍ରୀ,ଭାରତ ସରକାର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ପୂର୍ତ୍ତ ବିଭାଗ ପକ୍ଷ ରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ମାନ୍ୟବର ଆଇନ, ନିର୍ମାଣ, ଅବକାରୀ ମନ୍ତ୍ରୀ, ଓଡ଼ିଶା ସରକାର, ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ୍, ମାନ୍ୟବର ମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡିଶା ସରକାର ଶ୍ରୀ ରବିନରାୟଣ ନାୟକ, ମାନ୍ୟବର ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର, ଉତ୍ତରାଞ୍ଚଳ ରାଜସ୍ବ ଵିଭାଗୀୟ ଆୟୁକ୍ତ- ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ(ଭା.ପ୍ର.ସେ), ଉତ୍ତରାଞ୍ଚଳ ପୋଲିସ ଆଇଜି ଶ୍ରୀ ହିମାଂଶୁ ଲାଲ(ଭା.ପୋ.ସେ), ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଭା.ପ୍ର.ସେ), ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୂ (ଭା.ପୋ.ସେ), ସମ୍ବଲପୁର ମହାନଗର ନିଗମ, ଆୟୁକ୍ତ ଶ୍ରୀ ବେଦଭୂଷଣ, (ଭା.ପ୍ର.ସେ) ଙ୍କ ସମେତ ଅନ୍ୟ ବିଭାଗୀୟ ପ୍ରଶାସନିକ ଅଧିକାରୀ,ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

ଉକ୍ତ ବୈଠକରେ ସି.ଏଚ୍.ସି.ଏଲ୍. ଛକରୁ ବୈଜାମୁଣ୍ଡା ଗ୍ରାମ ପର୍ଯ୍ୟନ୍ତ ବୁର୍ଲା ରିଙ୍ଗ ରୋଡ ର ଉନ୍ନତିକରଣ, ବୁର୍ଲା ଏବଂ ମହାନଦୀ ସହରକୁ ସଂଯୋଗ କରୁଥିବା ମହାନଦୀ ଉପରେ ଏଚ.ଏଲ.ସେତୁ ଏବଂ ପ୍ରବେଶ ପଥ ର ନିର୍ମାଣ କାର୍ଯ୍ୟ, ରେମେଡ୍ ଛକରୁ ହିରାକୁଦ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ଏବଂ ଉନ୍ନତି, ଚିପଲିମା ପାର୍ଶ୍ୱରୁ ବକ୍ ପର୍ଯ୍ୟନ୍ତ ସଂଯୋଗ କରୁଥିବା ଘଣ୍ଟେସ୍ଵରୀ ମନ୍ଦିର ପାଇଁ ସଡ଼କ ବିଭାଜନ ସହିତ, ନେଲସନ୍ ମଣ୍ଡେଲା ଛକକୁ ଖଣ୍ଡୁଆଲ ସହିତ ସଂଯୋଗ କରୁଥିବା ପ୍ରସ୍ତାବିତ ସେତୁ ର ନିର୍ମାଣ କାର୍ଯ୍ୟ, ଧନୁୁପାଲି ରୁ ନକ୍ସାପାଲି ପର୍ଯ୍ୟନ୍ତ ଚାରି ଲେନ ବିଶିଷ୍ଟ ସଡ଼କକୁ ପ୍ରଶସ୍ତ ଏବଂ ସୁଦୃଢ଼ କରିବା ଆଦି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଏହା ମାଧ୍ୟମରେ ଦୀର୍ଘ ଦୂର ଯାତାୟାତ ଅଧିକ ଦ୍ରୁତ ଓ ସୁରକ୍ଷିତ ହେବ।ଏହି ସମସ୍ତ ପ୍ରକଳ୍ପ ସଫଳ ହେଲେ ସମ୍ବଲପୁର ଅଞ୍ଚଳର ବୃହତ ବିକାଶ ହେବା ସହ ଅର୍ଥନୈତିକ ଓ ସାମାଜିକ ଲାଭ ମିଳିବ ବୋଲି ଆଶା ଅନୁମାନ କରାଯାଉଛି।