ହାତ ଠାରି ବିପଦକୁ ଡାକୁଛି ରାସ୍ତା ମଝିର ଭଙ୍ଗା କଭର ପ୍ଲେଟ୍
ବୁଗୁଡ଼ା : ତା ୦୭/୦୪/୨୩ : ରାସ୍ତା ମଝିରେ ହୋଇଛି
ଡ୍ରେନ ନିର୍ମାଣ । ଭାଙ୍ଗି ପଡିଛି ଡ୍ରେନ ଉପରେ ପଡ଼ିଥିବା
କଭର ପ୍ଲେଟ ଯାହାକି ଏବେ ବିପଦକୁ ହାତ ଠାରି
ଡାକୁଛି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା
ସହରର ଏକ ପ୍ରମୁଖ ରାସ୍ତା ଜୀବନ ପାତ୍ର ଗଳିରେ ।
ଦୀର୍ଘ ଦିନ ହେଲା ମଝି ରାସ୍ତାରେ ଥିବା କଭର ପ୍ଲେଟ
ଭାଙ୍ଗି ଦବି ଯାଇ ଖାଲ ହୋଇ ରହିଥିଲେ ହେଁ ଏନଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ନପଡିବା ପରିତାପର ବିଷୟ ପାଲଟିଛି । ଏହି ରାସ୍ତା ଉପରେ ସହରର ଅନ୍ନପୂର୍ଣ୍ଣା ନଗର, ଅମିତ ନଗର,ମହିମା ନଗର, ଷ୍ଟାଡିୟମ୍ ସାହି, ବାଲିପିଣ୍ଡି ସାହି ଆଦି ଅନେକ ସାହି ବାସିନ୍ଦା ନିର୍ଭର କରୁଛନ୍ତି । ତେବେ ଏହି ରାସ୍ତା ସଂକୀର୍ଣ୍ଣ ସାଙ୍ଗକୁ ରାସ୍ତା ମଝିରେ ଡ୍ରେନ ନିର୍ମାଣ ହୋଇଥିବାରୁ ଯାତୟାତ ବେଳେ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ସନ୍ଧ୍ୟା ସମୟରେ ଏହି ରାସ୍ତା ଦେଇ ଯାଉଥିବା ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକ ଏହି ଖାଲ ଯୋଗୁଁ ଦୁର୍ଘଟଣାର ଶିକାର ହେଉଛନ୍ତି । ଏହି ଭଙ୍ଗା କଭର ପ୍ଲେଟ ଯୋଗୁଁ କେତେବେଳେ କାହାର ଜୀବନ ଚାଲିଯିବ ସେନେଇ ମଧ୍ୟ ଆଶଙ୍କା ଦେଖା ଦେଇଛି । ଏଣୁ ପ୍ରାଥମିକତା ଭିତ୍ତିରେ ଏହି ଡ୍ରେନର ତୁରନ୍ତ ମରାମତି ପାଇଁ ସାଧାରଣରେ ଦାବି କରିଛନ୍ତି ।