March 12, 2026

ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତତା କୁ ନେଇ ବିକ୍ଷୋଭ ଓ ୫ଦଫା ଦାବି ପତ୍ର ପ୍ରଦାନ

IMG-20230407-WA0024
Share

ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅନିୟମିତତା କୁ ନେଇ ବିକ୍ଷୋଭ ଓ ୫ଦଫା ଦାବି ପତ୍ର ପ୍ରଦାନ
ପାରଳାଖେମୁଣ୍ଡି:୭/୪(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗୁମ୍ମା ବ୍ଲକ ରେ ବିଭିନ୍ନ ଉନ୍ନୟନ ମୂଳକ କର୍ଯ୍ୟନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ ମାନଙ୍କ ବିନା ଅନୁମତିରେ ଆରମ୍ଭ ଏବଂ ଏହି କାର୍ଯ୍ୟ ଗୁଡିକରେ ବ୍ୟାପକ ଅନିୟମିତତା ସହ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମନ ମୁଖି ଶାସନ ସହ ବିଲ କରିବାରେ ବିଳମ୍ବ ସମେତ ୫ଦଫା ଦାବିକୁ ନେଇ ବ୍ଲକ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ କଂଗ୍ରେସ ଦଳର ଯୁବ ନେତା ବେନିକ ଗୋମଙ୍ଗ ଙ୍କ ନେତୃତ୍ୱରେ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ
ଏହି ବିକ୍ଷୋଭ ରେ ବ୍ଲକର ଅଣ୍ଟୀନିଏଲ ନାୟକ, ଜୁସିଲିସ ଗୋମାଙ୍ଗ ମାଇଶ୍ରୋକ ରଇତା, ଏସିନି ରଇତ, ଡାନୀଏଲ ଭୂୟାଁ ଓ କଲକା ସ୍ଵାତୀ ପ୍ରମୁଖ ସମେତ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ମାନେ ଏହି ବିକ୍ଷୋଭ ରେ ଅଂଶ ଗ୍ରହଣ କରିଥିଲେ l ଆଗାମୀ ଦିନରେ ଉପରୋକ୍ତ ଦାବି ଗୁଡ଼ିକ ନେଇ ଜିଲ୍ଲା ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ପ୍ରତିକାର ନ କଲେ ଆଗାମୀ ଦିନରେ ଆନ୍ଦୋଳନ କୁ ତୀବ୍ର କରାଯିବ ବୋଲି ନିର୍ବାଚିତ ପ୍ରତିନିଧି ମାନେ ଚେତାବନୀ ଦେଇଛନ୍ତି l