April 28, 2026

ପାରଳାଖେମୁଣ୍ଡି ରଲୋକନୃତ୍ୟଦଳରବନ୍ଦେ ମାତରମ ନୃତ୍ୟରେ ଦୁଲୁକିଲା ରାଜଧାନୀର ଉତ୍କଳ ମଣ୍ଡପ

IMG-20230407-WA0010
Share

 

ପାରଳାଖେମୁଣ୍ଡି:୫/୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଅଗ୍ରଣୀ ଲୋକ ନୃତ୍ୟ ଦଳ “ ବନ୍ଦେ ମାତରମ ” ପକ୍ଷରୁ ଭୁବନେଶ୍ବର ସ୍ଥିତ ଉତ୍କଳ ମଣ୍ଡପ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଲୋକ ନୃତ୍ୟ ଓ ଲୋକ ସଙ୍ଗୀତମହୋତ୍ସବ-୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେଇ ଗଜପତି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛି ।ଏହି “ବନ୍ଦେ ମାତରମ୍” ଲୋକ-ନୃତ୍ୟ ଦଳ ଉତ୍କଳ ଦିବସ ଅବସରରେ ରାଜଧାନୀ ଭୁବନେଶ୍ବର ସ୍ଥିତ ଉତ୍କଳ ମଣ୍ଡପ ଠାରେ ଅନୁଷ୍ଠିତ ଏକ ଲୋକ ନୃତ୍ୟ କାର୍ଯ୍ୟକ୍ରମରେ ଚମତ୍କାର ଶୈଳିରେ ପାରମ୍ପରିକ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ ଏବଂ ଏହା ପାରମ୍ପରିକ ଆଦିବାସୀ ବାଦ୍ୟଯନ୍ତ୍ର ସହାୟତାରେ ପରିବେଷିତ ହୋଇଥିଲା । ଏହି ନୃତ୍ୟ ଗଜପତି ଜିଲ୍ଲାର ଲାଞ୍ଜିଆ ସଉରା ନୃତ୍ୟ ଶୈଳିରେ କାର୍ଯ୍ୟକ୍ରମ ତୃତୀୟ ସଂଧ୍ୟାରେ ପରିବେଷଣ କରା ଯାଇଥିଲା ।ଏହି ନୃତ୍ୟ ଉପସ୍ଥିତ ଦର୍ଶକ ମହଲରେ ବେଶ୍ ଆକର୍ଷିତ କରିଥିବା ବେଳେ ଏହି ଆଦିବାସୀ ନୃତ୍ୟକୁ ଉପଭୋଗ କରିବା ସହ ନୃତ୍ୟ ଶୈଳିକୁ ବେଶ ପ୍ରଶଂସା କରିଥିଲେ ।“ ବନ୍ଦେ ମାତରମ ” ନୃତ୍ୟ ଦଳ ପାରଳାଖେମୁଣ୍ଡି ସହରର ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଅବତିର୍ଣ୍ଣ ହୋଇ ବେଶ ସଫଳତାର ସହ ନୃତ୍ୟ ପରିବେଷଣ କରିଥିଲେ । ପୂର୍ବରୁ ମଧ୍ୟ ଏହି ଦଳ ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ଲୋକ ନୃତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଜିଲ୍ଲାର ଗୌରବ ବୃଦ୍ଧି କରିବାରେ ସହାୟକ ହୋଇ ପାରିଛନ୍ତି । ଦଳର ଏଭଳି ସଫଳତାକୁ ଗଜପତି ଜିଲ୍ଲା\’ର ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।ଏହି ଅବସରରେ ଉତ୍କଳ ମଣ୍ଡପ ଠାରେ ପୂର୍ବତନ ସଂସ୍କୃତି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ସାମଲ , ଭୁବନେଶ୍ଵର ଉତ୍ତରର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ରାଉତ , ଅଧ୍ୟକ୍ଷ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଶ୍ରୀ ଲେନିନ୍ ମହାନ୍ତି , ନିର୍ଦ୍ଦେଶକ ତଥା ଶାସନ ସଚିବ “ଓଡିଆ ଭାଷା ସାହିତ୍ୟ ସଂସ୍କୃତି” ବିଭାଗ , ଶ୍ରୀ ରଂଜନ କୁମାର ଦାସ , ଯୁବ ନିର୍ଦ୍ଦେଶକ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ , ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ , ଉପ ସଭାପତି ଓଡିଶା ସଙ୍ଗୀତ ନାଟକ ଏକାଡେମୀର ଶ୍ରୀ ମନ୍ମଥ କୁମାର ଶତପଥୀ , ସଚିବ , ଓଡିଶା ସଙ୍ଗୀତ ନାଟକ ଏକାଡେମୀର ଶ୍ରୀ ପ୍ରବୋଧ ରଥ , ଗଜପତି ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ପ୍ରମୁଖ ଅତିଥି ମାନଙ୍କ ଗହଣରେ ଏହି ନୃତ୍ୟ ଦଳ ପ୍ରମାଣପତ୍ର ଗ୍ରହଣ କରିଥିଲେ ।