April 28, 2026

ମହର୍ଷି ଗୁରୁକୂଳର ୫୧ ଛାତ୍ରଛାତ୍ରୀ ପାଇଲେ ଲାପଟପ

IMG-20230407-WA0003
Share

 

ଗୁଣପୁର,(ସୁରେନ୍ଦ୍ର ମହାନ୍ତି )ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ମହର୍ଷି ଗୁରୁକୂଳ ଯୁକ୍ତ ୨ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଲାପଟପ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ବିଜୁ ଯୁବ ଶଶକ୍ତି କରଣ ଯୋଜନାରେ ଚଳିତ ବର୍ଷ ଉକ୍ତ ମହାବିଦ୍ୟାଳର ୫୧ ଜଣ ଛାତ୍ରଛାତ୍ରୀ ଲାପଟୋପ ପାଇବାରେ ସକ୍ଷମ ହୋଇଛନ୍ତି। ରାଜ୍ୟ ସରକାର ଲାପଟପ କ୍ରୟ କରିବାକୁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟେକଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ଜମା କରିଦେବେ।ଏହି ଅବସରରେ ଅନୁଷ୍ଠାନର ପରିଚାଳନା ସମିତିର ଅଧ୍ୟକ୍ଷ ସନ୍ତୋଷ କୁମାର ଗୁରୁ, ସମ୍ପାଦକ ରାଜେଶ କୁମାର ପଣ୍ଡା,ନିର୍ଦେଶକ ଲୋକନାଥ ମିଶ୍ର ଏବଂ ପ୍ରିନ୍ସପାଲ ପ୍ରିୟବ୍ରତ ବିଷୋୟୀ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଛା ଜଣାଇଛନ୍ତି।