November 16, 2024
Share

*╭───────────────────╮*
*🌄ସକାଳର ଖବର, ୦୭-ଏପ୍ରିଲ-୨୦୨୩, ଶୁକ୍ରବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଏଣିକି ରାଜ୍ୟର ସବୁ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ହେଲା ବାଧ୍ୟତାମୂଳକ l ନିୟମ ଭାଙ୍ଗିଲେ ଗଣିବେ ୫ ହଜାର ଟଙ୍କା ଜୋରିମାନା l

➡️୨-୨୦୨୪ରେ ବଦଳିଯିବ ମାଟ୍ରିକ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଢାଞ୍ଚା ।

➡️୩-ସବୁ ବର୍ଗର ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ହେଲା ବୃଦ୍ଧି l ବର୍ଦ୍ଧିତ ମଜୁରୀ ପିଛିଲା ଭାବେ ଏପ୍ରିଲ ପହିଲାରୁ ହେବ କାର୍ଯ୍ୟକାରୀ।

➡️୪-ଜାପାନରେ ସମୁଦ୍ର ପୋତାଯାଇ ତିଆରି ହୋଇଥିବା ନିପନ ଷ୍ଟିଲ୍ କର୍ପୋରେସନର କିମିସୁ ଇସ୍ପାତ କାରଖାନା ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୫-ବର୍ଦ୍ଧିତ କରୋନା ମାମଲାକୁ ନେଇ ଆଜି ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିଆ l

➡️୬-ଅନ୍‌ଲାଇନ୍ ଗେମିଂ ପାଇଁ ଜାରି ହେଲା ନୂଆ ନିୟମ, ପଇସା ସହ ଜଡ଼ିତ ଖେଳ ପାଇଁ କେୱାଇସି ମାନଦଣ୍ଡ ପୂରଣ କରିବା ହେଲା ବାଧ୍ୟତାମୂଳତ l

➡️୭-ବାୟୁ ପ୍ରଦୁଷଣ ଯୋଗୁଁ କମୁଛି କୋଭିଡ୍‌ ଟିକାର ପ୍ରଭାବ l ଗବେଷଣା ରୁ ଆସିଲା ବଡ଼ ତଥ୍ୟ l

➡️୮-ଦେବଗଡ ଜିଲ୍ଲାରେ ଥିବା ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ଉପସ୍ଥାନ ପାଇଁ ଜିଲ୍ଲାପାଳ ‘ମୋ ପିଲା ସ୍କୁଲ ଯିବେ’ କାର୍ଯ୍ୟକ୍ରମର କଲେ ଶୁଭାରମ୍ଭ l

➡️୯-ବୁଗୁଡ଼ା ୧୦ଟି ଓ୍ବାର୍ଡ ମେମ୍ବର ପଦବୀ ଲାଗି ୧୫ ଜଣଙ୍କ ପ୍ରାର୍ଥୀପତ୍ର ହେଲା ଦାଖଲ l

➡️୧୦-ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ଓ ତାଙ୍କ ବିଜନେସ ପାର୍ଟନର କୃନାଲଙ୍କ ବିରୋଧରେ ଠକେଇ, ଧମକ ଦେବା ଓ ଚେକ୍ ବାଉନ୍ସ ହେବା ଅଭିଯୋଗରେ ରାଞ୍ଚିର ଏକ କୋର୍ଟ ୱାରେଣ୍ଟ କଲା ଜାରି l

➡️୧୧-ଏପ୍ରିଲ ୨୬ରେ ଅନଲାଇନ୍ ବୁକ୍ ଷ୍ଟୋର ବୁକ୍ ଡିପୋଜିଟରୀ ବନ୍ଦ କରିବ ଆମାଜନ l

➡️୧୨-ଓଡ଼ିଶାର ୮୭ ଜେଲରେ ଅଛନ୍ତି ୮୦୦ରୁ ଊର୍ଦ୍ଧ୍ୱ ମାନସିକ ରୋଗୀ l ଏ ନେଇ ଜେଲ୍ ଡିଜି ମନୋଜ ଛାବ୍ରାଙ୍କ ସୂଚନା l

➡️୧୩-ଆଗକୁ କମିପାରେ ସିଏନଜି-ପିଏନଜିର ମୂଲ୍ୟ, କିରିଟ ପାରେଖ କମିଟିର ସୁପାରିଶକୁ ମଂଜୁର କଲା କେନ୍ଦ୍ର କ୍ୟାବିନେଟ l

➡️୧୪-ଜେଲରୁ ବାହାରିବା ପରେ ରାହୁଲ ଏବଂ ପ୍ରିୟଙ୍କାଙ୍କୁ ଭେଟିଲେ ସିଦ୍ଧୁ, କହିଲେ- ‘ନଇଁବୁନି କି ଗୋଟିଏ ଇଞ୍ଚ୍ ବି ପଛକୁ ହଟିବୁନି’ l

➡️୧୫-RBI ‌ମୁଦ୍ରାନୀତି ଆକଳନ, ୨୦୨୩-୨୪ ଆର୍ଥିକ ବର୍ଷରେ ୫.୨ ପ୍ରତିଶତ ରହିବ ଖୁଚୁରା ମୁଦ୍ରାସ୍ଫୀତି l

➡️୧୬-ଜାପାନରେ ଦେଖାଗଲା ଭୟାନକ ବର୍ଡ ଫ୍ଲୁ l ପୋତାହେଲେ ଚଳିତ ବର୍ଷ ୧.୪୭୮ କୋଟି କୁକୁଡା l

➡️୧୭-ଇଂରେଜଙ୍କ ଦେଶ ବ୍ରିଟେନର ମହିଳା ମନ୍ତ୍ରୀ ମୂଳ ପାକିସ୍ତାନୀ ବ୍ୟକ୍ତିଙ୍କ ଉପରେ ଆଣିଲେ ରେପ୍ ଅଭିଯୋଗ l

➡️୧୮-ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣର ୯ମ ମ୍ୟାଚରେ ଗତକାଲି ବାଙ୍ଗାଲୋରକୁ ୮୧ ରନ୍‌ରେ ପରାସ୍ତ କଲା କୋଲକାତା।

➡️୧୯-ଇଡେନ ଗାର୍ଡେନ୍ସରେ KKR-RCB ମ୍ୟାଚରେ ଉପସ୍ଥିତ ରହିଲେ କିଙ୍ଗ ଖାନ୍ l ଷ୍ଟାଡିୟମରେ ଫ୍ୟାନ୍ସମାନଙ୍କୁ ସ୍ୱାଗତ କରିବା ସହିତ ‘ପଠାନ୍’ ଗୀତରେ ଲଗାଇଲେ ଠୁମକା l

➡️୨୦-ଦୀର୍ଘ ୬ବର୍ଷ ପରେ ଶୀର୍ଷକୁ ଫେରିଲା ଆର୍ଜେଣ୍ଟିନା, ଫିଫା ମାନ୍ୟତାରେ ଭାରତର ସ୍ଥାନ ୧୦୧ l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ବିଶ୍ୱ ଆରୋଗ୍ୟ ଦିବସ ll*
*🔅ଆଜି ଗୁଡ଼ ଫ୍ରାଏ ଡେ଼ ll*
*🔅ଆଜି ସଶକ୍ତ ମହିଳା ଉଦ୍ୟୋଗୀ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ଶିଶୁ ଯୋଗ ଦିବସ ll*
*🔅ଆଜି ଜାତୀୟ ବିୟର ଦିବସ ll*
*🔅ଆଜି ଜାତୀୟ ହସ୍ତତନ୍ତ ଦିବସ ll*
*🔅ଆଜି ଜାତୀୟ ଗୃହପାଳିତ ପଶୁ ସ୍ୱାସ୍ଥ୍ୟ ବୀମା ଦିବସ ll*
*🔅ଆଜି ସର୍ବସାଧାରଣ ଟେଲିଭିଜନ ଦିବସ ll*
*🔅ଆଜି ଯୌନ ନିର୍ଯାତନା ସଚେତନତା କାର୍ଯ୍ୟ ଦିବସ ll*
*🔅ଆଜି ସରକାରୀ ଛାତ୍ର ଦିବସ ll*
*🔅ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦିବସ ll*
*🔅ଆଜି ବିଶ୍ୱ ମାର୍ବଲ୍ସ ଦିବସ ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*