ନିଶା ମୁକ୍ତ ଭାରତ ଅଭିଯାନ ସଚେତନତା ପଦଯାତ୍ରା

ପାରଳାଖେମୁଣ୍ଡି,ତା.୦୭.୦୩.୨୦୨୬
ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଓ ଗଜପତି ଜିଲ୍ଲା ପ୍ରଶାସନଙ୍କ ଅନୁମୋଦନ କ୍ରମେ, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ, ନିଶା ମୁକ୍ତ ଭାରତ ଅଭିଯାନର ନିଶା ସେବନର କୁପ୍ରଭାବ ଉପରେ ଆଲୋକପାତ କରି ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏହି ରାଲି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗଜପତି ଠାରେ ଶେଷ ହୋଇଥିଲା। ଏଥିରେ ସ୍କୁଲ ଏବଂ କଲେଜ ଛାତ୍ର ଓ ଛାତ୍ରୀ, “ଜୀବନ କିରଣ” ନିଶାସକ୍ତ ବ୍ୟକ୍ତିଙ୍କ ପାଇଁ ସମନ୍ୱିତ ଥଇଥାନ କେନ୍ଦ୍ରର କର୍ମଚାରୀ, ଏନ୍.ସି.ସି କ୍ୟାଡେଟ୍, ଗଜପତିର ତୃତୀୟ ଲିଙ୍ଗୀର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ଏହି ସଚେତନତା ପଦ ଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ଉତ୍ସର୍ଗୀତା ବଡରଇତ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଗଜପତି, ଶ୍ରୀ ଏଲ୍.ସନ୍ତୋଷ କୁମାର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ପାରଳାଖେମୁଣ୍ଡି, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କର୍ମଚାରୀ ଏବଂ ଅନ୍ୟାନ୍ୟ ବେସରକାରୀ ସ୍ୱେଚ୍ଛାସେବୀ ସଂଗଠନର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
