March 10, 2026

ବନ୍ଦ କରିବୁ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା,ରଥଯାତ୍ରା, ବାହୁଡା଼ ଯାତ୍ରା ଏବଂ ସୁନାବେଶ କାର୍ଯ୍ୟକ୍ରମ ତାତିଲେ ପୁରୀଜିଲ୍ଲା ଠିକାଦାର ସଙ୍ଘ

IMG-20260307-WA0026
Share

 

ହଁ ଆଜ୍ଞା ଆମେ କହିବାକୁ ରାଜ୍ୟ ଠିକାଦାର ସଙ୍ଘର କଥା l ପୁରୁଣା ସରକାର ଯାଇ ନୂଆ ସରକାର ଓଡ଼ିଆ ଅସ୍ମିତା ନାମରେ ଚଳାଇଥିବା ଘୋଟାଲା କୁ ସାମ୍ନାକୁ ଆଣିଛି ରାଜ୍ୟ ଠିକାଦାର ସଙ୍ଘ ବର୍ତମାନ ସରକାର ଗତ ଜାନୁୟାରୀ ୩ ତାରିଖରେ ଠିକାଦାର ମାନଙ୍କ ପାଇଁ ଯେଉଁ ନିୟମ ଆଧାର ଲାଗୁ କରିଛନ୍ତି ଏହା ରାଜ୍ୟ ଠିକାଦାର ମାନଙ୍କୁ ସ୍ୱତନ୍ତ୍ରରୂପେ ବାଧିଛି l ତେଣୁ ଏହାର ସମାଧାନ ପାଇଁ ପୁରୀଜିଲ୍ଲା ପୁରୀ ମ୍ୟୁନିସିପାଲିଟି ଠିକାଦାର ସଂଘର ସମ୍ପାଦକ ଲୋକନାଥ ପଣ୍ଡାଙ୍କ ନେତୃତ୍ୱ ରେ ସାରା ରାଜ୍ୟର ଠିକାଦାର ନିଜର ଗୁହାରି ଜଣାଇବା ପାଇଁ ପ୍ରାୟ ପାଞ୍ଚସହରୁ ଉର୍ଦ୍ଧ ଠିକାଦାର ବଳଗଣ୍ଡି ଛକରୁ ଏକ ବିରାଟ ଶୋଭାଯାତ୍ରା ରେ ସିଂହାଦ୍ୱାର ନିକଟରେ ପହଁଞ୍ଚି ମହାପ୍ରଭୁ ଉଦେଶ୍ୟ ରେ ଏକ ଦୀପ ଲଗାଇ ନିଜର ଦୁଃଖ ଜଣାଇବା ସହିତ ତା,ପରଦିନ ଠାରୁ ଅନିର୍ଦ୍ଧିଷ୍ଟ କାଳପାଇଁ ବିଧାନସଭା ନିକଟରେ ଧାରଣା ରେ ବସିଛନ୍ତି l ଆଜି ପୁରୀ ମ୍ୟୁନିସିପାଲିଟି ଠିକାଦାର ସଂଘର ସମ୍ପାଦକ ଲୋକନାଥ ପଣ୍ଡାଙ୍କ ନେତୃତ୍ୱ ରେ ପୁରୀଜିଲ୍ଲାର ତିନିଶହ ରୁ ଉର୍ଦ୍ଧ ଠିକାଦାର ସୁବାଷ ବୋଷ ଛକରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ l ଜିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ଆଗକୁ ଆମ ଗୁହାରି ନଶୁଣିଲେ ଆମେ ମହାପ୍ରଭୁ ଙ୍କ ଅନବସର ଯାତ୍ରାଠାରୁ ଶ୍ରୀଗୁଣ୍ଡିଚା ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ବନ୍ଦ କରିଦେବୁ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ସମ୍ପାଦକ ଲୋକନାଥ ପଣ୍ଡା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ