ଆନ୍ତର୍ଜାତୀୟ ମହିଳା ଦିବସର ଦ୍ୱିତୀୟ ଦିନରେ “ସଶକ୍ତ ନାରୀ, ସଶକ୍ତ ରାଷ୍ଟ୍ର “କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡିତା. ୦୭.୦୩.୨୦୨୬
ଓଡ଼ିଶା ସରକାରଙ୍କର କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ୦୬ ମାର୍ଚ୍ଚ ଠାରୁ ୦୮ ମାର୍ଚ୍ଚ ପର୍ଯ୍ୟନ୍ତ ଦୀର୍ଘ ତିନିଦିନ ଧରି ଆନ୍ତର୍ଜାତୀୟ ମହିଳା ଦିବସ ସ୍ଥାନୀୟ ବୃନ୍ଦାବନ ପ୍ୟାଲେସ ଠାରେ ପାଳନ କରାଯାଉଛି। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦ୍ୱିତୀୟ ଦିନର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା,
ସହକାରୀ ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ତ୍ରିନାଥ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ପ୍ରକଳ୍ପ ପରିଚାଳକ , ଓଡ଼ିଶା ଜୀବିକା ମିଶନ ଗଜପତି ଶ୍ରୀଯୁକ୍ତ ଟିମନ ବାରା ପ୍ରମୁଖ ମଞ୍ଚାସିନ ଥିଲେ।
ଆଜିର ଦ୍ୱିତୀୟ ଦିବସ ‘ ସଶକ୍ତି ନାରୀ’ ସଶକ୍ତି ରାଷ୍ଟ୍ର (Strong Women, Strong Nation) କାର୍ଯ୍ୟକ୍ରମ ଅବସରରେ ଶାରୀରିକ ଫିଟନେସ୍ ରଖିବା ସହ ସୁରକ୍ଷା, ଆତ୍ମରକ୍ଷା, ନେତୃତ୍ୱ ଏବଂ କ୍ୟାରିଅର ସଚେତନତା ଉପରେ ଆଲୋଚନା କରାଯାଇଥିଲା। ପରେ ପରେ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ଛାତ୍ରୀ, ସ୍ଵୟଂ ସହାୟକ ଗୋଷ୍ଠୀ, ସ୍ବଚ୍ଛ ସାଥୀଙ୍କୁ ନେଇ ସ୍ୱାସ୍ଥ୍ୟ ସୁରକ୍ଷା ନେତୃତ୍ୱ ଉପରେ ସଚେତନତା କରାଯାଇ ଆତ୍ମରକ୍ଷା ପ୍ରଦର୍ଶନ ଏବଂ ତାଲିମ
ଜୁଡୋ,ବକ୍ସିଂ,କରାଟେ ଖେଳ ଇତ୍ୟାଦି ସମ୍ପର୍କରେ ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।
