March 12, 2025

କଳାହାଣ୍ଡିରେ ନୂତନ SP ଙ୍କ ଯୋଗଦାନ ..

Share

 

ମାଓ ଦମନ, ଅପରାଧ ନିୟନ୍ତ୍ରଣକୁ ଦିଆଯିବ ପ୍ରାଥମିକତା ।

କଳାହାଣ୍ଡି ( ଦେବାଶିଷ ଦାଶ )

କଳାହାଣ୍ଡି ଜିଲ୍ଲାର ନୂତନ SP ଭାବେ ନାଗରାଜ ଦେବର କେଣ୍ଡା ଦାୟିତ୍ଵ ଗ୍ରହଣ କରିଛନ୍ତି । ବିଦାୟ ଏସପି ଅଭିଳାଷ ଜି. ଙ୍କ ଠାରୁ ସେ କାର୍ଯଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଏସପି କେଣ୍ଡା ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ଥିଲେ ।

ପୂର୍ବରୁ କଳାହାଣ୍ଡି ଏସପି ଥିବା ଅଭିଳାଷ ଜି.ଙ୍କୁ ବଲାଙ୍ଗିର ଜିଲ୍ଲା ବଦଳି ହେବାରୁ ତାଙ୍କ ସ୍ଥାନରେ ଏସପି କେଣ୍ଡା ଯୋଗ ଦେଇଛନ୍ତି ।

ବୁଧବାର ସନ୍ଧ୍ୟାରେ ଏସପି କେଣ୍ଡା ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ସାକ୍ଷାତ ଦେଇ ଜିଲ୍ଲାରେ ମାଓ ଦମନ, ନିଶା କାରବାର, ଅପରାଧ ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ,ଶିଶୁ ଓ ମହିଳା ସୁରକ୍ଷା ତଥା ସାଇବର ଅପରାଧ ଦିଗରେ ସ୍ଵତନ୍ତ୍ର ପ୍ରାଥମିକତା ଦେବେ ବୋଲି କହିଥିଲେ । ନୂତନ ଏସପି ନାଗରାଜ ଦେବର କେଣ୍ଡା ଯୋଗଦାନ କରିବା ପରେ କଳାହାଣ୍ଡି ଜିଲ୍ଲା ପୋଲିସ ବିଭାଗର ଅଧିକାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଛନ୍ତି ।