ଗଜପତି:- ଜୀବା ସରକାରୀ ଉଚ୍ଚ ବିଦ୍ୟାଳୟ ରେ “ମୋ ସ୍କୁଲ ଉତ୍ସବ” ପାଳିତ….
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀବା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ “ମୋ ସ୍କୁଲ ଉତ୍ସବ” କାର୍ଯ୍ୟକ୍ରମ ଅତ୍ୟନ୍ତ ହର୍ଷ ଓ ଉଲ୍ଲାସ ମଧ୍ୟରେ ପାଳିତ ହୋଇ ଯାଇଛି ।
ଏହି ଅବସର’ରେ ଅନୁଷ୍ଠିତ ବୈଠକ କାର୍ଯ୍ୟକ୍ରମ’ରେ ପୁରାତନ ଛାତ୍ର କମିଟି ସଭାପତି ଶ୍ରୀ ବେଶି ଶେଷଗିରି ରାଓ’ଙ୍କ ଅଧ୍ୟକ୍ଷତା’ ବିଦ୍ୟାଳୟ’ର ପୁରାତନ ଶିକ୍ଷାର୍ଥୀ , ପ୍ରଧାନ ଶିକ୍ଷୟିତ୍ରୀ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ବିଦ୍ୟାଳୟ’ର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନିଃସ୍ଵାର୍ଥପର ସେବାଦାନ , ଅର୍ଥଦାନ ଓ ଶ୍ରମଦାନ ଯୋଗୁଁ ବିଦ୍ୟାଳୟର ବିକାଶ ମୂଳକ କାର୍ଯ୍ୟକଳାପ’କୁ ଲୋକଲୋଚନ’କୁ ଆଣିବା ସହିତ ସମସ୍ତ ବଦାନ୍ୟ ଆଲୁମିନ୍ ସଦସ୍ୟ / ସଦସ୍ୟା’ଙ୍କ ଅବଦାନ’କୁ ଭୂୟସୀ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରା ଯାଇଥିଲା ।
ଉକ୍ତ ସଭାରେ ମୋ ସ୍କୁଲ ପ୍ରକଳ୍ପ , ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ , ମହିଳା ସଂୟ ସହାୟିକା ଅବଦାନ , ଆକାଂକ୍ଷୀ ପାଠକର୍ମ , ହାଉସ୍ ସିଷ୍ଟମ୍ ଏବଂ ବିଦ୍ୟାଳୟ’ର ଗୌରବ ଗାଥା ସ୍ମରଣ ପୂର୍ବକ ସମସ୍ତ ଅଂଶୀଦାର’ଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା’ଙ୍କ ଧନ୍ୟବାଦ ଜ୍ଞାପନ ପତ୍ର ପଠନ ଓ ବଣ୍ଟନ କରା ଯାଇଥିଲା ।
ସଭାପତି ସମେତ ଆଲୁମିନ୍ ସଦସ୍ୟା ଗଣ ନିଜ ନିଜ”ର ଅଭିଭାଷଣ ପ୍ରଦାନ କରିଥିଲେ ।
ଏହି ସଭାରେ ବିଦ୍ୟାଳୟର ଆକାଂକ୍ଷୀ ପାଠ୍ୟକ୍ରମ , ହାଉସ ସିଷ୍ଟମ , ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପର୍ବ’ରେ ଏହି ବିଦ୍ୟାଳୟର କୃତିତ୍ୱ ଇତ୍ୟାତି’କୁ ସ୍ମାର୍ଟ ଟିଭି ମାଧ୍ୟମ’ରେ ପ୍ରଦର୍ଶନ କରା ଯାଇଥିଲା ।
ପରିଶେଷରେ, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମୀନାକ୍ଷୀ ପାଢ଼ୀ ଉପସ୍ଥିତ ସମସ୍ତ ଅଂଶ ଗ୍ରହଣକାରୀ’ଙ୍କୁ କୃତଜ୍ଞତା ଜ୍ଞାପନ ସହ ଧନ୍ୟବାଦ ଅର୍ପଣ କରି ସଭାସଙ୍ଗ ଘୋଷଣା କରିଥିଲେ ।
(ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)