March 11, 2026

ବୁଗୁଡ଼ାରେ ବିଏସକେଓ୍ବାଇ ନବୀନ କାର୍ଡ ବଣ୍ଟନ

bsk
Share

                                ବୁଗୁଡା : ତା ୦୭/୦୩/୨୪ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ବିଏସକେଓ୍ବାଇ ନବୀନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଆବାହକତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଓ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏ ଅବସରରେ ବୁଗୁଡା ବ୍ଲକର ୨୧ଟି ପଞ୍ଚାୟତର ୫୧୨୦ ଜଣ ହିତାଧିକାରୀଙ୍କ ମଧ୍ୟରୁ ୨୦୨୭ ଜଣ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟବୀମା କାର୍ଡ ବଣ୍ଟନ କରାଯାଇଥିଲା ବେଳେ ପର୍ଯ୍ଯାୟ କ୍ରମେ ଅନ୍ୟ ହିତାଧିକାରୀଙ୍କୁ ବିତରଣ କରାଯିବ ବୋଲି ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଜିପିଇଓ ମନୋଜ କୁମାର ସାହୁ ସକ୍ରିୟ ସହଯୋଗ କରିଥିଲେ । ପ୍ରକାଶ ଯୋଗ୍ୟ ଯେ, ଏହି ପର୍ଯ୍ୟାୟରେ କେବଳ ସରକାରୀ କର୍ମଚାରୀ ଏବଂ ଆୟକରଦାତାଙ୍କୁ ବାଦ୍ ଦେଇ ଗ୍ରାମାଞ୍ଚଳର ସବୁ ପରିବାର ଏହି ଯୋଜନାରେ ସାମିଲ ହୋଇଥିବା ବେଳେ ହିତାଧିକାରୀମାନେ ରାଜ୍ୟ ତଥା ରାଜ୍ୟ ବାହାରେ ସମସ୍ତ ପଞ୍ଜିକୃତ ହସ୍ପିଟାଲରେ ନିର୍ଦ୍ଧାରିତ ଜଟିଳ ରୋଗଗୁଡିକର ଚିକିତ୍ସା ସୁବିଧା ହାସଲ କରିପାରିବେ ।