March 10, 2026

ବଡ଼ଚଣା କୋଲ୍ ସାହି ନିକଟସ୍ଥ ଜଙ୍ଗଲରୁ ୮୪ କେଜି ଗଞ୍ଜେଇ ଜବତ କଲା ସୋସିଆଲ ସ୍କୁର୍ଡ, ୨ କୋର୍ଟ ଚାଲାଣ

WhatsApp Image 2023-03-07 at 17.27.24
Share

 

ବଡ଼ଚଣା,୭।୩,_ ଆଜି ସକାଳୁ ସକାଳୁ ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ କୋଲ୍ ସାହି ନିକଟସ୍ଥ ଜଙ୍ଗଲରୁ ଗଞ୍ଜେଇ ଚୋରା କାରବାର ହେଥିବାବେଳେ, କୌଣସି ସୂତ୍ରରୁ ଖବର ପାଇ ଯାଜପୁର SP ଙ୍କ ନିର୍ଦ୍ଦେଶରେ ସ୍ଵତନ୍ତ୍ର ସ୍କୁର୍ଡ୍ ଘଟଣା ସ୍ଥଳରେ ଚଢ଼ାଉ କରିଥିଲା, ଘଟଣା ସ୍ଥଳରୁ ୩ଜଣ ଗଞ୍ଜେଇ ବେପାରୀ କୁ ଗିରଫ କରିବା ସହିତ ୮୪ କେଜି ଗଞ୍ଜେଇ କୁ ଜବତ ହୋଇ ଥିବା ଜଣାପଡିଛି। ଆଜି ବଡଚଣା ଥାନା ଠାରେ ପ୍ରେସ ବିବୃତିରେ ସୂଚନା ଦେଇ ଛନ୍ତି। ତେବେ ଗିରଫ ହୋଇ ଥିବା ବେପାରୀ ମାନେ ହେଲେ ଯାଜପୁର ଜିଲ୍ଲା ବଇରୀ ଥାନା ଅନ୍ତର୍ଗତ ସାଳପଡ଼ା ଗ୍ରାମର ଗୋବିନ୍ଦ ବିଶୋଇ , ବୟସ ୪୫ ବର୍ଷ, ଅନ୍ୟଜଣେ ବଡଚଣା ଥାନା ରଧାଦେଇ ପୁର ଗ୍ରାମର ମଧୁସୂଦନ ଗୋଚ୍ଛାୟତ ଖସି ପଳାଇ ଯାଇ ଥିବା ଜଣା ପଡିଛି । ତେବେ ଦୁଇ ଜଣକୁ ଗିରଫ କାରୀ ଥିବା ବେଳେ ମୁଖ୍ୟ ବେପାରୀ ଜଣକ ମାଲ କାନ ଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ MPV -37 ଅଞ୍ଚଳର ଉଦୟ ଶଙ୍କର ବିଶ୍ୱାସ କୁ ଗିରଫ କରି case no 60/23-20Iic NDPS 1985 ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ତେବେ 16 ନମ୍ୱର୍ ଜାତୀୟ ରାଜପଥରେ ଦିନକୁ ଦିନ ଚୋରା ଗଞ୍ଜେଇ ଚାଲାଣ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ପୋଲିସ କିପରି ଟେର ପାଉ ନାହିଁ ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି।