March 10, 2026

ଦରିଦ୍ର ନାରାୟଣ ସେବା ସଂଘ ର ପ୍ରଥମ ବୈଠକ..

IMG-20260207-WA0087
Share

ଦରିଦ୍ର ନାରାୟଣ ସେବା ସଂଘ ର ପ୍ରଥମ ବୈଠକ ତିର୍ତ୍ତୋଲ ବ୍ଲକ ଭଟ୍ଟ ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ସମାଜସେବୀ ଧୁନଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଅନୁଷ୍ଠିତ କର୍ମକର୍ତ୍ତା ନିର୍ବାଚନରେ ସ୍ଥାୟୀ ସଭାପତି ଭାବେ ଧୁନଚନ୍ଦ୍ର ସେନାପତି, କାର୍ଯ୍ୟକାରୀ ସଭାପତି – ସଚିଦାନନ୍ଦ ବେହେରା, ସମ୍ପାଦକ – ଦିଗମ୍ବର ରାଉତ, କୋଷାଧ୍ୟକ୍ଷ – କୁମରବର ସେନାପତି, ଉପଦେଷ୍ଟା ଭାବେ ନିରଞ୍ଜନ ବେଉରା, ରାଜକିଶୋର ଦାଶ, ଧ୍ରୁବ ଚରଣ ଦତ୍ତ, କ୍ଷୀରୋଦ ଚନ୍ଦ୍ର ମହାନ୍ତି, ନାରାୟଣ ପ୍ରସାଦ ପଣ୍ଡା ନିର୍ବାଚିତ ହୋଇଥିଲେ l ସଭ୍ୟ ପ୍ରହଲ୍ଳାଦ ନାୟକ, ସାରଦା ନାୟକ, ରାସ ବିହାରୀ ମହାନ୍ତି, ସୁଦର୍ଶନ ନାୟକ, ରବୀନ୍ଦ୍ର ନାଥ ସିଂ, ଶତ୍ରୁଘ୍ନ ନାୟକ ପ୍ରମୁଖ ଯୋଗଦେଇ ଥିଲେ l ବୈଠକରେ ସଙ୍ଘର ଆଗାମୀ କାର୍ଯ୍ୟକ୍ରମ ବିଷୟ ରେ ଆଲୋଚନା କରାଯିବା ସହ ଆଗାମୀ ମାସ ର ବୈଠକ ତୁରୁଖା ବନଦୁର୍ଗା ପୀଠ ପରିସରରେ ଅନୁଷ୍ଠିତ ହେବ ବୋଲି ସ୍ଥିରୀକୃତ ହୋଇଥିଲା l କ୍ଷୀରୋଦ ମହାନ୍ତି ଧନ୍ୟବାଦ ଦେଇଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର