March 10, 2026

ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଡ୍ରପ୍ ଆଉଟ୍ ରୋକିବା ପ୍ରୟାସ

IMG-20260207-WA0081
Share

 

 

ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମତୀ ଲୋପାମୁଦ୍ରା ରଥ ଭଞ୍ଜନଗର ବ୍ଳକର ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀଙ୍କୁ ଖୋଜି ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଦେଶ ତଥା ରାଜ୍ୟରୁ ଡ୍ରପ୍ ଆଉଟ୍ ହାର କମାଇବା ପାଇଁ ସରକାରଙ୍କ ଲକ୍ଷ୍ୟକୁ ସାକାର କରିବା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ଏବଂ ଉପରିସ୍ଥ ଅଧିକାରୀଙ୍କ ସୂଚନା ଓ ନିର୍ଦେଶ ପ୍ରକାରେ ନିରନ୍ତର ଉଦ୍ୟମ ଜାରି ରହିଛି। ସେହି କ୍ରମରେ ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନେତୃତ୍ୱରେ ଆଜି ବଡ଼କୋଦଣ୍ଡା କ୍ଲଷ୍ଟର ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ପ୍ରଚେଷ୍ଟାରେ ଏନ୍ ଏ ସି ସିଆରସିସି ବିଭୂ ପ୍ରସାଦ ମହାପାତ୍ର, କାଳିଆ ପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନୀଲ କାନ୍ତ ପଟ୍ଟନାୟକ, ବଡ଼କୋଦଣ୍ଡା ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ବେହେରା, ନୂଆସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶାନ୍ତିଲତା ରାଉତ, ଶିକ୍ଷା କମିଟି ସଦସ୍ୟ ମୋହନ ସାହୁ ଓ ପ୍ରସନ୍ନ କୁମାର ପ୍ରଧାନ, ଶିକ୍ଷକ ଦାସରଥି ବିଷୋୟୀ ବଡ଼କୋଦଣ୍ଡା କ୍ଲଷ୍ଟରର କାଳିଆ ପଲ୍ଲୀ, ଘୋଡ଼ା ଦାଣ୍ଡି, କନ୍ଧ ସାହି, ଧୋବାସାହି, ବଡ଼କୋଦଣ୍ଡା ଗ୍ରାମର କୁମ୍ଭାର ସାହି ଓ ନୂଆସାହି ବୁଲି ଥିଲେ। ଏହି ପରିପ୍ରେକ୍ଷୀରେ ବିଇଓ ମହୋଦୟା ଶିକ୍ଷା ସ୍ରୋତରୁ ବିଚ୍ୟୁତ ହୋଇ ଡ୍ରପ୍ ଆଉଟ୍ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାର ମହତ୍ତ୍ୱ ବୁଝାଇବା ସହିତ ସେମାନଙ୍କ ଅଭିଭାବକ ମାନଙ୍କୁ ପିଲାମାନଙ୍କ ଶିକ୍ଷା ପ୍ରତି ଗୁରୁତ୍ବ ଦେବାପାଇଁ ପରାମର୍ଶ ଦେବା ସହିତ ୧୪ ବର୍ଷ ରୁ କମ ବୟସର ପିଲା ବିଦ୍ୟାଳୟରେ ଡାଇରେକ୍ଟ ଏନରୋଲମେଣ୍ଟ, ୧୪ ବର୍ଷ ବୟସରୁ ୧୮ ବର୍ଷ ବୟସର ମେଟ୍ରିକ୍ ଫେଲ ପିଲା ଏସ୍ ଆଇ ଓ ଏସ୍ ପାଠ୍ୟକ୍ରମରେ ନାମ ଲେଖାଇବା ଏବଂ ୧୮ ବର୍ଷ ରୁ କମ ମେଟ୍ରିକ୍ ପାସ୍ ପିଲା ଏନ୍ ଆଇ ଓ ଏସ୍ କିମ୍ବା ଏସ୍ ଆଇ ଓ ଏସ୍ ରେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅନୁରୋଧ କରିଥିଲେ। ଯେଉଁ ପିଲାମାନେ ଆଦୌ ବିଦ୍ୟାଳୟରେ ନାମ ଲେଖାଇ ନା‌ହାଁନ୍ତି, ଅଧାରୁ ପାଠ ଛାଡ଼ି ଡ୍ରପ୍ ଆଉଟ୍ ହୋଇଛନ୍ତି କିମ୍ବା ବିଦ୍ୟାଳୟ ଠାରୁ ଦୂରରେ ରହୁଥିବା ୬ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ବିଦ୍ୟାଳୟକୁ ଫେରାଇ ସେମାନଙ୍କ ପାଠପଢା ସୁନିଶ୍ଚିତ କରିବା ପାଇଁ ସମସ୍ତ ସ୍ତରରେ ଚେଷ୍ଟା କରାଯାଉଛି। ଏଥି ପାଇଁ ଗତ ଦିନରେ ପିଲା ମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ପଞ୍ଚାୟତ ଓ କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ସହିତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହା ସହିତ ବର୍ତ୍ତମାନ ନବ ଭାରତ ସାକ୍ଷରତା ଅଭିଯାନ ଉଲ୍ଲାସ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସମସ୍ତ ବିଦ୍ୟାଳୟ ସ୍ତରରେ ଉଦ୍ୟମ ଜାରି ରହିଛି।

ପ୍ରକାଶ ଥାଉକି ଆଜି ଭଞ୍ଜନଗର ର ସମସ୍ତ କ୍ଲଷ୍ଟରରେ ବିଇଓ ଏବଂ ଏବିଇଓ ମାନଙ୍କ ନେତୃତ୍ୱରେ ତଥା ସିଆରସିସି ମାନଙ୍କ ଦଳଗତ ଉଦ୍ୟମ ଓ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସାହାଯ୍ୟ ଓ ସହଯୋଗ ରେ ଡ୍ରପ୍ ଆଉଟ୍ ରୋକିବା ଅର୍ଥାତ୍ ପିଲା ମାନଙ୍କୁ ମେଇନସ୍ଟ୍ରିମିଙ୍ଗ୍ କରିବା ପ୍ରୟାସ ଜାରି ରହିଛି। ଏଥିରେ ସଫଳତା ମିଳୁଥିବାରୁ ସମସ୍ତେ ଉତ୍ସାହିତ ଅଛନ୍ତି। ସେହିପରି ବିଇଓ ଶ୍ରୀ ମତୀ ଲୋପାମୁଦ୍ରା ରଥଙ୍କ ଅଧୀନରେ ଥିବା ବେଲଗୁଣ୍ଠା ବ୍ଳକ ରେ ମଧ୍ୟ ସିଆରସିସି ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ ଏହି କାର୍ଯ୍ୟ ସଂପାଦନ କରାଯାଇଛି।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ