ଗଜପତି:- ବାଲ୍ୟ ବିବାହ ନିରୋଧ’କୁ ନେଇ ଜନସଚେତନତା କାର୍ଯ୍ୟକ୍ରମ
ନାଲସା ଜାଗୃତି ଯୋଜନା ଏବଂ ନାଲସା ଆଶା ଯୋଜନା ଅନୁଯାୟୀ ବାଲ୍ୟ ବିବାହ ନିରୋଧ ପାଇଁ ଆଇନରେ ରହିଥିବା ବିଭିନ୍ନ ଦିଗ ବିଷୟରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ଗଜପତି ଜିଲ୍ଲା ଅନ୍ତର୍ଗତ ଗୋସାଣି ବ୍ଲକର ଲାବଣ୍ୟଗଡ଼ ଗ୍ରାମ ପଞ୍ଚାୟତ ସମ୍ମିଳନୀ ହଲ ଠାରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ବିମଳ ରାଉଳ’ଙ୍କ ଅଧ୍ୟକ୍ଷତାରେ ପାରଳାଖେମୁଣ୍ଡି ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଜଷ୍ଟିସ-କର୍ଣ୍ଣର ଚାରିଟେବୁଲ ଟ୍ରଷ୍ଟ’ଙ୍କ ମିଳିତ ସହଯୋଗରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅଦାଲତର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରୋସେକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର , କିଶୋର ନ୍ୟାୟ ବୋର୍ଡର ସଦସ୍ୟ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଗାରାବନ୍ଧ ଥାନାର ସବ ଇନ୍ସପେକ୍ଟର କୁମାରୀ ଅମ୍ବିକା ବେଣିଆ , ଗୋସାଣି ବ୍ଲକର ଆଇ.ସି.ଡି.ଏସ. ସୁପରଭାଇଜର ଶ୍ରୀମତୀ ତପସ୍ୱିନୀ ଜେନା ଏବଂ ପାରଳାଖେମୁଣ୍ଡି ସ୍ଥିତ ଜଷ୍ଟିସ କର୍ଣ୍ଣର ଚାରିଟେବଲ ଟ୍ରଷ୍ଟ’ର ସମାଜସେବୀ ଶ୍ରୀ ଜଗନ୍ନାଥ ଚୌଧୁରୀ
ପ୍ରମୁଖ ଉପସ୍ଥିତ ରହି ଶିଶୁ ସୁରକ୍ଷା ନେଇ ରହିଥିବା ଆଇନ’ର ବିଭିନ୍ନ ଦିଗ ବିଷୟରେ ତର୍ଜମା କରିଥିଲେ । ଏଥିସହ ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ (ନାଲସା)ଙ୍କ ଆଇନ ସଚେତନତା ମୂଳକ ଯୋଜନା ଗୁଡ଼ିକ ବିଷୟରେ ସାଧାରଣ ଜନତାଙ୍କୁ କହି ସଚେତନ କରିଥିଲେ।
ବିଶେଷକରି ବାଲ୍ୟ ବିବାହ ନିରୋଧ ଏବଂ ଦୁର୍ବଳ ବର୍ଗର ଲୋକ ମାନଙ୍କ ପାଇଁ ନ୍ୟାୟ ପ୍ରାପ୍ତି ସମ୍ପର୍କରେ ଆଜିର ଏହି କାର୍ଯ୍ୟକ୍ରମରେ ବିଶେଷ ଭାବେ ଚର୍ଚ୍ଚା କରା ଯାଇଥିଲା।
ସେହିପରି ଉପସ୍ଥିତ ଅତିଥି ମାନେ ନାରୀ ମାନଙ୍କ ପାଇଁ ରହିଥିବା ସରକାରୀ ଯୋଜନା ଗୁଡିକୁ ନେଇ ସମସ୍ତଙ୍କୁ ଅବଗତ କରେଇବା ସହ ସାଇବର ଅପରାଧ ତଥା ପ୍ଲାଷ୍ଟିକ ବ୍ୟବହାର’ର ଅପକାର ବିଷୟରେ ସମସ୍ତଙ୍କୁ ଅବଗତ କରେଇ ଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲାବଣ୍ୟଗଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ବିରଞ୍ଚି କୁମାର ଦଳପତି , ଗାରାବନ୍ଧ ଥାନାର କର୍ମଚାରୀ ତଥା ଜିଲ୍ଲା ନ୍ୟାୟାଳୟର କର୍ମଚାରୀ ମାନେ ଉପସ୍ଥିତ ରହି ସାହାଯ୍ୟ ସହଯୋଗର ଯଥାର୍ଥ ହାଥ ବଢାଇଥିଲେ।
——————————————–
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
——————————–;————
