ନବରଙ୍ଗପୁର ଜିଲ୍ଲା ଉମରକୋଟ ର ବ୍ଲାକ ସ୍ପଟ, ଘଟୁଛି ଘନ ଘନ ଦୁର୍ଘଟଣା,ଯାଉଛି ନିରୀହ ଜୀବନ……….

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଦୁର୍ଘଟଣା ରୋକିବା ପାଇଁ ଅନେକ ଦାବି ପରେ ମଧ୍ୟ ପଡୁନି ପ୍ରଶାସନ ର ନଜର । ଦୁର୍ଘଟଣା ର ଭୟାଭୟ ଚିତ୍ର ଗୁଡିକ ଘୁରି ବୁଲୁଛି ମୋବାଇଲ ରୁ ମୋବାଇଲ ହେଲେ ଭାଙ୍ଗୁନି ପ୍ରଶାସନ ର ନିଦ । ଭଲ ଭାବରେ ଦେଖନ୍ତୁ, କିଭଳି ଡିଭାଇଡର ରେ ପିଟି ହେଉଛି ଗାଡି,ଏହି ସ୍ଥାନ ହେଉଛି, ଉମରକୋଟ ସହର କୁ ପ୍ରବେଶ କରିବା ସ୍ଥାନ, ଏହି ଠୁ ଆରମ୍ଭ ଡ଼ିଭା ଇଡର, ନା ସିଗ୍ନାଲ ଅଛି ନା ଲାଇଟ, ନବରଙ୍ଗପୁର ଜିଲ୍ଲା ର ବ୍ୟବସାୟିକ ପେଣ୍ଠ ସ୍ଥଳୀ କୁହାଯାଉଥିବା ଉମରକୋଟ ଅଞ୍ଚଳରେ ଭଲ ବ୍ୟବସାୟ ପାଇଁ ଜମୁଛି ଜିଲ୍ଲା ସହ ପୋଡ଼ଶୀ ଜିଲ୍ଲା ତଥା ପୋଡ଼ାଶୀ ରାଜ୍ୟ ର ବ୍ୟବସାୟୀ ଙ୍କ ସହ ଗ୍ରାହକ ଙ୍କ
ଭିଡ଼। ବଜାର ସହ ରାସ୍ତା ଘାଟ ସର୍ବଦା ଚଲ ଚଞ୍ଚଳ ଓ ଜନଗହଳି ପୂର୍ଣ ରହୁଛି । ତେବେ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଦୁର୍ଘଟଣା ସ୍ଥଳ ବା ବ୍ଲାକ ସ୍ପଟ ଅଞ୍ଚଳ ଲୋକ ଙ୍କୁ ଅସ୍ତବ୍ୟସ୍ତ କରିଦେଉଛି । ଏକ ଜନ ଗହଳି ପୂର୍ଣ୍ଣ ଅଞ୍ଚଳରେ ଏକ ନିର୍ଦ୍ଧିଷ୍ଟ ସ୍ଥାନ ରେ ହିଁ ଏଭଳି ଦୁର୍ଘଟଣା ଘଟୁଛି । ଘର ସମ୍ମୁଖରେ ଘନ ଘନ ଦୁର୍ଘଟଣା ଘଟୁଥିବା ଥିବା ବେଳେ ଅନେକ ପଥଚାରି ଙ୍କ ମୃତ୍ୟୁ ଘଟୁଥିବା ବେଳେ ଅନେକ ଗୁରୁତର ଆହତ ହୋଇ ଜୀବନ ମୃତ୍ୟୁ ସହ ସଂଗ୍ରାମ କରି ପଙ୍ଗୁ ପ୍ରାୟ ଜୀବନ ଅତିବାହିତ କରୁଛନ୍ତି । ପ୍ରାୟ ପ୍ରତ୍ୟେକ ଦିନ ଆଖି ସମ୍ମୁଖରେ ଲୋକ ଙ୍କ ମୃତ୍ୟୁ ଓ ରକ୍ତ ଜୁଡୁବୁଡୁ ଶରୀର କୁ ଦେଖି ଦେଖି ଲୋକେ ବିଚଳିତ ହୋଇଯାଇଛନ୍ତି । ଦୁର୍ଘଟଣା ର ସମସ୍ତ ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ରେ କଏଦ ହୋଇଛି । ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ର ଦୃଶ୍ୟ ଯାହାକୁ ବି ବିଚଳିତ କରିବ । ବ୍ୟବସାୟ ସ୍ଥଳ କୁ ଯିବା ପାଇଁ ଏହା ଏକ ମୁଖ୍ୟ ମାର୍ଗ ହୋଇଥିବା ବେଳେ ଲୋକେ ବାଧ୍ୟ ବାଧ୍ୟକତା ରେ ଏହି ରାସ୍ତା କୁ ବ୍ୟବହାର କରୁଛନ୍ତି ଅନେକ ସତର୍କତା ଅବଲମ୍ବନ ପରେ ବି ପଥଚାରି ମାନେ ଦୁର୍ଘଟଣା ର ସମ୍ମୁଖୀନ ହେଉଛନ୍ତି । ଏଭଳି ଘଟଣା କୁ ନେଇ ଆତଙ୍କିତ ସ୍ଥାନୀୟ ବାସିନ୍ଦା ସମାଧାନ ପାଇଁ ଅନେକ ଥର ପୌର କାର୍ଯ୍ୟାଳୟ ତଥା ପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି କିନ୍ତୁ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି । ପ୍ରଶାସନ କିମ୍ବା ରାଜନେତା ଏହାର ସ୍ଥାୟୀ ସମାଧାନ ନେଇ ପଦକ୍ଷେପ ପାଇଁ ଦାବି ଜୋର ଧରିଥିବା ବେଳେ ଏନେଇ ଆମେ ସ୍ଥାନୀୟ ପୌର ଅଧିକାରୀ ଙ୍କ ସହିତ ଯୋଗା ଯୋଗ କରିଥିଲୁ l