March 7, 2026

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା . ବିଜ୍ଞାନର ଲକ୍ଷ୍ୟ ପ୍ରଦୂଷଣ ମୁକ୍ତ ଭାରତ ଗଠନ .. 

IMG-20260107-WA0054
Share

 

ବୋଲଗଡ (ଉପାନ୍ତ ଖବର ମାନସ ରଞ୍ଜନ କର) ତା -୭/୧(ନି.ପ୍ର ) ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦେଶ କ୍ରମେ ଓ ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବୁଧବାର ଦିନ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଟାଙ୍ଗୀସାହି ସ୍ଥିତ ରଘୁନାଥ ମଧୁସୂଦନ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଅଛି l ଉଦଘାଟନୀ ଉତ୍ସବରେ ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ସଭାପତିତ୍ବ କରି ବିଜ୍ଞାନ ମେଳା ପତାକା ଉତ୍ତୋଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ l ଏହି ବିଜ୍ଞାନ ମେଳାରେ ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ୫୯,ଟି ବିଦ୍ୟାଳୟରୁ ୭୧ଟି ବିଜ୍ଞାନ ପ୍ରକଳ୍ପ କୁନି ବୈଜ୍ଞାନିକମାନେ ପ୍ରଦର୍ଶନ କରିଥିଲେ l ଏହି ବିଜ୍ଞାନ ମେଳାରେ ବିଚାରକ ଭାବେ ବାଂକୋଇ କାଳୀ ଚରଣ ପାଞ୍ଚଗଡ଼ ଅନଙ୍ଗ ନରେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ରାଜକିଶୋର ସାହୁ,ବେଗୁନିଆ ମହାବିଦ୍ୟାଳୟର ଅଧ୍ୟାପକ ସୁଧାଂଶୁ କୁମାର ପରିଡ଼ା,ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ତାରା ଶଙ୍କର ସିଂହଦେଓ ପ୍ରମୁଖ ଯୋଗଦେଇ କୃତୀ ପ୍ରତିଭା କୁନି ବୈଜ୍ଞାନିକ ମାନଙ୍କୁ ଚୟନ କରିଥିଲେ l ଏହି ପ୍ରତିଯୋଗିତାରେ ଆରୋଧ୍ୟ୍ୟl ବାରିକ ପ୍ରଥମ ସ୍ଥାନ,ସ୍ମିତା ଲେଖା ସାହୁ ଦ୍ୱିତୀୟ ସ୍ଥାନ,ଶୁଭଶ୍ରୀ ପ୍ରିୟଦର୍ଶିନୀ ତୃତୀୟ ସ୍ଥାନ ସୋହେନା ଜୁହାର, ମନ ସଞ୍ଜୟ ସାହୁ,ସିଦ୍ଧି ଶ୍ରେୟାଂଶ ପ୍ରମୁଖ ବ୍ଲକ ସ୍ତରରୁ ଖୋର୍ଦ୍ଧା ଜିଲ୍ଲା ସ୍ତରକୁ ଚୟନ ହୋଇ ଅଛନ୍ତି ପ୍ରଥମ କୃତୀ ପ୍ରତିଯୋଗୀକୁ ୧୫୦୦ଟଙ୍କା,ପ୍ରମାଣ ପତ୍ର ଦ୍ୱିତୀୟ କୃତୀ ପ୍ରତିଯୋଗୀ ୧ହଜାର ଟଙ୍କା ପ୍ରମାଣ ପତ୍ର ଓ ତୃତୀୟ କୃତୀ ପ୍ରତିଯୋଗୀକୁ ୫ ଶହ ଟଙ୍କା ସହିତ ପ୍ରମାଣ ପତ୍ର ସମସ୍ତ ନିମନ୍ତ୍ରିତ ଅତିଥିମାନେ ପ୍ରଦାନ କରିଥିଲେ l ଏହି ବିଜ୍ଞାନ ମେଳାର ଉଦଯାପନୀ ଉତ୍ସରେ ପ୍ରମୋଦ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ବାସୁଦେବ ବେହେରା,ମୁଖ୍ୟବକ୍ତାଭାବେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁ ଓ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାଶ ନାଥ ସ୍ୱାଇଁ,ଅମିତା ମିଶ୍ର,ଆଞ୍ଚଳିକ କେନ୍ଦ୍ର ସାଧନ ସଂଯୋଜକ ମୁସ୍ତାକ ଅଲ୍ଲୀ,ସ୍କୁଲ ପରିଚାଳନା କମିଟି ସଭାପତି ଶେଷଦେବ ସ୍ୱାଇଁ, ପଞ୍ଚସଖା ଶିକ୍ଷା ସେତୁ କମିଟିର ସଭାପତି ବାସୁଦେବ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ, ଚନ୍ଦନ,ଧୂପ,ଦୀପ ଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ l ସଭାପତି ଶ୍ରୀ ସ୍ୱାଇଁ ସ୍ୱାଗତ ଭାଷଣ ଦେଇ ଆଧୁନିକ ଯୁଗରେ ବିଜ୍ଞାନର ଉପକାରିତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ଆଞ୍ଚଳିକ କେନ୍ଦ୍ର ସାଧନ ସଂଯୋଜକ ଲୋକନାଥ ସାହୁ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l ଆଧୁନିକ ସମାଜରେ ବିଜ୍ଞାନର ଉନ୍ନତି ଯୋଗୁଁ ପ୍ରଦୂଷଣ ମୁକ୍ତ ଭାରତ ଗଠନ ହୋଇପାରିବ ବୋଲି ମୁଖ୍ୟ ଅତିଥି ବାସୁଦେବ ବେହେରା ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ l ଶିକ୍ଷାନୁଷ୍ଠାନର ଛାତ୍ରୀମାନେ ସ୍ୱଚ୍ଛ ଭାରତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ଧିରେନ ପାତ୍ର,ସାନ୍ତୁନ ସାଥୁଆ ଓ ଶିକ୍ଷୟିତ୍ରୀ ପ୍ରତିଭା ରଣସିଂହ,ସ୍ନେହାଶ୍ରୀ ବାରିକ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ l ପରିଶେଷରେ ଶିକ୍ଷକ ମୁନା ଖଟୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l