May 11, 2026

ଇଶ୍ଵର କୃପା ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

IMG-20250107-WA0029
Share

 

 

ବାଲେଶ୍ଵର (ଶେଖ୍ ନଜିମ୍): ବାଲେଶ୍ଵରର ଅନ୍ୟତମ ସାମାଜିକ ସଂଗଠନ ଇଶ୍ଵର କୃପା ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ସରକାରୀ ଦଳର ଉପ ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ବିଧାନସଭାରେ ସାକ୍ଷାତ କରି ତାଙ୍କୁ ପୁଷ୍ପଗୁଚ୍ଛ ,ଉତ୍ତରୀୟ, ବେଲଗଛ ଚାରା , ମହାପ୍ରଭୁ ଜଗନ୍ନାଥଙ୍କ ମୃତ୍ତି ଓ ତୌଳଚିତ୍ର ପ୍ରଦାନ କରିବା ସହିତ ୩ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ଗୁଡ଼ିକ ମଧ୍ୟରେ (୧)ମୁଖ୍ୟତଃ ବର୍ତ୍ତମାନ ସମୟରେ ବିଭିନ୍ନ ଯାତ୍ରା ପାର୍ଟିରେ ଅଶ୍ଳୀଳତା ପ୍ରଦର୍ଶନ ହେଉଥିବାରୁ ସମାଜ ଉପରେ କୁ ପ୍ରଭାବ ପଡ଼ିବା ସହିତ ଓଡ଼ିଆ ଅସ୍ମିତା ବିପଦରେ ପଡ଼ିଛି ଏଥିସହିତ ସାମାଜିକ ଗଣମାଧ୍ୟମରେ ଦେଖାଦେଇଥିବା ନଗନତା ଓ ଅଶ୍ଳୀଳତା କୁ ବନ୍ଦ କରିବା ଏହା ଉପରେ ତୁରନ୍ତ ପଦକ୍ଷେପ ନେବା (୨)ବହୁଳ ମାତ୍ରାରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ (ଜରି ବେଗ) ବ୍ୟବହାର ଉପରେ କଟକଣା ଲଗାଇ ଏହାକୁ ବନ୍ଦ କରିବା (୩) ବାଲେଶ୍ଵର ସଦର ଓ ରେମୁଣା ଏନଏସି ର ଉଭୟ ରାସ୍ତା ପାର୍ଶ୍ଵରେ ଖୁଲମଖୁଲା ଭାବେ ମନଇଛା ଛେଳି,ମେଣ୍ଢା, କୁକୁଡା ପ୍ରଭୁତି କଟା ଯାଉଥିବା ରୁ ପଥଚାରୀ ତଥା ବିଶେଷ କରି କମଳମତି ଶିଶୁ ଙ୍କ ଉପରେ କୁପ୍ରଭାବ ପଡ଼ିବା ସହିତ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହେଉଥିବାରୁ ସରକାର ଏ ବାବଦରେ ତୁରନ୍ତ ପଦେକ୍ଷପ ଗ୍ରହଣ କରି ଏହି କୁଚକ୍ରି ବ୍ୟବସାୟୀ ମାନଙ୍କୁ ଚିଲଖାନା ରେ କାଟିବା ପାଇଁ ନିର୍ଦ୍ଧେଶ ଦେବାକୁ ଦାବି ଉପସ୍ଥାପନ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ସରକାରୀ ଦଳର ଉପ ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି ଲୋକନାଥ ପିରି, ସଭାପତି ସରୋଜ କୁମାର ସାହୁ, ସମ୍ପାଦିକା ଅମିତା ପିରି, ସଦସ୍ୟ ଶୁଭଙ୍କର ପିରି,ଶକ୍ତି କୁମାର ଦାସ,ମଞ୍ଜୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।