November 22, 2024
Share

🌄ସକାଳର , ୦୭-ଜାନୁଆରୀ-୨୦୨୪, ରବିବାର

➡️୧-ଜାନୁଆରୀ ୨୭ରେ ହେବ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇ ପ୍ରକଳ୍ପର ଲୋକାର୍ପଣ, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଟ୍ରଷ୍ଟ ବୋର୍ଡ ଓ ସେବାୟତଗଣ l ମା’ଙ୍କ କାମରେ ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ l

➡️୨-ସରକାରଙ୍କ ସହିତ ସକାରାତ୍ମକ ଆଲୋଚନା ପରେ ଶେଷରେ ଆନ୍ଦୋଳନରୁ ଓହରିଲା ଓଡ଼ିଶା ଡ୍ରାଇଭର ମହାସଂଘ l ଭିଡିଓ ବାର୍ତ୍ତା ଜାରି କରି ଆହ୍ୱାନ ଦେଲେ ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି।

➡️୩-ଆଜିଠାରୁ ୯ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ ଏକାଦଶ ପର୍ଯ୍ୟାୟ ସାଗର ପରିକ୍ରମା l

➡️୪-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରର କ୍ରୀଡ଼ା ବିକାଶକୁ ତ୍ୱରାନ୍ୱିତ କରିବା ନିମନ୍ତେ ଗତକାଲି ଭିଡିଓ କନ୍‌ଫରେନ୍ସ ଜରିଆରେ ୧୨୦ କୋଟି ଟଙ୍କା ପ୍ରକଳ୍ପର କଲେ ଶୁଭାରମ୍ଭ l

➡️୫-ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଜାନ୍ରୁୟାରୀ ମାସର ରବିବାର ସମେତ ସମସ୍ତ ଛୁଟି ଦିନ ଗୁଡ଼ିକରେ ଆଜିଠାରୁ ଲୋକସେବା ଭବନର ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ।

➡️୬-ଆସନ୍ତା ୮ ତାରିଖରୁ ସବୁ କଲେଜରେ +୨ ବିଜ୍ଞାନ ପିଲାଙ୍କୁ ମାଗଣାରେ NEET ଓ JEE ପାଇଁ ଦିଆଯିବ ଅନ୍‌ଲାଇନ୍‌ କୋଚିଂ l ଏ ନେଇ ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ କଲେଜକୁ DHSE ଦେଲେ ନିର୍ଦ୍ଦେଶ l

➡️୭-ଭାରତୀୟ ସୌର ମିସନ ଆଦିତ୍ୟ ଏଲ୍‌-୧ ଗତକାଲି ଏହାର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଦେଶର ଏକ ଐତିହାସିକ ସଫଳତା କହି ଟିମ୍‌କୁ ଅଭିନନ୍ଦନ ଜଣାଇବା ସହ କଲେ ପ୍ରଶଂସା l

➡️୮-ୟୁରିଆ ଗୋଲ୍ଡ ସାର ଲଞ୍ଚ କରିବାକୁ କେନ୍ଦ୍ର ସରକାର ଦେଲେ ମଞ୍ଜୁରି l ୟୁରିଆ ଗୋଲ୍ଡର ୪୦ କେଜିଆ ବ୍ୟାଗ୍‌ର ମୂଲ୍ୟ ମାତ୍ର ୨୬୬.୫୦ ଟଙ୍କା ରଖାଯାଇଛି।

➡️୯-ପୂରଣ ହେଲା ଦୀର୍ଘଦିନର ସ୍ବପ୍ନ, ଦଶପଲ୍ଲାକୁ ଗଡ଼ିଲା ଟ୍ରେନ୍। ସେପଟେ ନୟାଗଡ଼ବାସୀଙ୍କ ପାଇଁ ବି ଆସିଲା ଖୁସିଖବର। ଏଣିକି ଦଶପଲ୍ଲା ପରେ ଏବେ ଖଣ୍ଡପଡ଼ା ଏବଂ କଣ୍ଟିଲୋକୁ ମଧ୍ୟ ଖୁବଶୀଘ୍ର ଚାଲିବ ଟ୍ରେନ୍‌ l ଖୁବଶୀଘ୍ର ରେଳ ଲାଇନ୍‌ ପାଇଁ ଆରମ୍ଭ ହେବ ପ୍ରକ୍ରିୟା l

➡️୧୦-ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିରରେ ‘୫୧ ଇଞ୍ଚର ହେବ ରାମଲାଲାଙ୍କ ବାଳକ ସ୍ୱରୂପ ମୂର୍ତ୍ତି’, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସୂଚନା ଦେଲେ ଚମ୍ପତ ରାୟ l

➡️୧୧-ପ୍ରାଣୀଧନ ଜନ୍ମ ନିୟନ୍ତ୍ରଣ (ଏବିସି) ବା କୁକୁର ବନ୍ଧ୍ୟାକରଣ ଯୋଜନାକୁ ହାଇକୋର୍ଟଙ୍କ ଛାଟ ଲାଗିବା ପରେ ସୋମବାର ହେବ ହାଇକୋର୍ଟରେ ବନ୍ଧ୍ୟାକରଣ ଶୁଣାଣି l ୩୦ ହଜାର କୁକୁରଙ୍କ ପାଇଁ ୫ କୋଟି ହେବ ଖର୍ଚ୍ଚ l

➡️୧୨-ବିମାନ ଦୁର୍ଘଟଣାରେ ହଲିଉଡ ଅଭିନେତା କ୍ରିଷ୍ଟିଆନ ଓଲିଭରଙ୍କ ସହ ତାଙ୍କର ଦୁଇ ଝିଅ ଏବଂ ପାଇଲଟଙ୍କ ହେଲା ମୃତ୍ୟୁ l

➡️୧୩-ଏଣିକି ତଲାକ ପରେ ମଧ୍ୟ ପୁଣି ବିବାହ କରିଥିବା ମହିଳାଙ୍କୁ ଭରଣପୋଷଣ ଦେବେ ପ୍ରଥମ ସ୍ୱାମୀ l ଏ ନେଇ ବମ୍ବେ ହାଇକୋର୍ଟ ଶୁଣାଇଲେ ରାୟ l

➡️୧୪-୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜିଠାରୁ ଜେଡିୟୁ ଓ ଆମ୍‌ ଆଦମୀ ପାର୍ଟି ସହ କଂଗ୍ରେସର ଆସନ ବଣ୍ଟନ ଆଲୋଚନା ଆରମ୍ଭ ହେବ।

➡️୧୫-ବାଂଲାଦେଶରେ ପ୍ରାକ୍ ନିର୍ବାଚନୀ ହିଂସା । ବେଣାପୋଲ ଏକ୍ସପ୍ରେସ ଟ୍ରେନରେ ନିଆଁ ଲଗାଇଦେଲେ ବିଏନପି ଜମାତ ପାର୍ଟିର କର୍ମୀ । ଅଗ୍ନିକାଣ୍ଡରେ ୫ ଜଣଙ୍କ ହେଲା ଜୀବନ୍ତ ଦଗ୍ଧ l

➡️୧୬-ବେଆଇନ ଭାବେ ଭୁଟାନରେ ବି ପଶିଲା ଚୀନ୍‌, ଟାଉନ୍‌ ସିପ୍‌ ନିର୍ମାଣ କରି ବଢ଼ାଇଲା ଅସ୍ଥିରତା l ୮ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ଭୁଟାନକୁ ସଂପୂର୍ଣ୍ଣ ଭାବେ ନିଜ କଥାରେ ପରିଚାଳିତ କରି ଭାରତ ପାଇଁ ସମସ୍ୟା ସୃଷ୍ଟି କରିବା ଚୀନ୍‌ର ଲକ୍ଷ୍ୟ ବୋଲି ଭୂ-ରାଜନୀତି ବିଶେଷଜ୍ଞମାନେ ମତ ରଖିଲେ l

➡️୧୭-ଆଲାସ୍କା ଏୟାରଲାଇନ୍ସର ବୋଇଂ ୭୩୭-୯ ମ୍ୟାକ୍ସ ବିମାନ ଉଡ଼ାଣ ଭରିବାର କିଛି ମିନିଟ୍ ପରେ ମଝି ଆକାଶରେ କବାଟ ଖୋଲିଯିବାରୁ ଜରୁରିକାଳୀନ ପରିସ୍ଥିତିରେ ପୋର୍ଟଲାଣ୍ଡ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ପରେ ମିଳିଲା ଆଶ୍ବସ୍ତି l

➡️୧୮-ପ୍ରକାଶ ପାଇଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟେବୁଲ l ଭାରତକୁ ହଟାଇ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନ ଅଧିକାର କରି ନେଇଛି।

➡️୧୯-ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ପିଙ୍କ୍ ଟେଷ୍ଟ୍‌ ମ୍ୟାଚ ରେ ପାକିସ୍ତାନକୁ ସପ୍ତମ ଥର ମୂଳପୋଛ କଲା ଅଷ୍ଟ୍ରେଲିଆ: ୱାର୍ଣ୍ଣରଙ୍କୁ ୩-୦ ବିଜୟରେ ବିଦାୟୀ l

➡️୨୦-ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ‌ରେ ଭାରତର ଅଧିନାୟକ ହେବେ ରୋହିତ ଶର୍ମା l

You may have missed