March 10, 2026

ମାତୃନିଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

IMG-20251206-WA0069
Share

 

 

ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ କାଠଡେରା ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଯାପିତ ହୋଇ ଯାଇଛି। ଦୁଇଦିନ ଧରି ଅନୁଷ୍ଠିତ ଏହି କ୍ରୀଡ଼ା ଉତ୍ସବକୁ ଶିକ୍ଷାକେନ୍ଦ୍ରର ପୂର୍ବତନ ଅଧ୍ଯକ୍ଷା ଶ୍ରୀମତୀ ରିଲି ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କ୍ରୀଡ଼ା ପତାକା ଉତ୍ତୋଳନ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷାକେନ୍ଦ୍ର ପରିଚାଳନା କମିଟିର ସମ୍ପାଦକ ଶ୍ରୀଯୁକ୍ତ ଚାପଧାରୀ ସିଂଙ୍କ ଦ୍ୱାରା ମାତୃପିଠରେ ପ୍ରଦୀପ ପ୍ରଜ୍ବଳନ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମଶାଲ ଶୋଭାଯାତ୍ରା ଅନୁଷ୍ଠିତହୋଇଥିଲା l ଶେଷରେ ଅଧ୍ଯକ୍ଷା ଶ୍ରୀମତୀ ରୀନା ସାହୁ କ୍ରୀଡ଼ା ପତାକା ଅବତରଣ କରିଥିଲେ । କ୍ରୀଡା ଉତ୍ସବରେ ନର୍ସରୀ ରୁ ଅଷ୍ଟମ ଶ୍ରେଣୀର ୨୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ବିଭିନ୍ନ ବର୍ଗରେ ଭାଗ ନେଇ ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। କ୍ରୀଡା ବିଭାଗ ମୁଖ୍ୟ ରାଜେଶ ସେଟ ଓ ଜିତେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶିକ୍ଷକ ଭୀଷ୍ମଦେବ ରଣା , ଭରତ କୁମ୍ଭାର , ଲିଲି ବେହେରା , ସତ୍ୟବତୀ ନାଗ, ଜୟନ୍ତୀ ପ୍ରଧାନ, କନକ ପ୍ରଧାନ, ନିବେଦିତା ସାହୁ, ରେଣୁକା ବାଗ, ଶଶୀଭୂଷଣ ଦାଶ,ସାରଥୀ ବିଶ୍ୱାଳ, ନୀଳାବତୀ ମାଝୀଙ୍କ ସମେତ ସମସ୍ତ ଶିକ୍ଷକ ସକ୍ରିୟ ସହଯୋଗ କରିଥିଲେ।

 

 

ବରଗଡ ରୁ ସୁରେନ୍ଦ୍ର କଠାରକଂ ରିପୋର୍ଟ