September 21, 2024

ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୁଆ ଓଡ଼ିଶା- ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍ଘାଟିତ

Share

 

 

ବେଲଗୁଣ୍ଠା, 06/12, ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୁଆ ଓଡ଼ିଶା ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି I ଏହି ଅବସରରେ ଅନୁଷ୍ଠାନରେ ଏକ ଛଅ ଦିନିଆ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷା ମାମା ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କ୍ଷତ୍ରିୟବରପୁର ସମିତିସଭ୍ୟ କୁଞ୍ଜବିହାରୀ ନାୟକ ଯୋଗ ଦେଇ ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହିତ ଏହା ଯୁବଗୋଷ୍ଠୀଙ୍କ ନୈତିକ ମୂଲ୍ୟବୋଧ ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ବଢ଼ାଇବାରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡ଼ଙ୍ଗୀ ଯୋଗଦେଇଥିଲେ I ସେହିପରି ସମ୍ମାନୀତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ସୁପ୍ରଭା ନାଇକ, ସମିତିସଭ୍ୟ ବିଭୂପାଦ ଜେନା, ଆଇନଜୀବୀ ସନ୍ତୋଷ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ I ଶିକ୍ଷାବିତ୍ ରାଧା ମାଧବ ପ୍ରଧାନ ଏବଂ ରାମକୃଷ୍ଣ ପାତ୍ର ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ I ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଅଧ୍ୟାପିକା ନଳିନୀ ପ୍ରଭା ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ I

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ