November 6, 2026

ଧର୍ମଗଡ଼ ଯୁବ କଂଗ୍ରେସ ସଭାପତି ପଦ ପାଇଁ ଉଦିତ ନାରାୟଣ ଠାକୁରଙ୍କ ନାମାଙ୍କନ ଦାଖଲ

IMG-20261106-WA0095
Share

 

 

ଧର୍ମଗଡ଼: ରାଜ୍ୟବ୍ୟାପୀ ଯୁବ କଂଗ୍ରେସର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଜୋରସୋରରେ ଚାଲିଥିବା ବେଳେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ପଦ ପାଇଁ ଦଣ୍ଡପାଟ ଅଞ୍ଚଳର ଯୁବନେତା ଉଦିତ ନାରାୟଣ ଠାକୁର ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଯୁବ କଂଗ୍ରେସ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ସହ ଯୁବପିଢ଼ିଙ୍କୁ ଦଳୀୟ ସଂଗଠନରେ ଅଧିକ ସକ୍ରିୟ ଓ ସଂଗଠିତ କରିବା ଏହି ସାଂଗଠନିକ ନିର୍ବାଚନର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଧର୍ମଗଡ଼ ନିର୍ବାଚନମଣ୍ଡଳୀର ଯୁବପିଢ଼ିଙ୍କ ସମସ୍ୟା, ବେକାରୀ, ଶିକ୍ଷା, ନିଯୁକ୍ତି ଓ ଆଞ୍ଚଳିକ ବିକାଶ ଭଳି ପ୍ରସଙ୍ଗକୁ ଗୁରୁତ୍ୱ ଦେବା ସହ ଯୁବସମାଜର ସ୍ୱରକୁ ସାଂଗଠନିକ ସ୍ତରରେ ଉପସ୍ଥାପନ କରିବା ତାଙ୍କର ଲକ୍ଷ୍ୟ ବୋଲି ଜଣାପଡ଼ିଛି।

ଦଣ୍ଡପାଟ ଅଞ୍ଚଳରୁ ଜଣେ ଯୁବନେତା ଭାବେ ଶ୍ରୀ ଠାକୁରଙ୍କ ନାମାଙ୍କନ ଦାଖଲକୁ ନେଇ ସ୍ଥାନୀୟ ଯୁବ କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।ଯୁବଶକ୍ତିର ଏକତା, ସାଂଗଠନିକ ମଜବୁତି ଏବଂ ଜନସାଧାରଣଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ଧର୍ମଗଡ଼ ଯୁବ କଂଗ୍ରେସକୁ ଏକ ନୂତନ ଦିଗ ଦେବା ଲକ୍ଷ୍ୟରେ ଶ୍ରୀ ଠାକୁର ସଭାପତି ପଦ ପାଇଁ ନିଜର ଦାବିଦାରୀ ଉପସ୍ଥାପନ କରିଛନ୍ତି।