ଆଜିର ଖବର..
୧-ଐତିହାସିକ କଟକ ବାଲିଯାତ୍ରା ଉଦଘାଟିତ,ସରକାରୀ ଅନୁଦାନ ରାଶି ୨ରୁ ୧୦ କୋଟିକୁ ବୃଦ୍ଧି।
୨-ଆରମ୍ଭ ହୋଇଗଲା ଶୀତ: ରାଜ୍ୟରେ ୨ରୁ ୪ ଡିଗ୍ରୀ କମିବ ତାପମାତ୍ରା, ବଢିବ ଶୀତ।ଆସନ୍ତା ସାତଦିନ ରାଜ୍ୟରେ ପାଗ ଶୁଖିଲା ରହିବ ।
୩-ବିଶ୍ଵ ଚମ୍ପିଆନ ଝିଅଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ, ବିଶ୍ଵକପ ସହିତ ଉଠାଇଲେ ଫଟୋ।
୪-ନୁଆପଡା ଉପନିର୍ବାଚନରେ ହଜିଗଲାଣି ଲୋକଙ୍କ ସମସ୍ୟା,ତେଜିଲାଣି ବ୍ୟକ୍ତିଗତ ଆକ୍ଷେପ ପଲିଟିକ୍ସ।
୫-ବ୍ରହ୍ମପୁର:କ୍ରାଇମ୍ ସ୍ପଟ୍ରେ ଡେମୋ ଦେଖାଇଲେ ପୀତବାସ ପଣ୍ଡାଙ୍କ ହତ୍ୟାକାରୀ, ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ବହୁ ତଥ୍ୟ ଓଗାଳିଛି ପୋଲିସ।
୬-ଓଡ଼ିଶାକୁ ପାରାଦୀପ ମାଧ୍ୟମରେ ସମୃଦ୍ଧ କରାଯିବ। ପାରାଦୀପ ଆକାଶପଥ ସହ ଯୋଡ଼ି ହେବ ବୋଲି ପାରାଦୀପ କଳିଙ୍ଗ ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି।
୭-ସମ୍ବଲପୁର:ପଥର ମଝିରେ ଫସିଯାଇଥିବା ମହିଳା ଉଦ୍ଧାର; ୫ ଘଣ୍ଟାର ରେସକ୍ୟୁ ଅପରେସନ ପରେ ଅଗ୍ନିଶମ ବାହିନୀ କଲା ଉଦ୍ଧାର।
୮-ପୁଣି ଥରେ ନୂଆପଡ଼ା ଯିବେ ନବୀନ,ଆସନ୍ତା ୭ରେ ପୁଣି ଥରେ ଖରିଆର ରୋଡ୍ ଓ ନୂଆପଡ଼ା ବ୍ଲକରେ ପ୍ରଚାର କରିବେ ନବୀନ ।
୯-ଜଗତସିଂପୁର:ଡିଜେ ନେଲା ଯାତ୍ରା କଳାକାର ଦେବୀ ରଥଙ୍କ ଜୀବନ: ପୁଅ।କଳାକାର ମହଲରେ ଶୋକର ଛାୟା ।
୧୦-ଚାଷୀଙ୍କ ପାଇଁ ଖୁସି ଖବର, ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ଆଉ ୬୯ ଟଙ୍କା ଅଧିକ ପାଇବେ ଚାଷୀ।
୧୧-ବେଗୁନିଆ:ସୀମା ବିବାଦରୁ ପୁଣି ଦୁଇ ଗାଁ ସଂଘର୍ଷ,୧୦ ଦୋକାନ ଜାଳିଦେଲେ ଦୁର୍ବୃତ।
୧୨-ଭାରତୀୟ ବଂଶୋଦ୍ଭବ ଜୋହରାନ ମମଦାନୀ ହେଲେ ନ୍ୟୁୟର୍କର ମେୟର: ପ୍ରଥମ ଭାଷଣରେ ଜବାହାରଲାଲ ନେହେରୁଙ୍କୁ ମନେ ପକାଇଲେ।
୧୩-ନୂଆଦିଲ୍ଲୀ:ରାଜପଥ ଦୁର୍ଘଟଣା ପାଇଁ ଦଣ୍ଡିତ ହେବେ ଠିକାଦାର।୫୦୦ ମିଟରରେ ଏକାଧିକ ଦୁର୍ଘଟଣା ପାଇଁ ୨୫ ଲକ୍ଷ ଓ ପରବର୍ତ୍ତି ଦୁର୍ଘଟଣା ପାଇଁ ୫୦ ଲକ୍ଷ ଜୋରିମାନା।
୧୪-ମିର୍ଜାପୁର:ରେଳ ଧାରଣା ପାର ବେଳେ ଚଢିଗଲା ଟ୍ରେନ୍,୬ ଶ୍ରଦ୍ଧାଳୁ ମୃତ।
୧୫-ଗୋଲଡ କୋଷ୍ଟ:ଭାରତ- ଅଷ୍ଟ୍ରେଲିଆ ଚତୁର୍ଥ ଟ୍ବେଣ୍ଟି ୨୦ ଆଜି।
୧୬-ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା, ଫେରିଲେ ପନ୍ତ।
୧୭-ବିହାରରେ ଆଜି ପଡିବ ଭୋଟ୍: ୧୮ ଜିଲ୍ଲାର ୧୨୧ଟି ବିଧାନସଭା ଆସନରେ ହେବ ମତଦାନ।
୧୮-NCRB ରିପୋର୍ଟ: ୨୦୨୪ ସଡ଼କ ଦୁର୍ଘଟଣାରେ ୧.୭ ଲକ୍ଷ ଲୋକଙ୍କ ମୃତ୍ୟୁ, ଓଡ଼ିଶାରେ ବି ବଢିଛି।
୧୯-ହରିୟାଣାରେ ୨୫ ଲକ୍ଷ ୪୧ ହଜାର ଭୋଟ୍ ଚୋରି, ପ୍ରତି ୮ ଜଣରୁ ଜଣେ ନକଲି ଭୋଟର ; ରାହୁଲଙ୍କ ସଙ୍ଗୀନ ଅଭିଯୋଗ।
🙏 *ସୁପ୍ରଭାତ,ଗୁଡମର୍ଣ୍ଣିଂ* 🙏
