ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ ଉଦଘାଟିତ
ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ରେ ଥିବା ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ ର ଅନ୍ତେବାସୀଙ୍କୁ ନେଇ ଜିଲ୍ଲା ସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ଉତ୍ସାହ-୨୦୨୪ ଆଜି ସ୍ଥାନୀୟ ଲିମା ମେଡା ଠାରେ ଥିବା ବାଳ ନିକେତନ ଶିଶୁ ଯତ୍ନ ଅନୁଷ୍ଠାନ ରେ ଉଦଘାଟିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଚିତ୍ରା ସେଠୀ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରିଥିଲେ । ସମ୍ମାନିତ ଅତିଥି ଭାବେ କ୍ରୀଡା ଶିକ୍ଷକ ଜୟକୃଷ୍ଣ ପାତ୍ର, ମହିଳା ମହାବିଦ୍ୟାଳୟ ର ଅଧ୍ୟାପିକା ଅନୁପମା ମହାରଥୀ,ଶିଶୁ ମଙ୍ଗଳ କମିଟିର କୈଳାସ ଚନ୍ଦ୍ର ପାଳ, ଗାଗାରିନ ଶବର ଯୋଗଦେଇ ପିଲାଙ୍କୁ ଖେଳୁଆଡ଼ ମନଭାବ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ କହିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ସତ୍ୟପ୍ରିୟା ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ । ୟୁନିଟ ର ଅଣ ଆନୁଷ୍ଠାନିକ ଯତ୍ନ ଅଧିକାରୀ ପ୍ରତାପ ଦାଶ, ଆଇନ ସହାୟକ ନିରାକାର ପାଢ଼ୀ, କାଉନସେଲର ବିଶ୍ୱ ବନ୍ଦିତା ବେହୁରିଆ,ପ୍ରମୋଦ କୁମାର ନାୟକ ପ୍ରମୁଖ ଯୋଗ ଦେଇ କ୍ରୀଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ୧୦୦ ଓ ୨୦୦ ମିଟର ଦୌଡ଼, ଉଚ୍ଚ ଡିଆଁ, ଲମ୍ବ ଡିଆଁ, କ୍ୟାରମ, ଚେସ ଇତ୍ୟାଦି ଖେଳ ଅନୁଷ୍ଠିତ ହୋଇଥିଲା । ୧୦୦ ମିଟର ଦୌଡ଼ ରେ ବାଳକ ବିଭାଗ ରେ ଆପ୍ରାସ ଶବର ପ୍ରଥମ, ମହେଶ୍ବର ଶବର ଦ୍ଵିତୀୟ ଓ ସୁରେନ୍ଦ୍ର ଶବର ତୃତୀୟ ସେହିଭଳି ୨୦୦ ମିଟର ଦୌଡ଼ ରେ ସୁରେନ୍ଦ୍ର ଶବର ପ୍ରଥମ, ଆପ୍ରାସ ଶବର ଦ୍ଵିତୀୟ ଓ ଜଗଣ ପଲକା ତୃତୀୟ ସ୍ଥାନ ପାଇଛନ୍ତି । ବାଳିକା ବିଭାଗ ରେ ୧୦୦ ମିଟର ଦୌଡ ରେ ନର୍ମଦା ଶବର ପ୍ରଥମ, ଜିନ ଭତ୍ରା ଦ୍ଵିତୀୟ ଓ ରଞ୍ଜିତା ଶବର ତୃତୀୟ ସ୍ଥାନ ୨୦୦ ମିଟର ଦୌଡ଼ ରେ ରଞ୍ଜିତା ଶବର ପ୍ରଥମ, ଦୟନୀ ଶବର ଦ୍ଵିତୀୟ ଓ ନନ୍ଦିନୀ ଶବର ତୃତୀୟ ସ୍ଥାନ ପାଇଛନ୍ତି । ଲମ୍ବ ଡିଆଁ ରେ ବାଳକ ବିଭାଗ ର ମହେଶ୍ବର ଶବର ପ୍ରଥମ,ତ୍ରିଲୋଚନ ଶବର ଦ୍ଵିତୀୟ, ସୁରେନ୍ଦ୍ର ଶବର ତୃତୀୟ ଓ ଉଚ୍ଚ ଡିଆଁ ରେ ତ୍ରିଲୋଚନ ଶବର ପ୍ରଥମ, ମହେଶ୍ବର ଦ୍ୱିତୀୟ ଓ ଆଲୋକ ମାଝୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବାଳିକା ବିଭାଗ ରେ ଲମ୍ବ ଡିଆଁ ରେ ଦୟାନି ଶବର ପ୍ରଥମ, ଉଷା ଶବର ଦ୍ଵିତୀୟ, ସଇଲୁ କଡ୍ରକା ତୃତୀୟ ଓ ଉଚ୍ଚ ଡିଆଁ ରେ ନନ୍ଦିନୀ ଗମାଙ୍ଗ ପ୍ରଥମ, ଦୟାନି ଶବର ଦ୍ଵିତୀୟ ଓ ଦୀପିକା ଶବର ତୃତୀୟ ସ୍ଥାନ ପାଇଛନ୍ତି । କ୍ୟାରମ ରେ ବାଳକ ବିଭାଗ ର ଗଦାଧର ଶବର ପ୍ରଥମ, ମହେଶ୍ବର ଶବର ଦ୍ଵିତୀୟ, ରୁଲୁବି ଶବର ତୃତୀୟ ବାଳିକା ବିଭାଗ ରେ ବିଦୁସ୍ମିତା ଶବର ପ୍ରଥମ, ସୁମାଲ ଶବର ଦ୍ଵିତୀୟ ପୁଷ୍ପିତା ଶବର ତୃତୀୟ ସ୍ଥାନ ପାଇଛନ୍ତି । ଚେସ ରେ ବାଳକ ବିଭାଗ ର ମହେଶ୍ବର ଶବର ପ୍ରଥମ, କୃଷ୍ଣ ଶବର ଦ୍ଵିତୀୟ ଓ ଆଲୋକ ମାଝୀ ତୃତୀୟ ସ୍ଥାନ ପାଇଛନ୍ତି । ବାଳ ନିକେତନ ର ପରିଚାଳକ ଅକ୍ଷୟ ରଞ୍ଜନ ମହାନ୍ତି, ପରାମର୍ଶ ଦାତା ଅଜିତ୍ ମହାନ୍ତି ଆୟୋଜନ ଓ ସୁପରିଚାଳନା କରିଥିଲେ । କୈଳାସ ଶବର, ଶୁଭ୍ରଜିତ ମହାନ୍ତି, ଅଖିଳ ମହାନ୍ତି, ସାରଥି ଦେବୀ, ମୋହନ ପଣ୍ଡା, ନରସିଂହ ନାଥ ମହାନ୍ତି, ବଳରାମ ପଣ୍ଡା, ନବୀନ ଚନ୍ଦ୍ର ଗୁରୁ, ହିମାଂଶୁ ଶେଖର, ସଞ୍ଜରେଖା ଦେବି, ରମେଶ, ଶବର ଅମିତ କୁମାର ପ୍ରମୁଖ ଉପସ୍ଥିତ ରହି କ୍ରୀଡା ପରିଚାଳନା କରିଥିଲେ ।