June 21, 2026

ଉମରକୋଟ ରେ ବାଇକ୍ ଚୋରକୁ ଘଟଣାକୁ ନେଇ ଅଭିଯୁକ୍ତ ଯୁବକ ଙ୍କୁ ଗଛରେ ବାନ୍ଧି ମାଡ଼ ମାରିଲେ ଏବଂ ଭିଡିଓ ଭାଇରାଲ କଲେ……..

IMG-20241106-WA0009
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ବାଇକ ଚୋରି ଅଭିଯୋଗରେ ଜଣେ ଯୁବକ ଙ୍କୁ ଗଛରେ ଗାମୁଛା ରେ ବାନ୍ଧି ମାଡ଼ ମାରୁଥୁବା ଭିଡିଓ ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକରେ। ଭିଡିଓ ଟି କୁ ତଦନ୍ତ କରିବାରୁ ଜଣା ପଡିଲା ଯେ ଏହା ଉମରକୋଟ ଥାନା ଅନ୍ତର୍ଗତ ଡାବିରୀଗୁଡା ଗ୍ରାମ ନିକଟ ଜଙ୍ଗଲରେ। ଉମରକୋଟ ଓ ଏହାର ଆଖପାଖ ବଙ୍ଗିୟ ଗ୍ରାମରେ ଚାଲିଛି ମାଁ କାଳି ଙ୍କ ପୂଜା। ସୁକିଗାଁ ରେ ମଧ୍ୟ ଚାଲିଥିଲା ମାଁ କାଳି ପୂଜା। ଏହି ସମୟରେ ସୁକିଗାଁ ର କୈଳାଶ ଶିକଦାର ନାମକ ଜଣେ ବ୍ୟକ୍ତି ନିଜର ବାଇକ୍ ରଖି ପୂଜା ଦେଖିବାକୁ ଯାଇଥିଲେ। ପୂଜା ଦେଖି ବାଇକ ରଖିଥିବା ଜାଗା ନିକଟକୁ ଆସିଥିଲେ। କିନ୍ତୁ କୈଳାଶ ଯେଉଁ ଜାଗାରେ ବାଇକ ରଖି ଯାଇଥିଲେ ସେ ଜାଗାରେ ବାଇକ ନ ଥିଲା। କୈଳାସ ବାଇକ ଚୋରି ହୋଇଥିବା ସନ୍ଦେହ କରିଥିଲେ ଏବଂ ବାଇକ୍ କୂ ଚାରିପଟେ ଖୋଜାଖୋଜି କରିଥିଲେ। ଖୋଜାଖୋଜି କରୁଥିବା ସମୟରେ ଦୁଇ ଦିନ ପରେ ନିକଟସ୍ଥ ଡାବିରୀଗୁଡା ଜଙ୍ଗଲ ନିକଟରେ ସେହି ଚୋରି ବାଇକ ପାଇଥିଲେ। ଜଣେ ଯୁବକ ନିକଟସ୍ଥ ଜମିରେ ସାର ଦେଉଥିଲେ ତାକୁ ଧରି ପଚାର ଉଚର କରିଥିଲେ। ଯୁବକ ଜଣକ ପ୍ରଥମେ ପ୍ରଥମେ ବାଇକ ଚୋରି କରିଥିବା ଅସ୍ବୀକାର କରିଥିଲେ। ସେଥିରେ ଗ୍ରାମବାସୀ ରାଗିଯାଇ ତାକୁ ଗୋଟିଏ ଗଛରେ ବାନ୍ଧି ପିଟିଥିଲେ। ପରେ ଯୁବକ ଜଣକ ପରିସ୍ଥିତି ରେ ପଡି ବାଇକ୍ ଚୋରି କରିଥିବା ସ୍ୱୀକାର କରିଥିଲେ। ମାଡ଼ ଖାଇଥିବା ଯୁବକ ଜଣେ ବାଇକ ମେକାନିକ ବୋଲି ଜଣା ପଡିଛି। ବାଇକ ମାଲିକ ନିଜ ବାଇକ ଫେରି ପାଇଥିଲେ। ଆପୋଷ ସମାଧାନ କରି ପୋଲିସ ଥାନାରେ କୌଣସି ଅଭିଯୋଗ କରି ନଥିଲେ। କିନ୍ତୁ ଏହି ସମୟର ଭିଡିଓ ଉତ୍ତୋଳନ କରି ସାମାଜିକ ଗଣ ମାଧ୍ୟମରେ ଭାଇରଲ କରାଯାଇଛି ଯାହା ଏବେ ମୋବାଇଲ ରୁ ମୋବାଇଲ ଘୂରି ବୁଲୁଛି।