October 7, 2024

ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ସାହିଭାଇ ଅନୁଷ୍ଠାନ ର ସଂକଳ୍ପ ସପ୍ତାହର ଅନ୍ତର୍ଗତ ଆଜି ପଞ୍ଚମ ଦିନ ରେ “ରକ୍ତଦାନ ଶିବିର” ବେଲଦଳ ବାତ୍ୟା ଆଶ୍ରୟସ୍ଥଳୀ ରେ ଅନୁଷ୍ଠିତ ହୋଇଯାଇଅଛି।

Share

     ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ସାହିଭାଇ ଅନୁଷ୍ଠାନ ର ସଂକଳ୍ପ ସପ୍ତାହର ଅନ୍ତର୍ଗତ ଆଜି ପଞ୍ଚମ ଦିନ ରେ “ରକ୍ତଦାନ ଶିବିର” ବେଲଦଳ ବାତ୍ୟା ଆଶ୍ରୟସ୍ଥଳୀ ରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ଟି ବେଳଦଳ ୟୁଥ କ୍ଲବ ର ସଦସ୍ୟମାନେ ସହଯୋଗ କରିଥିଲେ।

ସମୁଦାୟ ୫୫ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏଥିରେ ଅନୁଷ୍ଠାନ ର କାର୍ଯ୍ୟକାରୀ ସଭାପତି ଶ୍ରୀ ବ୍ରଜବନ୍ଧୁ ମହାରଣା, ସମ୍ପାଦକ ଶ୍ରୀ ଚନ୍ଦ୍ରଶେଖର ମିଶ୍ର, ବେଳଦଳ ପଞ୍ଚାୟତ ର ସରପଞ୍ଚ ଶ୍ରୀ ବିପିନ ଦାସ ଙ୍କ ସମେତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

ଆଜିର କାର୍ଯ୍ୟକ୍ରମ ଟିକୁ ଅନୁଷ୍ଠାନ ର ସଦସ୍ୟ ହିତେଶ ପ୍ରଧାନ ଓ ସୁବ୍ରତ ପ୍ରଧାନ ପରିଚାଳନା କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ