October 7, 2024

ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟର ରାଜ୍ୟ ସ୍ତରୀୟ ପ୍ରତିଭା ସମ୍ମାନ। 

Share

 

ବୋଲଗଡ଼,୦୬/୧୦(ଉପାନ୍ତ ଖବର):ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟର ରାଜ୍ୟ ସ୍ତରୀୟ ଯୁବ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି।ରବିବାର ପୂର୍ବାହ୍ନ ରେ ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ବଡକୁମାରି ପଞ୍ଚାୟତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା।ଟ୍ରଷ୍ଟ ର ମୁଖ୍ୟ ରାଜୀବ ଲୋଚନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି , ବଡ଼କୁମ୍ଭାରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ବିଶିଷ୍ଟ ସମାସେବୀ ପ୍ରଫୁଲ୍ଲ କୁମାର ପ୍ରଧାନ ମୁଖ୍ୟ ବକ୍ତା , ଆଡଭୋକେଟ ଜୟନ୍ତ ଜେନା , ବରିଷ୍ଟ ସାମ୍ବାଦିକ କିଶୋର କୁମାର ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।ରାଜ୍ୟର ବିଭିନ୍ନ ସମାଜ ସେବା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଯୁବ ପ୍ରତିଭା ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ବୋଲଗଡ଼ ପ୍ରେସ କ୍ଳବ୍ ସଭାପତି ପ୍ରସନ୍ନ କୁମାର ସ୍ବାଇଁ ,ବରିଷ୍ଠ ସାମ୍ବାଦିକ ଗଙ୍ଗାଧର ଦାଶ,ପିପିଟି ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନ , ଅଶୋକ କୁମାର ପ୍ରଧାନ, ପ୍ରଫୁଲ୍ଲ କୁମାର ସିଂହ ,ଯଦୁନାଥ ସାମନ୍ତରାୟ , ଦେବବ୍ରତ ହୋତା ,କାଶୀନାଥ ହୋତା , ନିରଞ୍ଜନ ସେଠୀ , ନିରଂଜନ ନାୟକ, ପାଣ୍ଡବ ସାହୁ , ସତ୍ୟ ନାରାୟଣ ବାରିକ,ମାନସ ରଂଜନ କର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୂଚନା ଅନୁଯାୟୀ ଏହି ଅନୁଷ୍ଠାନ ମହାମାରୀ କରୋନା ସମୟରେ ଖୋର୍ଦ୍ଧା ,ନୟାଗଡ ,ପୁରୀ ,କଟକ ଜିଲ୍ଲା ମାନଙ୍କରେ ଲଗ-ଡାଉନ ସମୟରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ ,ଗାଈ ଗୋରୁ ଓ ବୁଲା କୁକୁରଙ୍କୁ ଖାଦ୍ୟ ପ୍ରଦାନ ସହିତ କରୋନା ଯୋଦ୍ଧା ଥିବା ଅଙ୍ଗୱାଡ଼ି କର୍ମୀ , ଆଶା କର୍ମୀ ,ସ୍ୱାସ୍ଥ୍ୟ କର୍ମୀ ,ପୋଲିସ ବିଭାଗର କର୍ମଚାରୀ ,ସମ୍ବର୍ଦ୍ଧନା ଦେଇ ସେମାନଙ୍କ ମନୋବଳ ଦୃଢ଼ କରିଥିଲେ । ଏଥିପାଇଁ ୨୦୨୩ମସିହା ଅକ୍ଟୋବର ୨ତାରିଖରେ କେରଳ ସରକାରଙ୍କ ଠାରୁ ସମ୍ମାନିତ ହେବା ସହ ଓଡ଼ିଶା ରାଜ୍ୟ ସରକାରଙ୍କ ଠାରୁ ମଧ୍ୟ ସମ୍ମାନିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରଣପୁର ପ୍ରଖ୍ୟାତ ଅଜୟ ଦାସଙ୍କ କେଳା ନାଚ , ଶିଶୁ ଶିଳ୍ପୀ ରାଜ ଲକ୍ଷ୍ମୀ ସେନାପତି ,ଶ୍ରୀମାନ ଖୁଣ୍ଟିଆ ,ପବିତ୍ର ପ୍ରିୟଦର୍ଶିନୀ ଦାସ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ ଟ୍ରଷ୍ଟ ର ଖୋର୍ଦ୍ଧା ଜିଲ୍ଲା ସଭାପତି ବଲ୍ଲଭ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

 

ରିପୋର୍ଟ-ମାନସ ରଞ୍ଜନ କର