October 6, 2024

ପିପୁଲ୍ସ କଲେଜ ପ୍ରାଣୀ ବିଜ୍ଞାନର ସ୍ବାଗତ ଉତ୍ସବ 

Share

ବୁଗୁଡ଼ା : ତା ୦୬/୧୦/୨୪ : ସ୍ଥାନୀୟ ପିପୁଲ୍ସ କଲେଜର ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବପରିସରରେ ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ଯରେ ସ୍ବାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଇକ୍ୟୁଏସି ସଂଯୋଜକ ଅଧ୍ୟାପକ ଅକ୍ଷୟ କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପରିଚାଳନା ସମିତି ସଭାପତି ରଜନୀକାନ୍ତ ଭଟ୍ଟ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ପ୍ରଦୀପ କୁମାର ଦାଶ, ଆତ୍ମ ପ୍ରକାଶ ନାୟକ, ହିମାଂଶୁ ଶେଖର ରଥ, ସୁଶାନ୍ତ କୁମାର ସାହୁ, ଅଧ୍ୟାପିକା ମଧୁସ୍ମିତା ପ୍ରଧାନ, କ୍ରୀଡା ଶିକ୍ଷକ କ୍ରିଷ୍ଣାରାଓ ପାତ୍ର ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ କଲେଜର ନୀତିନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ଏ ଅବସରରେ ନବାଗତ ଛାତ୍ରଛାତ୍ରୀମାନେ ନିଜ ନିଜର ପରିଚୟ ପ୍ରଦାନ କରିଥିବା ବେଳେ ସେମାନଙ୍କୁ ଉପହାର ପ୍ରଦାନ ପୂର୍ବକ ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥି ସହ ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ନବାଗତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଭାଗୀୟ ଅନୁଶାସନ ସମ୍ପର୍କେ ଅବଗତ କରାଇଥିଲେ । ବିଭାଗୀୟ ଡେମୋନଷ୍ଟେଟର୍ ରାମକୃଷ୍ଣ ନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା ଏବଂ ବିଏରର୍ ଯତନ କୁମାର ନାୟକ ଏଥିରେ ସକ୍ରିୟ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀ ସ୍ମୃତି ସୁଚରିତା ନାୟକ ସ୍ବାଗତ ଭାଷଣ ଏବଂ ବିଭାଗୀୟ ମୁଖ୍ୟ ଅଧ୍ୟାପିକା କ୍ରିଷ୍ଣା କୁମାରୀ ବାର୍ଗୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଛାତ୍ରୀ ଯାଜ୍ଞସେନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।