June 29, 2024

ଗଜପତି:- ଆକାଂକ୍ଷା ବ୍ଲକ୍ ଗୁମ୍ମା ର ଅନୁକୁଣ୍ଡାଗୁଡ଼ା ଠାରେ “ସଂକଳ୍ପ ଶପଥ ସପ୍ତାହ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

Share

ଗଜପତି:- ଆକାଂକ୍ଷା ବ୍ଲକ୍ ଗୁମ୍ମା ର ଅନୁକୁଣ୍ଡାଗୁଡ଼ା ଠାରେ “ସଂକଳ୍ପ ଶପଥ ସପ୍ତାହ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।
——————————————-
ଗଜପତି ଜିଲ୍ଲାର ଆକାଂକ୍ଷି ବ୍ଲକ୍ ଗୁମ୍ମା’ ଅନ୍ତର୍ଗତ ଅନୁକୁଣ୍ଡା ସେକ୍ଟର ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ଠାରେ , କେନ୍ଦ୍ର ସରକାର’ଙ୍କ ସଂକଳ୍ପ ଶପଥ ସପ୍ତାହ ପାଳନ କାର୍ଯ୍ୟକ୍ରମ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ଯୋଜନା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସର’ରେ ସେକ୍ଟର ସୁପରଭାଇଜର ଶ୍ରୀମତୀ ସବିତା ପଟନାୟକ’ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ’ରେ ଗର୍ଭବତୀ , ପ୍ରସୂତି , ଶିଶୁ ଓ କିଶୋରୀ ମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସର’ରେ କିଶୋରୀ ବାଳିକା , ଆଶା ଓ ଅଙ୍ଗନବାଡ଼ି କର୍ମୀ , ଗ୍ରାମର ମହିଳା ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ବାହାରିବା ସହ ସ୍ୱଚ୍ଛତା ଅଭିଯାନ’ରେ ଆଶ୍ରମ ସ୍କୁଲ୍ ଓ ଅଙ୍ଗନବାଡ଼ି ପରିସର ସଫେଇ କାର୍ଯ୍ୟକ୍ରମ ଓ ସ୍ୱଚ୍ଛତା ଏବଂ ପୌଷ୍ଟିକତା ଉପରେ ସଂକଳ୍ପ ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପରେ ମୋ ପୌଷ୍ଟିକ ବଗିଚା ସମେତ ବାଡି ବଗିଚାରେ ହେଉଥିବା ବିଭିନ୍ନ ପୁଷ୍ଟିକର ପନିପରିବା , ଶାଗ , ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଓ ମିଲେଟ ପୁଷ୍ଟିକର ଶସ୍ୟ ସବୁ କିଶୋରୀ ବାଳିକା , ଗର୍ଭବତୀ , ପ୍ରସୂତି ମା , ଶିଶୁ ଓ ଗୋଷ୍ଟି ମାନଙ୍କ ସଚେତନତା ଉଦ୍ଦେଶ୍ୟ’ରେ ପ୍ରଦର୍ଶିତ କରା ହୋଇଥିଲା । ଏଥିସହ ଗର୍ଭବତୀ ମା’ ର ସାଦଖିଆ ଓ ଶିଶୁ’କୁ ମା କୋଳରେ ପୁଷ୍ଟିକର ଖାଦ୍ୟ ଖୁଆଇବା କାର୍ଯ୍ୟକ୍ରମ ପ୍ରଭୃତି ଅନୁଷ୍ଠିତ ହୋଇଥିଲା ।
ଏହି ଅବସର’ରେ ଅନୁଷ୍ଠିତ ଏକ ସଚେତନତା ସଭା’ରେ ସୁପରଭାଇଜର ଶ୍ରୀମତୀ ସବିତା ପଟନାୟକ’ଙ୍କ ସମେତ ଏଏନଏମ: ଶ୍ରୀମତୀ ପ୍ରୀତି କୁମାରୀ ଗୁରୁ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଭାରତୀ ପାସୂପୁରେଡ୍ଡୀ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ସମସ୍ତ’ଙ୍କୁ ବିଭିନ୍ନ ପୌଷ୍ଟିକତା ଉପରେ ଉପାଦେୟ ତଥ୍ୟ ଦେଇ ସଚେତନ କରାଇଥିଲେ ।
ମୁଖ୍ୟତଃ ଏହି କାର୍ଯ୍ୟକ୍ରମ’ର ମୁଖ୍ୟ ଉଦ୍ଦେଶ୍ୟ କିଶୋରୀ ବାଳିକା , ଗର୍ଭବତୀ , ପ୍ରସୂତି ମା ଓ ଶିଶୁ ମାନଙ୍କ ପୁଷ୍ଟିକର ଖାଦ୍ୟ , ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ବିଭିନ୍ନ ସ୍ତରରେ ଅଧିକ ଧ୍ୟାନ ଦିଆଯିବା । ଗର୍ଭବତୀ ମା ମାନେ ପୋଷଣ ଯୁକ୍ତ ଖାଦ୍ୟ ଖାଇଲେ କିଭଳି ଏକ ସୁସ୍ଥ ଶିଶୁ ଜନ୍ମ ଲାଭ କରିବ ଏବଂ ଜନ୍ମିତ ଶିଶୁକୁ ୬ ମାସ ପର୍ଯ୍ୟନ୍ତ ମା କ୍ଷୀର ଦେବା ପରେ ଅନୂପୁରକ୍ ପୁଷ୍ଟିକର ଖାଦ୍ୟ ଦେବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
————————————————-