June 29, 2024

ନିଜର ହକ ପାଇବା ପାଇଁ ଗଞ୍ଜାମ ବରିଷ୍ଠ ନାଗରିକଙ୍କ ଧାରଣା ଜାରି,

Share

ନିଜର ହକ ପାଇବା ପାଇଁ ଗଞ୍ଜାମ ବରିଷ୍ଠ ନାଗରିକଙ୍କ ଧାରଣା ଜାରି,

====================

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ଷ୍ଟେସନରେ ଦ୍ରୁତଗାମୀ ଟ୍ରେନ ରହଣି ଦାବୀରେ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଷ୍ଟେସନ ସମୁଖରେ ଆଜିକୁ ଚାରିଦିନ ହେଲା ଧାରଣା ଜାରି ରହିଛି l ରେଳ ବିଭାଗର ପକ୍ଷରୁ ଧାରଣା ସ୍ଥଳକୁ ଆସି କୌଣସି ପ୍ରକାର ଆଲୋଚନା ବା ଆଶ୍ବସନା ଏବେ ସୁଧ ଦେଇ ପାରୁନାହାନ୍ତି କୌଣସି ସମାଧାନ ର ବାଟ ବାହାରି ପାରୁ ନାହିଁ l ଯେଉଁ ପର୍ଯ୍ୟନ୍ତ ଦୁଇ ଦ୍ରୁତଗାମୀ ଟ୍ରେନ ତଥା ପୁରୀ ତିରୁପତି ଏବଂ ହୀରାଖଣ୍ଡ ଏକ୍ସପ୍ରେସ ରହଣି ନ ହୋଇଛି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବା ଓ ଶେଷ ରେ ରେଳରୋକ କରାଯିବ ବୋଲି ବରିଷ୍ଠ ପୌରାଞ୍ଚଳ ପରିଷଦ ସଭାପତି ଲିଙ୍ଗରାଜ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ବାପା ମାନଙ୍କ ଖରା,ବର୍ଷା, ଶୀତ,କାକର, ଧାରଣା ପୁଅ ମାନଙ୍କ ମନରେ ଆସ୍ତେ ଆସ୍ତେ ପ୍ରତିବାଦ ର ଦାନା ବାନ୍ଧୁଛି 4ଦିନ ହେଲାଣି ଗଞ୍ଜାମ ର ବିକାଶ କୁ ତେରାନିତ କରିବାକୁ ଯାଇ ଗଞ୍ଜାମ ବରିଷ୍ଠ ନାଗରିକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି l ବୟସ 60ଠାରୁ ଆରମ୍ଭ କରି 85 ବର୍ଷ ର ବୁଢ଼ା ବାପା ଅନଶନ ରେ ଯୋଗ ଦେଇଛନ୍ତି ଗଞ୍ଜାମ ର ବିକାଶ ପାଇଁ ଦୁଇ ରେଳ ଗାଡି ରହିଲେ ବିକାଶ ରେ ଅଗ୍ରଗତି କରିବ l ଏପଟେ ସ୍କୁଲ ଛାତ୍ର ଠାରୁ ଆରମ୍ଭ କରି ଛତ୍ରପୁରବିଧାୟକ, ବ୍ରହ୍ମପୁର ସାଂସଦ, ବିଜେଡି ନେତା ବନମାଳୀ ସେଠି, କଂଗ୍ରେସ ନେତା ଶମ୍ଭୁ ପାଣିଗ୍ରାହୀ ସହ ଆବାଳ ବୃଦ୍ଧ ବନିତା ବୁଦ୍ଧିଜୀବୀ, ମହିଳା ସଙ୍ଗ, ଗ୍ରାମର ମା ମାନେ, 8ପଞ୍ଚାୟତ ର ପ୍ରାୟ 30ହଜାର ଲୋକେ ପୃଥକ ପୃଥକ ଭାବେ ଆନ୍ଦୋଳନରେ ସହଯୋଗ କରୁଛନ୍ତି l ସମାଧାନ ହେବା ପୂର୍ବରୁ ଯଦି ବରିଷ୍ଠ ନାଗରିକ ମାନଙ୍କ କିଛି ହୋଇଯାଏ ତାହେଲେ ଦାନାବନ୍ଧୁଥିବା ପ୍ରତିବାଦର ସ୍ୱର ଏକତ୍ରିତ ହେବ ? ଉଗ୍ରରୂପ ନେଇ ରେଳ କର୍ତ୍ତୃପକ୍ଷ ଙ୍କ ଉପରେ ନିଶ୍ଚିତ ବିଶ୍ୱରଣ ହେବାର ତାହା ବାରିହେଉଛି l ଅନ୍ୟପଟେ ଗୁରୁବାର କଲେଜ ଛାତ୍ରୀଛାତ୍ର ଧାରଣାରେ ସାମିଲ ହୋଇଥିବା ଦେଖିବାକୁ ମିଲୀ ଥିଲା l ପ୍ରକାଶ ଯୋଗ୍ୟ ଏହି ଷ୍ଟେସନରେ ପୂର୍ବରୁ ପୁରୀ ତିରୁପତି ଏବଂ ଭୁବନେଶ୍ୱର ଜଗଦଳ ପୁର ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ରହି ଆସୁଥିଲା l କିନ୍ତୁ କରୋନା ମହାମାରୀ ଯୋଗୁଁ ଅନ୍ୟ ସମସ୍ତ ଟ୍ରେନ ସହ ଉକ୍ତ ଦୁଇଟି ଦ୍ରୁତଗାମୀ ଟ୍ରେନ ରହଣି ବାତିଲ କରାଯାଇଥିଲା l କୋଭିଡ ପରବର୍ତ୍ତୀ ସମୟ ପରେ ଅନ୍ୟ ସମସ୍ତ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଦୁଇ ଦ୍ରୁତଗାମୀ ଟ୍ରେନ ଗଞ୍ଜାମ ଷ୍ଟେସନରେ ରହୁନାହିଁ l
ଏଥି ପାଇଁ ନିଜ ହକ ପାଇଁ ଲାଡେଇ ଚାଲିଛି l