July 1, 2024

ଗଞ୍ଜାମ ସହରରେ ରେଳ ରାଷ୍ଟ୍ରମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Share

ଗଞ୍ଜାମ ସହରରେ ରେଳ ରାଷ୍ଟ୍ରମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

===================

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ଜିଲ୍ଲା ଗ୍ରସ୍ତରେ ଥିବା ରେଳ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଜlର୍ଦ୍ଧଷଙ୍କୁ ଗଞ୍ଜାମ ସହର ବଡବଜାର ସ୍ଥିତ ବାଲାଜୀ ମନ୍ଦିର ଠାରେ ଭାଜପା ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ଗଞ୍ଜାମରେ ମନ୍ତ୍ରୀ ପହଂଚିବା ପରେ ଦଳୀୟ କର୍ମ କର୍ତ୍ତା ନେତୃବୃନ୍ଦଙ୍କ ସହ କିଛି ସମୟ ସହରର ବିକାଶ ବିଷୟରେ ଆଲୋଚନା କରିଥିଲେ l ପରେ ନିକଟସ୍ଥ ଚାହା ଦୋକାନକୁ ଯାଇ ସମସ୍ତ କର୍ମ କର୍ତ୍ତା ଙ୍କ ସହ ମନ୍ତ୍ରୀ ଚାହା ଖଟିରେ ଚାହା ପିଇଥିଲେ l ଡିଜିଟାଲ ପେମେଣ୍ଟ କରିବା ପାଇଁ କହିଥିଲେ l ପରବର୍ତୀ ସମୟରେ ବାଲାଜୀ ମନ୍ଦିର ସମ୍ମୁଖରେ ଥିବା ସ୍ୱାମୀ ବିବେକାନନ୍ଦ ପ୍ରତିମୂର୍ତ୍ତିରେ ପୁଷମାଲ୍ୟ ଅର୍ପଣ କରି ମନ୍ତ୍ରୀ ଫେଇଯାଇଥିଲେ l ସମ୍ବର୍ଦ୍ଧନା ବେଳେ ଭାଜପା ଜିଲ୍ଲା ସଭାପତି ବିଭୁତି ଜେନା, ବିଧାୟକ ପାର୍ଥୀ ପ୍ରଶାନ୍ତ କର, ଛତ୍ରପୁର ଏନଏସି ଅଧକ୍ଷା ଶର୍ମିଷ୍ଠା ପ୍ରଧାନ,, ସଂଗଠନ ସମ୍ପାଦକ ଶରତ ସାବତ, ଯୁବମୋର୍ଚା ସମ୍ପାଦକ ସାରଦା ଶତପଥୀ, ପୂର୍ବତନ ଗଞ୍ଜାମ ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ନାୟକ, ପୂର୍ବତନ ଜିଲ୍ଲା ପରିଷଦ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୀର୍ତନ ଦାସ, ଗଞ୍ଜାମ ନଗର ସଭାପତି କାନ୍ତରୁ ଦଳାଇ, ଛତ୍ରପୁର ଯୁବନେତା କୃଷ୍ଣ ଚନ୍ଦ୍ର ନାୟକ,ଛତ୍ରପୁର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସୁବାଷ ଚନ୍ଦ୍ର ସାହୁ,ପୂର୍ବତନ କାଉନସିଲର ଦୁର୍ଗାମାଧବ ପାଣିଗ୍ରାହୀଓ ଡିକେ ରାଓ, ଓ ରଞ୍ଜନ ବେହେରା, ବଣିକ ସଙ୍ଘ ସମ୍ପାଦକ କାହ୍ନୁ ଚରଣ ପଣ୍ଡା, ଗୁରୁଚରଣ ରାଉଳ,ବରିଷ୍ଠ ଭାଜପା ନେତା ଜୟ ଗୌଡ଼, ଭାଜପା ଯୁବନେତା ନିରାକାର ଜେନା, ମନରଞ୍ଜନ ସାହୁଙ୍କ ସମେତ ଅନ୍ୟାନ୍ୟ ଦଳୀୟ କର୍ମୀ ଉପସ୍ଥିତ ଥିଲେ l ପରେ ମନ୍ତ୍ରୀ ଗଞ୍ଜାମ ବ୍ଲକ ଝରେଡ଼ି ରାଧା ଗୋବିନ୍ଦ ପୁର ପଂଚାୟତ ଶିପକୁଦା ଗ୍ରାମରେ ପହଂଚି କାରଗିଲ ସହିଦ ପରମ ବୀର ଅଶୋକ କୁମାର ନାୟକଙ୍କ ସନମାନ ପାଇଁ “ମୋ ମାଟି ମୋ ଦେଶ “କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l