April 28, 2026

ଗୁରୁ ପୂଜନ ଦିବସ ମହା ଆଡମ୍ବରରେ ପାଳିତ

IMG-20250906-WA0065
Share

 

 

ଖୋର୍ଦ୍ଧା୍-(ପ୍ରିୟଙ୍କା ମହାପାତ୍ର) ଜଟଣୀ ଅଧିବକ୍ତା ପରିବାର ତରଫରୁ ଗୁରୁ ପୂଜନ ଦିବସ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ଜଟଣୀର ବହୁ ବୟୋଜ୍ୟେଷ୍ଠ ଅଧିବକ୍ତାଙ୍କୁ ଏହି ଦିବସରେ ଗୁରୁ ପୂଜନ କରିବା ସହିତ ପାରମ୍ପରିକ ରୀତି ଅନୁସାରେ ଫୁଲ ,ଚନ୍ଦନ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା I ଏହି କାର୍ଯ୍ୟକ୍ରମକୁ ଅଧିବକ୍ତା ପରିବାରର ଯୁବ ଅଧିଵକ୍ତା ମାନେ ଜଟଣୀର ବୟୋଜ୍ୟେଷ୍ଠ ଅଧିବକ୍ତା ମାନଙ୍କୁ ଶ୍ରଦ୍ଧାର ସହିତ ପୂଜନ କରିଥିଲେ I ସର୍ବଶ୍ରୀ ବରିଷ୍ଠ ଅଧିବକ୍ତା ଶ୍ରୀ ରବି ନାରାୟଣ ସାମନ୍ତରାୟ, ଅବନୀ ରାଉତରାୟ, ଶୈଳେନ୍ଦ୍ର ପଟ୍ଟନାୟକ , ବୀରେନ୍ଦ୍ର ପଟ୍ଟନାୟକ , କୈଳାଶ ଶର୍ମା ,ଅକ୍ଷୟ କୁମାର ସାହୁ ଓ ସଂଜୀବ ଦାସ ପ୍ରମୁଖଙ୍କୁ ଏହି ଅବସରରେ ଗୁରୁ ପୂଜନ ହେବI ସହିତ ସମ୍ମାନିତ ହୋଇଥିଲେ I ଏହି କାର୍ଯ୍ୟକ୍ରମକୁ ଜଟଣୀ ଅଧିବକ୍ତା ପରିବାରର ଆବାହକ ଶ୍ରୀ ରଶ୍ମି ରଞ୍ଜନ ମହାନ୍ତି ଙ୍କ ତତ୍ୱାବଧାନରେ ସମ୍ପାଦିତ ହୋଇଥିବା ବେଳେ ପରିବାରର ବହୁ ସଦସ୍ୟ ଅଧିବକ୍ତା ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ପୂର୍ବତନ ଜଟଣୀ ବାର ସଭାପତି , ବାଉରୀ ବନ୍ଧୁ ସାହୁ, ଶିବ ପ୍ରସାଦ ରଥ , ଦେବବ୍ରତ ପାଢ଼ୀ, ଅକ୍ଷ୍ୟାଂଶୁ ଶେଖର ନାୟକ , ବିଜୟ ମହାପାତ୍ର , କାଶୀନାଥ ପ୍ରଧାନ ,ଅରୁଣ କୁମାର ସାହୁ , ରବି ପଣ୍ଡା, ପ୍ରକାଶ ଜେନା , ସୁଚିତ୍ର ସାହୁ , ଦିପ୍ତିମୟୀ ବଳ, ଓ ତୁମୁଡୁ ଶ୍ରୀନିବାସ ରାଓ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ I ସ୍ଥIନୀୟ ଲୋକମାନେ ଅଧିବକ୍ତା ପରିବାରର ଏହି ପ୍ରୟାସକୁ ଭୁରି ଭୁରି ପ୍ରଂଶସା କରିଥିଲେ I