କଂଗ୍ରେସ ପକ୍ଷରୁ ସଂଗଠନ ସୃଜନ ଅଭିଯାନ ଅନୁଷ୍ଠିତ
ଚିକିଟି ଶୁଭଶ୍ରୀ ପ୍ରଧାନ
ତାରିଖ- ୦୬/୦୯/୨୫
ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ଓ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଜିଲ୍ଲା ସ୍ତରୀୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଚୟନ ପ୍ରକିୟା ଆରମ୍ଭ କରାଯାଇଛି। ଜିଲ୍ଲା ସଭାପତି ଚୟନ ନେତା ମାନଙ୍କୁ ନେଇ ଚୟନ ପ୍ରକିୟା ନକରି ପ୍ରଥମ ଥର ପାଇଁ ଜିଲ୍ଲା ମାନଙ୍କରେ ସ୍ଥାନୀୟ ଜନସାଧାରଣ ନିଜର ନେତା ଚୟନ ପ୍ରକିୟା ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶନିବାର ଦିନ ଚିକିଟି ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ଶଙ୍କର ଅଧିକାରୀଙ୍କ ନେତୃତ୍ୱରେ ପାତ୍ରପୁର ବ୍ଲକ ତୁମ୍ବା ବୁଧବାର ହାଟ ପରିସରରେ ସଂଗଠନ ସୃଜନ ଅଭିଯାନ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ରାମ ଲାଲ୍ ଜେଟ୍, ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ଜେ କେ ପ୍ରଧାନ, ସଂଯୋଜକ ତ୍ରିନାଥ ବେହେରା, କୃଷକ ନେତା ବୃନ୍ଦାବନ ଖଟେଇ,ବିଜୟନ୍ ନାୟକ,ରାଜ୍ୟ ପ୍ରଭାରୀ ହିତେଶ ମଟୱାନି, ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ସାକା ସୁଜିତ୍, ଭଞ୍ଜନଗର ପୂର୍ବତନ ବିଧାୟକ ଦଣ୍ଡପାଣି ପାତ୍ର, ଜିଲ୍ଲା ଉପ ସଭାପତି ମହେଶ୍ୱର ପାତ୍ର ଓ ମାଧବ ଶବର ପ୍ରମୁଖ ମଞ୍ଚାସିନ ରହି ନିଜ ନିଜର ଅଭିଭାଷଣ ଦେଇଥିବା ବେଳେ ଜିଲ୍ଲା ସଭାପତି ପଦବୀ ପାଇଁ ଲୋକଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ତଥା ଜିଲ୍ଲା ସମ୍ପାଦକ ବସନ୍ତ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରୁ ସୁଶାନ୍ତ ପାଣିଗ୍ରାହି, ସମୀର ଜେନା ଓ ସୁମନ୍ତ ମହାନ୍ତିଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।
