November 26, 2024

ଜାତୀୟ ସବ୍ ଜୁନିୟର ଓ ଜୁନିୟର ଟାଏକୋଣ୍ଡୋ ପ୍ରତିଯୋଗିତା ପାଇଁ ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ତିନି କ୍ରୀଡାବିତ୍ ମନୋନୀତ।.

Share

 

 

ଚଳିତ ମାସ ୦୭ ସେପ୍ଟେମ୍ବର ରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ଆଗ୍ରା ଠାରେ ଟାଏକୋଣ୍ଡୋ ଫେଡରେସନ୍ ଅଫ ଇଣ୍ଡିଆ ଆନୁକୁଲ୍ୟରେ ଆୟୋଜିତ ହେବାକୁ ଯାଉଥିବା, ଜାତୀୟ ସବ୍ ଜୁନିୟର ଓ ଜୁନିୟର ଟାଏକୋଣ୍ଡୋ ପ୍ରତିଯୋଗିତା ରେ ଓଡ଼ିଶା ଟାଏକୋଣ୍ଡୋ ଆସୋସିଏସନ୍ ପକ୍ଷରୁ ପ୍ରାୟ ୫୦ ରୁ ଉର୍ଦ୍ଧ କ୍ରୀଡାବିତ୍ ଉଭୟ ବାଳକ ଓ ବାଳିକା ବିଭାଗ ରେ ଅଂଶ ଗ୍ରହଣ କରିବା ପାଇଁ ଆଜି ୦୫.୦୯.୨୦୨୪ ରେ Puri ରୁ New Delhi ଯାଉଥିବା ଟ୍ରେନ ରେ ଯାତ୍ରା କରିଥିଲେ।

 

ଏଥିରେ ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ କୋଚ୍ ସଂଯୁକ୍ତା ବାରାଲ ଙ୍କ ସହ ସବ୍ ଜୁନିୟର ବର୍ଗରେ ସାଇ କୃପା ମହାପାତ୍ର ଓ ସୁଶ୍ରୀ ସମର୍ପିତା ପୃଷ୍ଟି କିରୋଗି ଇଭେଣ୍ଟ ରେ ଭାଗ ନେଇଥିବା ବେଳେ ଜୁନିଅର ବର୍ଗରେ ଶୁଭମ୍ ମହାପାତ୍ର କିରୋଗି ଇଭେଣ୍ଟ ରେ ଭାଗ ନେବାପାଇଁ ମନୋନିତ ହୋଇଛନ୍ତି।

 

ଓଡ଼ିଶା ଟାଏକୋଣ୍ଡୋ ଆସୋସିଏସନ୍ ର ସଭାପତି ଶ୍ରୀ ବ୍ୟୋମକେଶ ଅଭିଳାଷ ପ୍ରସାଦ ଓ ସମ୍ପାଦକ ଶ୍ରୀ ମନମୋହନ ଭଞ୍ଜ କ୍ରୀଡାବିତ୍ ମାନଙ୍କୁ ସମ୍ଭର୍ଦ୍ଧନା ଓ ଉତ୍ସାହିତ କରିବା ସହ , ପ୍ରତିଯୋଗିତାରେ ପଦକ ଜିତି ନିଜ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଅର୍ଜନ କରିବା ପାଇଁ ଆଶୀର୍ବାଦ ମଧ୍ୟ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.