August 6, 2026

ଶିକ୍ଷୟିତ୍ରୀ ବନବାସିନୀ ପାତ୍ରଙ୍କ ଦେହାନ୍ତ , ଅଞ୍ଚଳରେ ଶୋକର ଛାୟା 

IMG-20260806-WA0060
Share

 

ବୁଗୁଡା : ତା ୦୬/୦୮/୨୬ : ସ୍ଥାନୀୟ ବାଳକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ବନବାସିନୀ ପାତ୍ର (୪୬)ଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସେ ତିନି ବର୍ଷ ହେଲା କ୍ଯାନସରରେ ପୀଡିତ ଥିଲେ। ସେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଗତ ୫ ତାରିଖ ସକାଳେ ମୃତ୍ୟୁ ବରଣ କରିଥିଲେ। ତାଙ୍କର ମୃତ୍ଯୁ ଶଯ୍ୟା ନିକଟରେ ତାଙ୍କ ସ୍ବାମୀ ତଥା ପୋଲସରା ଏବିଇଓ ସ୍ବରୂପ କୁମାର ପାତ୍ର ଏବଂ ଦୁଇ ଝିଅ ଉପସ୍ଥିତ ରହିଥିଲେ। ବ୍ରହ୍ମପୁରସ୍ଥ ୍ ଅଳକାପୁରୀ ଶ୍ମଶାନଘାଟରେ ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ସେ ଜଣେ କର୍ତ୍ତବ୍ୟନିଷ୍ଠା ଓ ଛାତ୍ରବତ୍ସଳା ଶିକ୍ଷୟିତ୍ରୀ ଥିଲେ। ତାଙ୍କର ମୃତ୍ଯୁରେ ଶିକ୍ଷକ ମହଲ ସାଙ୍ଗକୁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।