September 17, 2026

ରେଙ୍ଗାଲିପାଲି ଖେଳ ପଡିଆରେ ବନମହୋତ୍ସବ

IMG-20250706-WA0040
Share

 

 

 

ସୁରେନ୍ଦ୍ର କଠାର ,ବରଗଡ

 

ଗଛ ଲଗାଅ ଗୋଟିଏ, ଜୀବନ ବଞ୍ଚାଅ କୋଟିଏ :ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲାଦରପାଲି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର , ମାତୃପୁରୀ ତରଫରୁ ବନମହୋତ୍ସବ ରେଙ୍ଗାଲିପାଲି ଖେଳ ପଡିଆ ନିକଟରେ ଅନୁଷ୍ଠିତ ହୋଇଯାଇଅଛି। ‘ମା ଙ୍କ ନାମରେ ଗଛଟିଏ ୨.୦ ‘କାର୍ଯ୍ୟକ୍ରମ ରେ ଅତାବିରା ବନବିଭାଗ ଦାୟିତ୍ୱରେ ଥିବା ବନପାଳ ଶ୍ରୀମତି ଉସେଶ୍ୱରି ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାମାଜିକ ବନୀକରଣ ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ରୂପେ ବନପାଳ ଶ୍ରୀ ଲୋକେଶ୍ୱର୍ ଭୋଇ ,ଗଛର ଉପାଦେୟତା ସମ୍ପର୍କରେ ଛାତ୍ର ଛାତ୍ରୀମାନଙ୍କୁ ଅନେକ ତଥ୍ୟ ପ୍ରଦାନ କରିଥିଲେ।ଅଧ୍ୟକ୍ଷ ଶ୍ରୀ ବବୃବାହାନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କୃଷି ବିଭାଗୀୟ ମୁଖ୍ୟ ଶ୍ରୀ ହେମାନନ୍ଦ ଭୋଇ,ସଭାପତି ଶ୍ରୀ ଶେଷଦେବ ନାଏକ,ଉପ ସଭାପତି ଶ୍ରୀ ଅରୁଣ କୁମାର ହୋତା, ସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ପ୍ରଧାନ ବୃକ୍ଷ ର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ l ଗିରିଜା ସାହୁଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜ୍ଞାନ ବିଭାଗୀୟ ମୁଖ୍ୟ ଶ୍ରୀ ରତନ ଦୀପ ‘ଗଛ ଲଗାଇବା କାହିଁକି ‘ ଶୀର୍ଷକରେ ଆଲୋଚନା କରିଥିଲେ । ।ଶେଷରେ ଉପାଧ୍ୟକ୍ଷ ଶ୍ରୀ ଯତୀନ୍ଦ୍ର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ଶ୍ରୀ ସୁନୀଲ ଖମାରୀ,ରାମଚନ୍ଦ୍ର ପ୍ରଧାନ ,ଗିରିଜା ସାହୁ ,ଯୁଗଳ ସାହୁ,ଶ୍ରୀ ସରୋଜ କୁମାର ରଥ, ସୁଶାନ୍ତ ସେଟ୍, ମିଲନିକା ନନ୍ଦ,ମାନସ ଦାନୀ,ଶ୍ରୀ ହରିବାଲା ଅଦାବର୍ ତଥା ଅନ୍ୟ ଶିକ୍ଷକ ଭାଇ ଅପା ସକ୍ରିୟ ସହଯୋଗ କରିଥିଲେ।