October 5, 2024

ଅନ୍ତରପଡା ୟୁପି ସ୍କୁଲରେ ବନ ମହୋତ୍ସବ ସପ୍ତାହ ପାଳିତ

Share


ବୁଗୁଡ଼ା : ତା ୦୬/୦୭/୨୪ : ବୁଗୁଡା ବ୍ଲକର ଅନ୍ତରପଡା ଗ୍ରାମସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୫ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏସ୍ଏମସି ସଭାନେତ୍ରୀ ସଞ୍ଜୁଲତା ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ଚିନ୍ମୟ ମହାପାତ୍ର ,ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର , ସମ୍ମାନିତ ଅତିଥି ଭାବେ ସିଆରସିସି ଶଶିକାନ୍ତ ମହାପାତ୍ର ଓ ରାଜେଶ ସାହୁ ,ବାଲିପଦର ବନପାଳ ସୁକାନ୍ତ ପଟ୍ଟନାୟକ , ସରପଞ୍ଚ ବସନ୍ତ କୁମାର ଶତପଥି ,ତାଳସାକର ସ୍କୁଲ ପ୍ରଧାନ ଶିକ୍ଷକ ସିମାଞ୍ଚଳ ସେଠୀ ଓ ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ଖାଡ଼ଙ୍ଗା ପ୍ରମୁଖ ଯୋଗ ଦେଇ ବନ ମହୋତ୍ସବ ସପ୍ତାହ ପାଳନର ତାତ୍ପର୍ଯ୍ୟ ସାଙ୍ଗକୁ ବୃକ୍ଷ ରୋପଣର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଏ ଅବସରରେ ଅତିଥି ଏବଂ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଜେନା ଓ ସହକାରୀ ଶିକ୍ଷକ ସନ୍ତୋଷ କୁମାର ଡାକୁଆ ପରିଚାଳନା କରିଥିଲେ ।