January 31, 2025
Share


ତାରିଖ ୦୬/୦୭/୨୦୨୩ ଗୁରୁବାର ।

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ସେହିପରି ସୂର୍ଯ୍ୟକୁମାର ଯାଦବଙ୍କୁ ଉପ ଅଦିନାୟକ ଭାବେ ଚୟନ କରାଯାଇଛି । ଏହି ସିରିଜରେ ଯଶସ୍ୱୀ ଜୟସ୍ୱାଲ, ତିଲକ ବର୍ମାଙ୍କୁ ସୁଯୋଗ ମିଳିଛି । ଅନ୍ୟପଟେ କୁଲଦୀପ ଯାଦବ ଦଳକୁ ଫେରିଛନ୍ତି ।

ଓଡ଼ିଶାରେ ପୁଣି ଚିଟଫଣ୍ଡ ଭଳି ରାହାଜାନି ଚଳାଇଛନ୍ତି ଘରୋଇ ଫାଇନାନ୍ସ କମ୍ପାନୀ : ଡ.ଲେଖାଶ୍ରୀ ।

ଦୁର୍ଘଟଣାର ଶିକାର ହେଲେ ଭାରତର ପୂର୍ବତନ ଦ୍ରୁତ ବୋଲର ପ୍ରବୀଣ କୁମାର ଏବଂ ତାଙ୍କ ପୁଅ।

ଚନ୍ଦ୍ରଯାନ-୩ର ଉତକ୍ଷେପଣ ପାଖେଇ ଆସୁଥିବା ବେଳେ ଏଲଭିଏମ୍-୩ ରକେଟ୍‌ ସହ ଯୋଡ଼ାହେଲା ମୁନ୍ ଲ୍ୟାଣ୍ଡର ।

ବେଙ୍ଗାଲୁରୁ- ଧାରୱାଡ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଉପରେ ପଥର ମାଡ଼, ସପ୍ତାହକ ମଧ୍ୟରେ ଦ୍ୱିତୀୟ ଘଟଣା ।

ଦଳିତଙ୍କ ଉପରେ ପରିସ୍ରା କରି ବନ୍ଧା ହେଲେ ମଧ୍ୟପ୍ରଦେଶର ପ୍ରଭେଶ ଶୁକ୍ଳା, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବୁଲଡୋଜର ଚଢାଇ ଅଭିଯୁକ୍ତଙ୍କ ଘରକୁ ମାଟିରେ ମିଶାଇଲା ସ୍ଥାନୀୟ ପ୍ରଶାସନ ।

ଜୁନ ମାସରେ ରାଜ୍ୟରେ ୨୨ ପ୍ରତିଶତ ନିଅଂଟିଆ ବର୍ଷା: ଜୁନ ୧ରୁ ଜୁଲାଇ ୫ ତାରିଖ ମଧ୍ୟରେ ସ୍ୱାଭାବିକ ତୁଳନାରେ ୩୧ ପ୍ରତିଶତ କମ୍ ବର୍ଷା ।

ମହାରାଷ୍ଟ୍ର ମହାନାଟକ ଭିତରେ ବିହାର ରାଜନୀତିରେ ହଲଚଲ । କର୍ଣ୍ଣାଟକରେ ବିଜେପି ଓ ଜେଡିଏସ ମେଣ୍ଟ ଉପରେ ଖୁବ ଶିଘ୍ର ବାଜିପାରେ ମୋହର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସାଫ ଚାମ୍ପିଅନସିପ ୨୦୨୩ର ବିଜେତା ଭାରତୀୟ ଫୁଟବଲ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ।

ଛତିଶଗଡ଼ ଓ ଓଡ଼ିଶା ଚାହିଁଲେ ମହାନଦୀ ଜଳ ବିବାଦର ସମାଧାନ ହୋଇପାରିବ: ଟିଏସ୍ ସିଂହଦେଓ।

ଡିଏନ ଗ୍ରୁପ୍ ଉପରେ ଆୟକର ଚଢ଼ାଉ, କର୍ମଚାରୀଙ୍କ ଘରୁ ୩୦ କୋଟି ଟଙ୍କା ଜବତ ।

ତବରେଜ୍ ଅନସାରୀଙ୍କୁ ପିଟି ପିଟି ହତ୍ୟା କରିଥିବା ୧୦ଜଣଙ୍କୁ ମିଳିଲା ୧୦ବର୍ଷ ଜେଲଦଣ୍ଡ।

ଆମେରିକାର ନ୍ୟାସନାଲ ଓସନ ଆଣ୍ଡ ଆଟମୋସଫେରିକ୍ ଆଡମିନେଷ୍ଟ୍ରେସନ( ଏନଓଏଏ) ଦାବି କରିଛନ୍ତି ଯେ ୩ ଜୁଲାଇ ସୋମବାର ଥିଲା ବିଶ୍ୱର ସବୁଠୁ ଉଷ୍ମ ଦିନ।

ସାବାଡ଼ ହେବେ ସରକାରୀ ଡାକ୍ତରଖାନାରେ ବୁଲୁଥିବା ଦଲାଲ, କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ରାଜ୍ୟର ପ୍ରତି ବ୍ଲକରେ ଖୋଲିବ ଗୋଟିଏ ଲେଖାଏଁ ଗ୍ରାମୀଣ ଶିଳ୍ପ ପାର୍କ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ।

ଡାଟା ସୁରକ୍ଷା ବିଲ୍‌ ଉପରେ କ୍ୟାବିନେଟ୍‌ ମୋହର, ଲୋକଙ୍କୁ ମିଳିବ ପ୍ରାଇଭେସି ଉପରେ ପୂରା ନିୟନ୍ତ୍ରଣ ।

ବନବିଭାଗ କର୍ମଚାରୀଙ୍କୁ ମିଳିଲା ବଳ । ଆତ୍ମରକ୍ଷା ପାଇଁ ଚଳାଇପାରିବେ ଗୁଳି । ରାଜ୍ୟ ସରକାର ଦେଲେ ଅନୁମତି ।

ବୌଦ୍ଧରେ ଫାଇଭ-ଟି ସଚିବଙ୍କ ଗାଡିକୁ ଅଣ୍ଡାମାଡ ।

ଟେଷ୍ଟ ରାଙ୍କିଙ୍ଗରେ ଅଦଳବଦଳ, କେନ ହେଲେ ନଂ ୧ ବ୍ୟାଟର, ତଳକୁ ଖସିଲେ ରୁଟ୍ ।

ନିର୍ବାଚନ ଆୟୋଗଙ୍କ ନିକଟରେ ପହଞ୍ଚିଲା ଦାଦା-ପୁତୁରା ଲଢେଇ, ପାର୍ଟି ଏବଂ ସଂକେତ ଉପରେ ଅଜିତ୍ ପାୱାରଙ୍କ ଦାବି।

ଟାଇମ୍‍ସ ହାୟର୍‌ ଏଜୁକେସନ ୟଙ୍ଗ୍‌ ୟୁନିଭର୍ସିଟି ରୢାଙ୍କିଙ୍ଗ୍‌, କିଟ୍‍ ୧୨ତମ ଶ୍ରେଷ୍ଠ ଭାରତୀୟ ବିଶ୍ୱବିଦ୍ୟାଳୟ ।

ରାଜ୍ୟସଭା ଉପାଧ୍ୟକ୍ଷଙ୍କୁ‌ ଭେଟିଲେ ନୀତୀଶ ।

ବୌଦ୍ଧ ଜିଲ୍ଲା ଗସ୍ତରେ ୫ଟି ସଚିବ; ୭୭୦ କୋଟି ବ୍ୟୟରେ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ।

ଘରୋଇ ଫାଇନାନ୍ସ କମ୍ପାନୀର ରାହାଜାନିରେ ସପ୍ତାହକରେ ୫ମୃତ, ବର୍ଷିଲା ବିଜେପି।

ସୁପ୍ରଭାତ ,ଶୁଭ ସକାଳ ।

You may have missed