March 10, 2026
IMG-20250506-WA0026
Share

ଲାଞ୍ଜିଗଡ଼ (ପୁରନ୍ଦର ଦଣ୍ଡସେନା)

 

ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଗ୍ରାମରୁ ବେନଗାଁ ପଞ୍ଚୟର ର ଦୂରତା ୧୨ କିଲୋମିଟର। ଦୈନିକ ଶତାଧିକ ଲୋକ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି। ଅଣଓସାରିଆ ପିଚୁ ସଡ଼କ ଥିଲେ ମଧ୍ଯ ଅନେକ ସ୍ଥାନରୁ ପିଚୁ ବାହାରି ପଥର ଦେଖାଯାଉଛି। ଖଣ୍ଡିଆ ଖାବରା ରାସ୍ତା ଦେଇ ଗମନା ଗମନ କରିବା କଷ୍ଟକର ହୋଇପଡିଛି। ଛାତ୍ର ଛାତ୍ରୀ, ରୋଗୀ, ବୟସ୍କ ଲୋକ ଏହି ରାସ୍ତା ଦେଇ ପ୍ରତିଦିନ ଯିବା ଆସିବା କରନ୍ତି। ରାସ୍ତା ର ଅବସ୍ଥା ଶୋଚନୀୟ ଥିବାରୁ ଗମନା ଗମନ ରେ ବାଧା ସୃଷ୍ଟି ହେଇଛି। ଅନେକ ସମୟରେ ଦୁର୍ଘଟଣା ମଧ୍ଯ ଘଟୁଛି। ଏହି ରାସ୍ତାକୁ ଶୀଘ୍ର ମରାମତି କଲେ ଗମନା ଗମନ ସହଜ ହେବା ସଙ୍ଗେ ସଙ୍ଗେ ଦୁର୍ଘଟଣା କୁ ଏଡାଇ ଦିଆ ଯାଇ ପାରିବ।

ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉ ଜ ଉପାନ୍ତ ଖବର