September 29, 2024

ମା’ ଶାରଳାଙ୍କ ଚନ୍ଦନ ଯାତ୍ରା ପାଇଁ ନୌକା ପ୍ରଦାନ କଲା କୈବର୍ତ୍ତ ସମାଜ….

Share


ବାଣିକ୍ଷେତ୍ର କନକପୁରର ମା’ ଶାରଳାଙ୍କ ଚନ୍ଦନ ଯାତ୍ରାର ଚାପଖେଳ ନିମନ୍ତେ ନୌକାଟି ଦ୍ରୁବଳ ହୋଇ ଯାଇଥିବାରୁ ନୂତନ ନୌକାଟିର ଆବଶ୍ୟକ ପୂରଣ କରିବାକୁ ଯାଇ ମା’ଙ୍କର ପରମ ସେବକ ସମାଜସେବୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ ବେହେରା ତଥା ଶାରଳା ମଣ୍ଡଳ କୈବର୍ତ୍ତ ମହାସଂଘର ଜିଲ୍ଲା ସଭାପତି ତାଙ୍କର ନିଜସ୍ୱ ସହଯୋଗରେ ପୂର୍ଣ୍ଣ ସମର୍ପଣର ହସ୍ତ ବଢ଼ାଦେଇ ଥିଲେ। ଏହି ନୌକାଟୀ ନିର୍ମାଣରେ ସାଢେ ପାଞ୍ଚଲକ୍ଷ ଟଙ୍କାର ଅର୍ଥ ବ୍ୟୟ ହୋଇ ଅଛି।ଉକ୍ତ ନୌକାଟିକୁ ସୁସଜ୍ଜିତ କରି ଏକ ଟ୍ରଲର ଦ୍ୱାରା ପାରାଦ୍ୱୀପ ଗଡ଼ ଠାରୁ କୈବର୍ତ୍ତ ସମାଜର ଭାଇଭଉଣୀ ମାନେ ହଜାରରୁ ଉର୍ଦ୍ଧ ସଂଖ୍ୟାରେ ବିରାଟ ପଟୁଆର ସହିତ ଘଣ୍ଟଘଣ୍ଟା ବାଜାବାଣ ଓ ମା’ବାଶେଳୀଙ୍କ ଚଇତି ଘୋଡା ନାଚକରି ମା ଶାରଳାଙ୍କ ସେବକ ମାନଙ୍କ ସହିତ ନୌକାଟିକୁ ପ୍ରଦାନ କରିବାପାଇଁ ଯାତ୍ରା କରିଥିଲେ।ନୌକାଟି ମା’ଶାରଳାଙ୍କ ପୀଠକୁ ଯାଉଥିବା ସମୟରେ କଟକ ପାରାଦ୍ୱୀପ ରାସ୍ତାର ଦୁଇ ପାର୍ଶ୍ୱରେ ଭୁତୁମୁଣ୍ଡାଇ,ପନ୍ଦରନମ୍ବର, ସନ୍ତରା,ବଳରାମପୁର,କୁଜଙ୍ଗ, ତାଳଦଣ୍ଡା,ଚୌଧୁରୀଗଡା, ପଙ୍କପାଳ,ପଟୁସାହି,କୋଟସାହି, ରାହାମା,ତିର୍ତୋଲ ଇତ୍ୟାଦି ବିଭିନ୍ନ ସ୍ଥାନରେ କୈବର୍ତ୍ତ ସମାଜର ଭାଇଭଉଣୀ ମାନେ ସହସହ ସଂଖ୍ୟାରେ ଉପସ୍ଥିତ ହୋଇ ବନ୍ଦାପନା କରିବାର ଦେଖିବାକୁ ମିଳିଥିଲା। ପ୍ରମୁଖ ବାଣିଜ୍ୟକେନ୍ଦ୍ର ରାହାମା ଠାରେ ସମାଜସେବୀ ଆଡ଼ଭୋକେଟ ଡ଼ଃ ସୁନାକର ବେହେରା ଓ ତାଙ୍କ ସହଯୋଗୀ ରଶ୍ମୀକାନ୍ତ ଦାସ,ବିକ୍ରମ ମହାପାତ୍ର,ସୁଲେଖ ବେହେରା ପ୍ରମୋଦ ବେହେରା କୈବର୍ତ୍ତ ସଂଘ ସଭାପତି ପ୍ରହଲ୍ଲାଦ ବେହେରା ଓ ସଂଘ କର୍ମକର୍ତ୍ତା ପୂର୍ବତନ ସଭାପତି କୈଳାଶ ଚନ୍ଦ୍ର ବେହେରା,ଅକ୍ଷୟ କୁମାର ବେହେରା କାର୍ଯ୍ୟକାରୀ ସଭାପତି,ପ୍ରସନ୍ନ କୁମାର ବେହେରା ଉପ ସଭାପତି,ଶ୍ରୀଧର ବେହେରା, ଅମର କୁମାର ଦାସ,ମନୋରଞ୍ଜନ ଦଳାଇ, ମିହିର କୁମାର ବେହେରା, ଭାଗିରଥି ବେହେରା, କାଳନ୍ଦୀ ବେହେରା, ଶରତ ସାମଲ,ଇତ୍ୟାଦି କର୍ମକର୍ତ୍ତା ମାନଙ୍କୁ ଏହି ମହାନ କାର୍ଯ୍ୟ ପାଇଁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ପୋଲିସ ପ୍ରଶାସନ ଦ୍ୱାରା ଟ୍ରାଫିକ ନିୟନ୍ତ୍ରଣର ସୁବ୍ୟବସ୍ଥା କରାଯାଇଥିଲା।ଉକ୍ତ ନୌକାଟୀ କନକପୁର ମା’ଶାରଳାଙ୍କ ମନ୍ଦିରରେ ପହଞ୍ଚିବାପରେ ଜଗତସିଂହପୁର ଜିଲ୍ଲାର ୮ଟି ବ୍ଲକର କୈବର୍ତ୍ତ ସଂଗଠନର ସଭାପତି,ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ୨୫ ଗୋଟି ଘୋଡା ଓ ୪ ରୁ ୫ ହଜାର କୈବର୍ତ୍ତ ଭକ୍ତ ମାନଙ୍କ ଉପସ୍ଥିତରେ ମନ୍ଦିର ପ୍ରଶାସନ ଓ
ସେବାୟତ ମାନେ ଭବ୍ୟ ସ୍ୱାଗତ ସହ ନବ ନିର୍ମିତ ହୋଇଥିବା ନୌକାଟିକୁ ଗ୍ରହଣ କରି ଶାରଳା ମଣ୍ଡଳ କୈବର୍ତ୍ତ ମହାସଂଘ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବେହେରାଙ୍କୁ ସାଧୁବାଦ ପ୍ରଦାନ ପୂର୍ବକ ତାଙ୍କୁ ଆଶ୍ରିବାଦ ପ୍ରଦାନ କରିଥିଲେ। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )