March 11, 2026

 କ୍ଷତ୍ରିୟବରପୁର ଆଞ୍ଚଳିକ ମହାବିଦ୍ୟାଳୟରେ ବିତ୍ତୀୟ ସାକ୍ଷରତା କେନ୍ଦ୍ର କାର୍ଯ୍ୟକ୍ରମ….

clz80
Share

 

ବେଲଗୁଣ୍ଠା, 06/05, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏକ ଦିନିକିଆ ବିତ୍ତୀୟ ସାକ୍ଷରତା କେନ୍ଦ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ କ୍ଷତ୍ରିୟବରପୁର ସ୍ଥିତ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଶାଖା ପରିଚାଳକ ପବିତ୍ର କୁମାର ସାହୁ ଯୋଗ ଦେଇ ସାଇବର୍ ସୁରକ୍ଷା ଏବଂ ଶିକ୍ଷା ଋଣ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ I ସେହିପରି ଭିଡସ୍ କାଉନସିଲର୍ ରବୀନ୍ଦ୍ର କୁମାର ପ୍ରଧାନ ସାମାଜିକ ସୁରକ୍ଷା ଯୋଜନାର ତିନୋଟି ଗୁରୁତ୍ବପୂର୍ଣ୍ଣ ଦିଗ ଯଥା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା ଏବଂ ଅଟଳ ପେନସନ୍ ଯୋଜନା ଉପରେ ଆଲୋଚନା କରିଥିଲେ I ଭିଡ଼ସ୍ ମୁନା ରାଉଳ ବିତ୍ତୀୟ ସାକ୍ଷରତା ସମ୍ପର୍କରେ ଆଲୋଚନା କରିଥିଲେ I କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି, ସୀମାଞ୍ଚଳ ମହାନ୍ତି, ରଞ୍ଜତ୍ କୁମାର ଦାସ,ବିଦ୍ୟାଧର ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଧନ୍ୟବାଦ ଜ୍ଞାପନ କରିଥିଲେ I
( ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)