June 29, 2024

ଗୁଣୁପୁର ପୌର ପରିଷଦ ରେ ହାଇଚଇ ! ଶତାଧିକ ମହିଳା ବିଜେଡି ରେ ସାମିଲ ମୁକ୍ତା ଯୋଜନାର ଦୁର୍ନୀତି ପଦାକୁ ଆଣିବୁ-ସୁଧିର …

Share

ଗୁଣପୁର -ରାୟଗଡା ଜିଲା ଗୁଣୁପୁର ବିଜେଡ଼ି କାର୍ଯ୍ୟାଳୟ ପରିସରରେ ବିଜେଡ଼ିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁଣୁପୁର ନଗର ଯୁବ ବିଜେଡି ସଭାପତି ରାମ ପଣ୍ଡାଙ୍କ ଉପସ୍ଥିତିରେ ଗୁଣୁପୁର ପୌର ପରିଷଦ ଅଂଚଳର ୧୨, ୧୩,୧୪ ଓ ୧୫ ନଂ ଓ୍ବାର୍ଡର ଶତାଧିକ ଯୁବତୀ ଓ ମହିଳା ଆନୁଷ୍ଟାନିକ ଭାବେ ବିଜେଡ଼ି ରେ ସାମିଲ ହୋଇଥିଲେ । ନୂତନ ଭାବେ ଦଳରେ ଯୋଗ ଦେଇଥିବା ସମସ୍ତ କର୍ମୀଙ୍କୁ ଉତରୀୟ ପ୍ରଦାନ କରି ଦଳ ତରଫରୁ ସ୍ବାଗତ କରାଯାଇଥିଲା । ନୂତନ ଭାବରେ ଦଳରେ ଯୋଗଦେଇଥିବା କର୍ମୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା କହିଛନ୍ତି । ଗୁଣୁପୁର ପୌର ପରିଷଦ ଅଂଚଳରେ ବିଜେଡ଼ି ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି ବିଜେଡି ରାଜ୍ଯ ସମ୍ପାଦକ ସୁଧୀର ଦାସ କହିଛନ୍ତି | ଆୟୋଜିତ ମିଶ୍ରଣ ପର୍ବ ରେ ଗୁଣୁପୁର ବିଜେଡି ନେତା ରାଜେନ୍ଦ୍ର ସାହୁ, ଦେବୀ ଆଚାର୍ଯ୍ଯ, ଗଣେଶ ପଣ୍ଡା, ଭାଷା ଶତପଥୀ, ବିଶ୍ଵନାଥ ସାହୁ, ଅଶ୍ବିନୀ ଗମାଙ୍ଗ,ବାଳୀ ଗମାଙ୍ଗ, ଏସ୍ ବାବା ପ୍ରସାଦ, କାଉନସିଲର ଭାଗୀରଥୀ ବିଶୋଇ, ସାନ ବାଉରୀ ଶାନ୍ତୁ ପଟ୍ଟନାୟକ, ଶିବ ପାଢି, ମିଟୁ ରଥ ଉତୋରିୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଦୀପୁନୁ ଗଉଡ, ସାନ୍ତୁନୁ ରଥ, ଯୁବ ଉପ ସଭାପତୀ ,ସାନ୍ତୁ ପଟନାୟକ,ସାନ ବାଉରୀ, ଗୈାତମ ବିଶୋଇ,ବାବୁଲି , ରିଣ୍ଟୁ ଦାସ, ଶିବ ଗୌଡ ପରିଚାଳନା କରିଥିଲେ। ମିଶ୍ରଣ ପର୍ବ ରେ ନାରୀ ନେତ୍ରୀ କେ. ସାଇଳଜା ନିଜ ଅଭିଭାଷଣରେ ପୌର ପରିଷଦ ରେ ଚାଲିଥିବା ମୁକ୍ତା ଯୋଜନା ରେ ମହିଳା ଗ୍ରୁପ ଗୁଡିକୁ ପାତର ଅନ୍ତର କରି ନିର୍ଦ୍ଧିଷ୍ଟ ଗ୍ରୁପ କୁ କାମ ଦେଇ ଟଙ୍କା ହଡପ କରାଯାଉଥିବା ଅଭିଯୋଗ କରିଥିଲେ | ମୁକ୍ତା ଯୋଜନା ସମ୍ପର୍କରେ ସାଧାରଣ ମହିଳା ମାନେ ଅଜ୍ଞ ଏବେ ବି ଏହି ଯୋଜନା ସମ୍ପର୍କରେ ଅବଗତ ନ ଥିବା ଅଭିଯୋଗ କରିଥିଲେ । ତେବେ ନିଶ୍ଚିତ ଭାବେ ଏହା ତଦନ୍ତ ହେବ ଦୋଷୀ ଙ୍କୁ ଉପଯୁକ୍ତ ଦଣ୍ଡ ବିଧାନ ହେବ ବୋଲି ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ଦାଶ କହିଥିଲେ । ମୁଖ୍ୟମନ୍ତ୍ରୀ ଙ୍କ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏହା ଏକ ଉପଯୁକ୍ତ ଯୋଜନା ତଥାପି ଗୁଣୁପୁର ପୌର ପରିଷଦ ରେ ଏହାକୁ ସଠିକ ଭାବେ କାର୍ଯ୍ୟ କରାଯାଉ ନାହିଁ ଏହା ନିନ୍ଦନୀୟ ବୋଲି କୁହାଯାଇଛି ।(ସୁରେନ୍ଦ୍ର ମହାନ୍ତି )