September 29, 2024
Share

➡️୧-ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆଜି ମହା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବାପରେ ଦକ୍ଷିଣ ଓଡ଼ିଶା ଗସ୍ତ କରି ବ୍ରହ୍ମପୁର ନିର୍ବାଚନୀ ସଭାରେ ଯୋଗ ଦେବେ। ପରେ ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇ ଦେବେ ଉଦ୍‌ବୋଧନ l

➡️୨-ଜେଇଇ-ମେନ୍ ସେସନ-୨ର ପ୍ରଥମ ଦିନରେ ଜାଲିଆତି ଓ ଅନ୍ୟାନ୍ୟ ଅନ୍ୟାୟ ଉପାୟରେ ଅନିୟମିତତା ଯୋଗୁଁ ୩୯ ଜଣ ପରୀକ୍ଷାର୍ଥୀଙ୍କ ଉପରେ ହେଲା କାର୍ଯ୍ୟାନୁଷ୍ଠାନ, ୩ ବର୍ଷ ପାଇଁ ଦେଇପାରିବେନି ପରୀକ୍ଷା l

➡️୩-ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ କରିବା ସହ ମନ୍ଦିରରେ ଆଳତୀ କଲେ ପ୍ରଧାନମନ୍ତ୍ରୀ ମୋଦୀ, ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ରୋଡ୍ ସୋରେ ହେଲେ ସାମିଲ l ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏହା ଥିଲା ମୋଦୀଙ୍କ ପ୍ରଥମ ଅଯୋଧ୍ୟା ଗସ୍ତ ।

➡️୪-ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ଗତକାଲି ଟିଟିଲାଗଡ଼ରେ ସର୍ବାଧିକ ୪୫ ଡିଗ୍ରୀ ସେଲସିୟସ ତାପମାତ୍ରା ହେଲା ରେକର୍ଡ l ସେପଟେ ଆଜିଠାରୁ ବଦଳିପାରେ ପାଗ, ୭ ତାରିଖରେ ୨୦ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା l ଦିନର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମିପାରେ।

➡️୫-ଆଠଗଡ ଅଂଚଳରେ ଦେଖାଦେଲେ ବିରଳ ପକ୍ଷୀ, ମହାନଦୀ ଅବବାହିକାରେ ବଂଶ ବିସ୍ତାର କରୁଛନ୍ତି ବିରଳ ପକ୍ଷୀ ଇଣ୍ଡିଆନ୍ ସ୍କିମର l ଏହି ପକ୍ଷୀ ଗୁଡିକ ପାକିସ୍ତାନ ଓ ମିଆଁମାରରେ ଦେଖାଯାଉଥିବା ବେଳେ ଏବେ ଓଡ଼ିଶାର ମହାନଦୀ ଅବବାହିକାରେ ବଂଶ ବିସ୍ତାର କରିଛନ୍ତି ।

➡️୬-ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଶେଷ ହେଲା ପ୍ରଚାର କାର୍ଯ୍ୟ l ଏହି ପର୍ଯ୍ୟାୟରେ ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାଭେଲି ଏବଂ ଦାମନ ଓ ଦିଉର ୯୩ଟି ଲୋକସଭା ଆସନରେ ହେବ ମତଦାନ l

➡️୭-ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ରେ ହେଲା ରାଜ୍ୟସ୍ତରୀୟ ସୁ ଗୃହିଣୀ ପ୍ରତିଯୋଗିତା l ୭ ଜିଲ୍ଲାରୁ ଶତାଧିକ ଗୃହିଣୀ ଦେଲେ ଯୋଗଦାନ, ସର୍ବୋତ୍ତମ ପ୍ରଦର୍ଶନ କରିଥିବା ୨୦ ଜଣ ଗୃହିଣୀ ସେମି ଫାଇନାଲକୁ ହେଲେ ମନୋନୀତ l ଫାଇନାଲ ରାଉଣ୍ଡରେ ପାଞ୍ଚ ଜଣଙ୍କୁ ଶ୍ରେଷ୍ଠ ସୁଗୃହିଣୀ ଭାବରେ ବଛାଯିବ l

➡️୮-ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ଠାରୁ ଆରମ୍ଭ ହେଲା ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ମତଦାନ କେନ୍ଦ୍ରକୁ ନ ଆସି ଘରୁ ନିଜ ମନ ପସନ୍ଦର ନେତା ବାଛିଛନ୍ତି।

➡️୯-ଜଗତ ପ୍ରକାଶ ନଡ୍ଡାଙ୍କ ଦ୍ୱାରା ଓଡ଼ିଶା ବିଧାନସଭା ନିର୍ବାଚନ 2024 ପାଇଁ “ସଙ୍କଳ୍ପ ପତ୍ର ” ର ହେଲା ଲୋକାର୍ପଣ l

➡️୧୦-ଦ ଲର୍ଡ ଅଫ୍ ଦ ରିଙ୍ଗ୍ ଓ ସୁପର ହିଟ୍ ସିନେମା ଟାଇଟନିକରୁ ଲୋକପ୍ରିୟତା ଅର୍ଜନ କରିଥିବା ଭେଟେରାନ ଇଂଲଣ୍ଡ ଅଭିନେତା ବର୍ଣ୍ଣାଡ ହିଲଙ୍କର ୭୯ ବର୍ଷ ବୟସରେ ହେଲା ପରଲୋକ l ୧୧ ଥର ଜିତିଥିଲେ ଓସ୍କାର l

➡️୧୧-ନିର୍ବାଚନ ପ୍ରଚାରର ୧୧ ଦିନରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ବୌଦ୍ଧ, ସୋନପୁର ଏବଂ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ କଲେ ଧୂଆଁଧାର ପ୍ରଚାର l

➡️୧୨-ଚଳିତ ବର୍ଷ ଆମ ଦେଶରେ 55 ଦେଖିବେ ୭୫ ଜଣ ଅନ୍ତର୍ଜାତୀୟ ପ୍ରତିନିଧି l

➡️୧୩-ଦେଶରେ ଖାଦ୍ୟ ଦ୍ରବ୍ୟ ଓ ମସଲାରେ ବ୍ୟବହୃତ କୀଟନାଶକ ପରିମାଣ ସମ୍ପର୍କିତ ଖବର ମିଛ – ସ୍ପଷ୍ଟ କଲା କେନ୍ଦ୍ର କୃଷି ମନ୍ତ୍ରଣାଳୟ l

➡️୧୪-ଛତିଶଗଡ଼ର ଦାନ୍ତେଓ୍ଵାଡା ଜିଲ୍ଲାରେ ଗତକାଲି ୩୫ ଜଣ ମାଓବାଦୀ କଲେ ଆତ୍ମସମର୍ପଣ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ୩ ଜଣ ମାଓବାଦୀଙ୍କୁ ଧରାଇ ଦେବା ଲାଗି ପୂର୍ବରୁ ପୁରସ୍କାର ଘୋଷଣା କରାଯାଇଥିଲା।

➡️୧୫-ରାହୁଲଙ୍କୁ ନିର୍ବାଚନ ଜିତାଇବାର ଦାୟିତ୍ୱ ନେଲେ ପ୍ରିୟଙ୍କା, ଭୋଟିଂ ଦିନ ପର୍ଯ୍ୟନ୍ତ ରହିବେ ରାୟବରେଲୀରେ l

➡️୧୬-ତୃତୀୟ ଥର ପାଇଁ ଚମତ୍କାର କରି ଦେଖାଇଲା ଜାପାନର ମୁନ୍ ମିଶନ୍ l ଲାଣ୍ଡିଂ ସଠିକ ଭାବରେ ହୋଇ ନଥିବା ସ୍ନାଇପର ଲାଣ୍ଡର ତୃତୀୟ ଥର ପାଇଁ ହେଲା ଆକ୍ଟିଭ l ଚନ୍ଦ୍ରପୃଷ୍ଠରୁ ସିଗନାଲ ପଠାଇବା ସହ ଫଟୋ ପଠାଉଥିବା ମଧ୍ୟ ଆସିଲା ଖବର ।

➡️୧୭-ଇସ୍ରାଏଲରେ କତାରର ଗ୍ଲୋବାଲ ନ୍ୟୁଜ ଚ୍ୟାନେଲ ଅଲ ଜଜିରା ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କଲେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ।

➡️୧୮-ଆଇପିଏଲର ୫୩ତମ ମ୍ୟାଚରେ ଗତକାଲି ପଞ୍ଜାବକୁ ୨୮ ରନରେ ହରାଇଲା ଚେନ୍ନାଇ l ଏହା ସହ ଚେନ୍ନାଇ ବିପକ୍ଷରେ ପଞ୍ଜାବର ବିଜୟ ଧାରା ମଧ୍ୟ ହେଲା ଶେଷ, ଦୀର୍ଘ ୧୧ ଶହ ଦିନ ପରେ ପଞ୍ଜାବକୁ ହରାଇଲା ଚେନ୍ନାଇ।

➡️୧୯-ଚଳିତ ଆଇପିଏଲ୍ ରେ ଗତରାତିରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୯୮ ରନ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ କୁ କଲା ପରାସ୍ତ l

➡️୨୦-ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀ ପ୍ରଥମ ଉଇକେଟକିପର ଭାବରେ ୧୫୦ କ୍ୟାଚ ନେବାରେ କଲେ ସଫଳତା ହାସଲ l

➡️୨୧-ନ୍ୟାସନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସୀ (ଏନଏଡିଏ) ଦ୍ୱାରା ନିଲମ୍ବିତ ହେବା ପରେ ରେସ୍ଲର ବଜରଙ୍ଗ ପୁନିଆଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା l କହିଲେ ଏନଏଡିଏକୁ ସାମ୍ପୁଲ ଦେବା ପାଇଁ ସେ କେବେବି ମନା କରିନଥିଲେ, ସଠିକ ସମୟରେ ତାଙ୍କ ଓକିଲ ଏହାର ଜବାବ ଦେବେ।