March 7, 2026

ବଡ଼ଚେକା ଠାରେ ଜୟ ଜଗନ୍ନାଥ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ….

nolo
Share

ରାୟଗଡା : ଗତକାଲି ରାୟଗଡା ଜ଼ିଲ୍ଲା ନାକିଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଡଚେକା ଗ୍ରାମ ଠାରେ ଆୟୋଜିତ ଜୟ ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟ କୁ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ବିଜେଡି ରାୟଗଡାର ବରିଷ୍ଟ ସଙ୍ଗଠକ ଶ୍ରୀ ଯୁକ୍ତ ୟାଲ୍ଲା କୋଣ୍ଡା ବାବୁ ପ୍ରଥମେ ବାବାସାହେବ ଆମ୍ବେଦକର ଙ୍କ ଫୋଟ ଚିତ୍ର ରେ ରେ ପୁଷ୍ପା ମାଲ୍ୟଅର୍ପଣ କରିବା ସହିତ ରିବନ କାଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ କାଟି ଶୁଭ ଉଦ୍ଧ୍ଘାଟନ କରିଥିଲେ। ଏହି ଟୁର୍ନାମେଣ୍ଟ ରେ ସର୍ବମୋଟ 16 ଦଳ ଭାଗ ନେଇଛନ୍ତି l ବିଜେତାଚମ୍ପିୟାନ ଦଳକୁ ଟ୍ରଫି ସହିତ 15001 ଟଙ୍କା ଓ ରାନେର ଦଳକୁ ଟ୍ରଫି ସହିତ 10001 ଟଙ୍କା ପ୍ରଦାନ କରାଯିବ ବୋଲି ଆୟୋଜକ ମଣ୍ଡଳୀ କହିଛନ୍ତି lଏହି ଉକ୍ତ କାର୍ଯ୍ୟକ୍ରମରେ ନାକିଟି ଗ୍ରାମପଞ୍ଚାୟର ସରପଞ୍ଚ ଶ୍ରୀମତି ରୀନା ନାୟକ , ପୃଥ୍ୱୀବି ରାଜ ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ ବିନାୟକ ପୋଲାଈ ନାକିଟି ଗ୍ରାମର ଯୁବ ସଙ୍ଗଠକ ଗୋପାଳ ଖୁରା, କେ ଶ୍ରୀନିବାସ, ମାନିରାତନମ ଏବଂ ଅନ୍ୟାନ୍ୟ ସମସ୍ତ ନେତ୍ରୁ ବୃନ୍ଦ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଗ୍ରାମର ଭାଇଚାରା ସମ୍ପର୍କକୁ ରକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ।ସୁରେନ୍ଦ୍ର କାଡ୍ରକା, ପ୍ରଶାନ୍ତ ମେଲେକା, ଗୋପାଳ ଖୁରା,ସୁବ୍ରତ ମେଲେକା ମନୋଜ ମେଲେକା ଟୁର୍ନାମେଣ୍ଟ ର ପରିଚାଳନା ଦାୟିତ୍ୱ ନେଇ ଶାନ୍ତିଶୃଙ୍ଖଳତା ର ସହିତ ସମାପ୍ତି ପାଇଁ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି l ଏହି ଆଖ ପାଖ ଅଞ୍ଚଳ ରୁ ବହୁ ଦର୍ଶକ ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଇଥିଲେ l ପ୍ରଥମ ଖେଳ ବଡଚେକା ଏ ଓ ମନଧାରା ଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l କୋଣ୍ଡା ବାବୁ ଙ୍କୁ ଗାଁ ବାହାରୁ ଗ୍ରାମର ଶତାଧିକ ମହିଳା ପୁରୁଷ ପାରମ୍ପରିକ ନାଚ ଗୀତ ମଧ୍ୟ୍ୟ ରେ ସ୍ୱାଗତ କରିଥିଲେ l
(ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ)