ବିଜେଡି ମିଶିଲେ ଶତାଧିକ ନେତା କର୍ମୀ ….

ଗଞ୍ଜାମ ,
ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାୟକ ଓ ବର୍ତ୍ତମାନ ବିଧାୟକ ପାର୍ଥି ସୁବାଷ ଚନ୍ଦ୍ର ବେହେରା ଙ୍କ ଲୋକ ପ୍ରିୟତା ଆସ୍ତେ ଆସ୍ତେ ବୃଦ୍ଧି ପାଇବାରେ ଲାଗିଛି ଗଞ୍ଜାମ ବ୍ଲକର ତିନି ପଞ୍ଚାୟତ ତଥା ରାମଗଡ଼, ପାଲଙ୍ଗ ଓ ସାନ ରାମଚନ୍ଦ୍ର ପୁର ପଞ୍ଚାୟତର କମ୍ୟୁନିଷ୍ଟ ଓ ଭାଜପା ଆଗଧାଡିର ଟାଣୁଆ ନେତା ଶତାଧିକ କର୍ମୀ ରବିବାର ସୁବାଷ ଚନ୍ଦ୍ର ବେହେରାଙ୍କ ଉପସ୍ଥିତରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ l ଏହି ନିର୍ବାଚନ ମଣ୍ଡଳୀ ବିଜେଡି ପାର୍ଥି ବେହେରା ରାମଗଡ଼,ସୁବଳୟା, ଝରେଡି ରାଧା ଗୋବିନ୍ଦ ପୁର ର ବିଭିନ୍ନ ଗ୍ରାମରେ ପ୍ରଚାର କରିବା ବେଳେ ନବୀନ ପଟ୍ଟନାୟକଙ୍କ ସ୍ଵଚ୍ଚ ଶାସନରେ ଅନୁପ୍ରାଣିତ ହୋଇ ସେମାନେ ଦଳରେ ମିଶିଥିଲେ ବୋଲି ଗଣମାଧ୍ୟମକୁ ସୂଚନା ମିଳିଛି l ରାମଗଡ଼ ପଞ୍ଚାୟତ ଅରୁଣ ପୁର ଗ୍ରାମ ସ୍ଥିତ ମା ଚାମୁଣ୍ଡା ମନ୍ଦିର ପ୍ରାଙ୍ଗଣରେ ବିଜେଡିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଧାୟକ ବେହେରା, ଶ୍ରମିକ ନେତା ଶଙ୍କର ଦାସ,ଗଞ୍ଜାମ ବ୍ଲକ ସଭାପତି ଇନ୍ଦ୍ରମଣି ଦଳାଇ, ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ପୂର୍ବତନ ବ୍ଲକ ଉପାଧ୍ୟାକ୍ଷ ଆର ଭାଗ୍ୟ ରେଡି, ବ୍ଲକ ସମ୍ପାଦକ ଉମା ଜେନା, ପୂର୍ବତନ ବ୍ଲକ ଅଧକ୍ଷ ସୁରଥ ପlହନ, ଜିଲ୍ଲା ଉପସଭାପତି ଶିବ ସ୍ୱାଇଁ, ବାନାମ୍ବର ପଲ୍ଲାଇ ପ୍ରମୁଖ ଉପସ୍ଥିତ ଥିଲେ l ପାଲଙ୍ଗ ପଞ୍ଚାୟତ ସିପିଆଇଏମର ସତ୍ୟ ପ୍ରଧାନ, ସୁମୁନାଥ ପ୍ରଧାନ ଭାଜପାର ଶିଶିର ପ୍ରଧାନ, ପ୍ରଦୀପ ପ୍ରଧାନ ପ୍ରଭାକର ପ୍ରଧାନ, ସାନ ରାମଚନ୍ଦ୍ର ପୁରର ସରପଞ୍ଚ ମନୋଜ ବେହେରାଙ୍କ ନେତୃତ୍ୱରେ ଦଣ୍ଡପାଣି ବେହେରା, ତ୍ରିନାଥ ବେହେରା, ଉମାକାନ୍ତ ବେହେରା, ଗଣେଶ ବେହେରା, ଚିତ୍ରସେନ ବେହେରା, ୱାର୍ଡ ସଭ୍ୟ ବିଳାସ କୁମାର ନାହାକ, ଶିବରାମ ନାହାକ, ବସନ୍ତ କୁମାର ଦାସ, ଚନ୍ଦ୍ର ମୋହନ ବେହେରା, ପ୍ରସନ କୁମାର ବେହେରା,ଓ ରାମଗଡ଼ ପଞ୍ଚାୟତର ମୁନା ପଲାଇ, ସୁଶାନ୍ତ କୁମାର ତରାଇ, ଅଭିରାମ ଦଳାଇ, ବିକାଶ ଗୌଡ଼, ଟୁଲୁ ତରାଇ, ବାବୁଲା ଗୌଡ଼ ଜିତୁନ ଦଳାଇ, ରମେଶ ଚନ୍ଦ୍ର ଦଳାଇ କାନ୍ତରି ବାରିକି ପ୍ରମୁଖଙ୍କୁ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ପାର୍ଥୀ ସୁବାସ ଚନ୍ଦ୍ର ବେହେରା ତାଙ୍କୁ ଦଳୀୟ ଉପଢୌକନ ପ୍ରଦାନ କରି ବିଜେଡିରେ ସାମିଲ କରିବା ସହ ଏହି ମିଶ୍ରଣ ଦ୍ୱାରା ଗଞ୍ଜାମ ଏନଏସିରେ ବିଜେଡିର ଶକ୍ତି ବୃଦ୍ଧି ଘଟିବ ବୋଲି ମତବ୍ୟକ୍ତ କରିଥିଲେ l ବିଜେଡି ସୁପ୍ରିମୋ ନବୀନ ବାବୁଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ଏବଂ ବିଧାୟକ ଶ୍ରୀ ବେହେରାଙ୍କ ବ୍ୟକ୍ତିତ୍ୱ ଦୃଢ଼ ନେତୃତ୍ୱକୁ ଆଧାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ମିଶ୍ରଣ ବେଳେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଚଳିତ ନିର୍ବାଚନରେ ପୁଣି ଥରେ ସୁବାସ ଚନ୍ଦ୍ର ବେହେରା ଏବଂ ଏମପି ପାର୍ଥି ଭୁଗୃ ବକ୍ସି ପାତ୍ରଙ୍କୁ ବିପୁଳ ଭୋଟ ରେ ବିଜୟୀ କରାଇବାକୁ ସଂକଳ୍ପ ନେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଛାତ୍ର ସଭାପତି ଲିଙ୍ଗରାଜ ମହାପାତ୍ର, ରାମଗଡ ପଞ୍ଚାୟତ ପୂର୍ବତନ ସରପଞ୍ଚ ଜୟସେନ ପ୍ରଧାନ, ଅମୁଲ୍ୟ ଦଳାଇ, ପାଳିବନ୍ଧ ପଂଚାୟତ ସରପଞ୍ଚ ପ୍ରତିନିଧି ବିଦ୍ୟାଧର ପ୍ରଧାନ, ପୂର୍ବତନ ସମିତି ମେମ୍ବର ଗଗନ ସ୍ୱାଇଁ,ପ୍ରମୁଖ ଉପସ୍ଥିତ ଥିଲେ(ପ୍ରଦୀପ କୁମାର ପଣ୍ଡା)