April 23, 2026

ଗଜପତି: କାଳବୈଶାଖୀ ଯୋଗୁଁ ମହେନ୍ଦ୍ରଗିରିରେ ଯୋଗୁଁ କଟକ ଜିଲ୍ଲା ନିଆଳି ଗ୍ରାମର ନିଖୋଜ ପର୍ଯ୍ୟଟକଙ୍କ ଶବ ଉଦ୍ଧାର…. ବଜ୍ରାଘାତ ଯୋଗୁଁ ମୃତ୍ୟୁ ସନ୍ଦେହ 

IMG-20260406-WA0040
Share

 

ପାରଳାଖେମୁଣ୍ଡି:୬/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିକୁ ଭ୍ରମଣ ପାଇଁ ଆସିଥିବା କଟକ ଜିଲ୍ଲାର ଜଣେ ପର୍ଯ୍ୟଟକ ଗତକାଲି କାଳବୈଶାଖୀଜନିତ ବର୍ଷା ଓ ପବନ ଯୋଗୁଁ ନିଖୋଜ ହୋଇଯାଇଥିଲେ. ଆଜି ସୋମବାର ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି. ବଜ୍ରାଘାତ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି.

ସମ୍ପୃକ୍ତ ପର୍ଯ୍ୟଟକ ଜଣକ ହେଲେ ନିଆଳୀ ବ୍ଲକ ଓଲଟପୁର ଗ୍ରାମର ବିନୋଦ ଜେନା। ବିନୋଦ ଓ ତାଙ୍କର ୩ ଜଣ ସାଙ୍ଗ ପାରଳାଖେମୁଣ୍ଡି ଆସିଥିଲେ । ସଂପର୍କୀୟଙ୍କ ଘରେ ଗତକାଲି ମଧ୍ୟାହ୍ନ ଭୋଜନ ସାରି ଏକ ଭଡା କାର୍‌ରେ ମହେନ୍ଦ୍ରଗିରି ଭ୍ରମଣ ପାଇଁ ଯାଇଥିଲେ । କୁନ୍ତୀ ମନ୍ଦିର, ଯୁଧିଷ୍ଠିର ମନ୍ଦିର ଏବଂ ଅର୍ଜୁନ ଗୁମ୍ଫା ବୁଲିବା ପରେ ଭୀମ ମନ୍ଦିରକୁ ପାହାଡ଼ ଚଢ଼ି ଯାଉଥିବା ବେଳେ ହଟାତ କାଳବୈଶାଖୀଜନିତ ପ୍ରବଳ ଘଡ଼ଘଡ଼ି, ପବନ ସହ ବର୍ଷା ହୋଇଥିଲା । ସମସ୍ତେ ସୁରକ୍ଷିତ ସ୍ଥାନ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ବିନୋଦ ହଠାତ୍ ନିଖୋଜ ହୋଇଯାଇଥିବା ବେଳେ ଅନ୍ୟ ୩ଜଣ ଭୀମ ମନ୍ଦିରରେ ଆଶ୍ରୟ ନେଇଥିଲେ| ବର୍ଷା ଛାଡ଼ିବା ପରେ ତିନି ବନ୍ଧୁ ବିନୋଦଙ୍କୁ ଖୋଜିଥିଲେ। ପରେ ୱାଚଟାୱାର୍ ଓ ରିସର୍ଟରେ ନିୟୋଜିତ ବନ ବିଭାଗର କର୍ମଚାରୀଙ୍କ ସହାୟତା ଲୋଡ଼ିଥିଲେ । ସମସ୍ତେ ମିଶି ସାଢ଼େ ୩ ଘଣ୍ଟା ଖୋଜାଖୋଜି କରିଥିଲେ ହେଁ ଗତକାଲି ବିନୋଦଙ୍କୁ ଠାବ କରାଯାଇପାରିନଥିଲା । ପରେ ଗାରାବନ୍ଧ ପୁଲିସ ଓ ରାମଗିରି ଫରେଷ୍ଟ ରେଞ୍ଜ କର୍ମଚାରୀ ସନ୍ଧାନ କରିଥିଲେ ମଧ୍ୟ ଗତକାଲି ରାତିରେ ତାଙ୍କର କୌଣସି ପତ୍ତା ମିଳିନଥିଲା. ଆଜି ସକାଳୁ ପୁଣି ସନ୍ଧାନ କାର୍ଯ୍ୟ ଜାରି ହେବା ପରେ ଭୀମ ମନ୍ଦିର ନିକଟରୁ ବିନୋଦ ଜେନାଙ୍କ ଶବ ଉଦ୍ଧାର କରାଯାଇଥିଲା. ଘଟଣା ନେଇ ଗାରାବନ୍ଧ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି.

You may have missed