April 9, 2025

ଗୋପରେ ବଜରଙ୍ଗୀ ଦଳ ପକ୍ଷରୁ ରାମନବମୀ ଧୁମ ଧାମ ରେ ପାଳିତ l ( ଶତାଧିକ ବଜରଙ୍ଗୀ ଦଳର କର୍ମକର୍ତ୍ତା ଙ୍କ ଦ୍ଵାରା ବାଇକ ଶୋଭାଯାତ୍ରା ) ( ଜୟ ଶ୍ରୀରାମ ଶବ୍ଦ ଗୋପ ଦାଣ୍ଡ ଧୂଲୁକିଲା )

Share

 

 

 

 

ଗୋପ :- 06/04/2025 ( ) ସମଗ୍ର ବିଶ୍ୱ ପ୍ରଭୁ ଶ୍ରୀରାମ ଙ୍କ ଜନ୍ମଦିନ ରେ ରାମନବମୀ ପାଳୁଥିବାବେଳେ ଗୋପପୁର ବାଦ ପଡିଥାନ୍ତା କିପରି l ପୁରୀ ଜିଲ୍ଲାର ବଜରଙ୍ଗୀ ଦଳର ଗୋପ ପ୍ରଖଣ୍ଡ ଦ୍ଵାରା ଆୟୋଜିତ ରାମନବମୀ ଉତ୍ସବ ବେଶ ଧୁମଧାମ ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଟି ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ରାମନବମୀ ଅଧିକ ଧୁମଧାମ ରେ ପାଳିତ ହୋଇଛି l ଏଥିରେ ଶତାଧିକ ଯୁବାବର୍ଗ ଙ୍କୁ ଦେଖିବାକୁ ମିଳିଥିଲା l ଡିଜେ ସାଉଣ୍ଡ ର ଜୟ ଶ୍ରୀରାମ ଶବ୍ଦ ରେ ଗୋପ ଦାଣ୍ଡ ଧୂଲୁକିଲା ଶତାଧିକ ବାଇକ ରେ ବଜରଙ୍ଗୀ ଦଳର କର୍ମକର୍ତ୍ତା ମାନେ ଗୋପ ପଞ୍ଚାୟତ ଓ ତାର ଆଖପାଖ ଅଞ୍ଚଳ ପରିକ୍ରମା କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ଗୋପ ବ୍ଲକ ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ ଯୋଗ ଦେବା ସହିତ ବାଇକ ଶୋଭାଯାତ୍ରା ର ଶୁଭାରମ୍ଭ କରିଥିଲେ l ଗୋପ ପ୍ରଖଣ୍ଡ ର ପ୍ରମୁଖ ରଘୁନାଥ ମହାପାତ୍ର ଓ ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କ ସହଯୋଗ ଶୋଭାଯାତ୍ରା ଟି ସଫଳ ହୋଇଥିଲା l ଏଥିରେ ସୁଶାନ୍ତ ସ୍ୱାଇଁ, ରାଜକିଶୋର ନାୟକ, ବସନ୍ତ ସେନାପତି, ଅନିଲ କୁମାର ପରମାଣିକ, କୁଞ୍ଜବିହାରୀ, ସରତ, ଶୁଭମ,, ସତ୍ୟମ, ମଣ୍ଟା, ପିଙ୍କୁଆ, ପ୍ରଭୁତି କର୍ମକର୍ତ୍ତା ଏହାର ନେତୃତ୍ୱ ନେଇଥିଲେ l ପରିକ୍ରମାର ପରିସମାପ୍ତ ହୋଇଥିଲା ଗୋପ ବାରିକ ସାହିରେ ଥିବା ହନୁମାନ ମନ୍ଦିର ପ୍ରାଙ୍ଗଣରେ l ସେଠାରେ ସମସ୍ତେ ପ୍ରସାଦ ସେବନ ପରେ ନିଜ ନିଜର ଗନ୍ତବ୍ୟ ସ୍ଥଳୀ କୁ ଫେରିଯାଇଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ