April 9, 2025

ମରାଇପଲ୍ଲୀ ସ୍କୁଲରେ ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ 

Share

ବୁଗୁଡ଼ା:ତା ୦୬/୦୪/୨୫ : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଗୋଲିଆ କ୍ଲଷ୍ଟର ଅନ୍ତର୍ଗତ ମରାଇପଲ୍ଲୀ ଗ୍ରାମସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ସ୍ବପରିସରରେ ବାର୍ଷିକ ଉତ୍ସବ ସାଙ୍ଗକୁ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ଚିନ୍ମୟ ମହାପାତ୍ର , ମୁଖ୍ୟ ବକ୍ତା ଭାବେ ସିଆରସିସି ସୁନିତା ପାଣିଗ୍ରାହୀ , ସମ୍ମାନିତ ଅତିଥି ଭାବେ ଚିରିକିପଡା ସ୍କୁଲ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ଗନ୍ତାୟତ, ଭାମଶ୍ୟାଳି ସ୍କୁଲ ପ୍ରଧାନ ଶିକ୍ଷକ ଜି.ନାଗେଶ୍ବର ରାଓ , କୁଶପଲ୍ଲୀ ସ୍କୁଲ ପ୍ରଧାନ ଶିକ୍ଷକ ସୁଧିର ପାତ୍ର , ବାଦୁଆ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଦିପିକା ସେଠୀ, ଗୋଲିଆ ନୂଆସାହି ସ୍କୁଲ ଶିକ୍ଷୟିତ୍ରୀ ପ୍ରତିମା ସେଠୀ , ଚଢିଆପଲ୍ଲୀ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ବେହେରା , ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ। ଏ ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ପ୍ରରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା ସମିତିର ସଦସ୍ୟଗଣଙ୍କ ସମେତ ଅଭିଭାବକଗଣ ଉପସ୍ଥିତ ରହିଥିଲେ ଏବଂ ଏହାର ପ୍ରାରମ୍ଭରେ ଏସ୍ଏମସି ସଭାପତି ସନ୍ଯାସୀ ଗୌଡ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ସହକାରୀ ଶିକ୍ଷକ ପ୍ରଫୁଲ୍ଲ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।